Categories: ସ୍ପେଶାଲ

ପ୍ରତି ଏକ ସେକେଣ୍ଡରେ ଜନ୍ମ ନେଇଥାନ୍ତି ୪ଟି ପିଲା, ବିଶ୍ବ ଜନସଂଖ୍ୟାକୁ ନେଇ ପଢନ୍ତୁ କିଛି ରୋଚକ ତଥ୍ୟ

ଜନସଂଖ୍ୟା ଅନେକ ଦେଶ ପାଇଁ ବରଦାନ ହୋଇଥାଏ। କିନ୍ତୁ ଯେତେବେଳେ ଜନସଂଖ୍ୟା ଅଧିକତମ ସୀମା ରେଖା ପାର କରିଥାଏ, ସେତେବେଳେ ତାହା ଅଭିଶାପ ହୋଇଥାଏ। ବର୍ତ୍ତମାନ ଲୋକମାନେ ରହିବା ପାଇଁ ମଧ୍ୟ ଜାଗାର ଅଭାବ ଦେଖାଦେଲାଣି। ଯାହାଦ୍ବାରା କୃଷି ଉପଯୋଗୀ ଭୂମି ନଷ୍ଟ ହେବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ହେବା ସହ ଅଶିକ୍ଷା, ଅଭାବ, ଦାରିଦ୍ରତା, ରୋଗିଣା ଏବଂ ରହିବା ପାଇଁ ଘରର ଅଭାବ ଏଭଳି ଅନେକ ସମସ୍ୟା ଦେଖାଦେଇଥାଏ। ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଇଥାଏ। ତେବେ ଜାଣନ୍ତୁ ବିଶ୍ବ ଜନସଂଖ୍ୟା ଦିବସରେ କିଛି ରୋଚକ ତଥ୍ୟ।

-ଗୋଟିଏ ଦିନରେ ପ୍ରତି ସେକେଣ୍ଡରେ ୪ଟି ପିଲା ଜନ୍ମଗ୍ରହଣ କରିଥାନ୍ତି ଏବଂ ୨ଟି ଲୋକ ମୃତ୍ୟୁବରଣ କରିଥାନ୍ତି। ଏହାର ଅର୍ଥ  ଜନସଂଖ୍ୟା ଖୁବ୍ ଶୀଘ୍ର ବଢିବାରେ ଲାଗିଛି। ସୂଚନା ଅନୁଯାୟୀ ୨୦୫୦ ମସିହାରେ ବିଶ୍ବରେ ୭୦ ପ୍ରତିଶତ ଜନସଂଖ୍ୟା ସହରରେ ରହିବେ।

-ଭାରତ, ନାଇଜେରିୟା, କାଂଗୋର ଲୋକତାନ୍ତ୍ରିକ ଗଣରାଜ୍ୟ, ପାକିସ୍ତାନ, ଇଥିୟୋପିୟା, ସଂଯୁକ୍ତ ରାଜ୍ୟ ଆମେରିକା, ତାଞ୍ଜାନିଆ, ୟୁଗାଡା ଏବଂ ଇଣ୍ଡୋରନେସିଆ ଭଳି ଦେଶରେ ୨୦୧୭ ରୁ ୨୦୫୦ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ପାଇଁ ସବୁଠାରୁ ଅଧିକ ଯୋଗଦାନ ଦେବେ। ଅର୍ଥାତ ବିଶ୍ବର ଜନସଂଖ୍ୟା ମଧ୍ୟରୁ ଅଧା ଜନସଂଖ୍ୟା ଏହି ୯ଟି ଦେଶରେ ରହିବ।

-ଏହି ସମୟରେ ବିଶ୍ବର ସମୁଦାୟ ଜନସଂଖ୍ୟା ୭୬୦ କୋଟି । ବିଶ୍ବର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ଚୀନ । ସେହିପରି ଦ୍ବିତୀୟରେ ଭାରତର ଜନସଂଖ୍ୟା ୧୩୫ କୋଟି ଏବଂ ତୃତୀୟରେ ଆମେରିକାରେ ଜନସଂଖ୍ୟା ୩୨.୬୭ କୋଟି।

-ବିଶ୍ବରେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ଯୁବକମାନଙ୍କ ସଂଖ୍ୟା କମ ଥିବା ବେଳେ ବୟସ୍କମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ୨୦୫୦ ମଧ୍ୟରେ ଜନସଂଖ୍ୟା ଆହୁରି ବଢିବ। ୧୯୫୦ ପର୍ଯ୍ୟନ୍ତ ବୟସ୍କମାନଙ୍କ ଅପେକ୍ଷା ଯୁବକମାନଙ୍କ ସଂଖ୍ୟା ଅଧିକା ରହିଥିଲା।

-ନାଇଜେରିୟାରେ ଜନସଂଖ୍ୟା ଅତ୍ୟଧିକ ବଢିବାରେ ଲାଗିଛି। ଜନସଂଖ୍ୟା ମାମଲାରେ ନାଇଜେରିୟା ୭ମ ସ୍ଥାନରେ ରହିଛି। କିନ୍ତୁ ୨୦୫୦ ପୂର୍ବରୁ ନାଇଜେରିୟା ବିଶ୍ବର ତୃତୀୟ ଜନସଂଖ୍ୟା ଦେଶ ଆମେରିକାକୁ ପଛରେ ପକାଇ ଦେବ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

6 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

9 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

44 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago