ବିଳମ୍ବରେ ହୋଇଥାଏ ଏହି ଝିଅମାନଙ୍କ ବିବାହ, କାହିଁ ଆପଣ ଏ ତାଲିକାରେ ନାହାନ୍ତି ତ !

ବିବାହକୁ ନେଇ ଝିଅମାନେ ବେଶୀ ସିରିୟସ୍‌ ଥାଆନ୍ତି । ସବୁ ଝିଅ ଜଣେ କେୟାରିଂ, ଇମାନଦାର, ରୋମାଣ୍ଟିକ ଓ ଭାବନାକୁ ବୁଝୁଥିବା ସାଥୀଟିଏ ଚାହିଁଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଝିଅମାନଙ୍କ ର ବିବାହ ପାଇଁ ଇଚ୍ଛା ନଥାଏ । ଏହି ଝିଅମାନେ ଡେରିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ରାଶିର ଝିଅମାନଙ୍କ ବିବାହ ବିଳମ୍ବରେ ହୋଇଥାଏ ।

ମେଶ ରାଶି : ମେଶ ରାଶିର ଝିଅମାନେ ବହୁତ ମୁଡ଼ି ହୋଇଥାନ୍ତି । ଏମାନେ ନିଜର ଜୀବନକୁ ସ୍ୱତନ୍ତ୍ରତା ସହ ଜିଇଁବାକୁ ଚାହିଁଥାନ୍ତି । ଏମାନଙ୍କୁ କିଛି ରୋକ ଟୋକ ଆଦୌ ଭଲ ଲାଗେନାହିଁ । ଏମାନଙ୍କୁ ଠିକ୍‌ ପାର୍ଟନର ଶୀଘ୍ର ମିଳିନଥାଏ । ତେଣୁ ଏମାନଙ୍କର ବିବାହ ବିଳମ୍ବ ହୋଇଥାଏ ।

ମିଥୁନ ରାଶି : ସାଧାରଣତଃ ମିଥୁନ ରାଶିର ଝିଅମାନେ ମଧ୍ୟ ବିବାହ ନିଷ୍ପତ୍ତି ନେବାରେ ବିଳମ୍ବ କରିଥାନ୍ତି । ଯଦିଓ ଏମାନେ ବିବାହ ପାଇଁ ରାଜି ଥାଆନ୍ତି । ହେଲେ କିଛି କାରଣ ପାଇଁ ଏମାନଙ୍କ ବିବାହ ବିଳମ୍ବ ହୋଇଥାଏ । ଏହାଛଡ଼ା ଏମାନେ ନିଜର କ୍ୟାରିଅରକୁ ନେଇ ବ୍ୟସ୍ତ ଥିବାରୁ ବିବାହ ବିଳମ୍ବ ହୋଇଥାଏ ।

zodiac sign
p.c : punjabkesari.in

ବିଚ୍ଛା ରାଶି : ଏହି ରାଶିର ଝିଅମାନେ ଖୋଲା ବିଚାରର ଓ ମୁଡି ହୋଇଥାନ୍ତି । ଏମାନେ ବିବାହ ବନ୍ଧନରେ ଶୀଘ୍ର ବାନ୍ଧି ହେବାକୁ ଚାହିଁନଥାନ୍ତି । ଏମାନେ ପ୍ରଥମେ ନିଜ କ୍ୟାରିଅରକୁ ନେଇ ଚିନ୍ତା କରିଥାନ୍ତି । ଏଥିପାଇଁ ଏମାନଙ୍କ କ୍ୟାରିଅର ସବୁଠୁ ଆଗରେ ଥାଏ । ଏହାଛଡ଼ା ଏମାନେ ନିଜ ଲାଇଫ ପାର୍ଟନରଙ୍କ ମଧ୍ୟରେ କିଛି ସ୍ୱତନ୍ତ୍ର ଖୋଜିଥାନ୍ତି । ଯେଉଁଥିପାଇଁ ଏମାନଙ୍କ ବିବାହ ବିଳମ୍ବ ହୋଇଥାଏ ।

ଧନୁ ରାଶି : ଏହି ରାଶିର ଝିଅମାନେ ଖୋଲା ବିଚାର, ମୁଡ଼ି ଓ ସ୍ୱତନ୍ତ୍ର ବିଚାରର ହୋଇଥାନ୍ତି । ଏମାନଙ୍କର ନିଜ ସ୍ୱତନ୍ତ୍ରତା ପ୍ରତି ଅଧିକ ଦୁର୍ବଳତା ଥାଏ । ନିଜ ଜୀବନରେ ଶୀଘ୍ର କାହାକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ନାହିଁ । ଏଥିପାଇଁ ଏହି ରାଶିର ଝିଅମାନେ ଶୀଘ୍ର ବିବାହ କରିନଥାନ୍ତି ।

କୁମ୍ଭ ରାଶି : ଏହି ରାଶିର ଝଅମାନେ ବିବାହ ଜୀବନକୁ ଖୁବ୍‌ ଉପଭୋଗ କରିଥାନ୍ତି । ଯଦି ଏମାନେ ଲାଇଫ ପାର୍ଟନର ବାଛିବାରେ ବିଳମ୍ବ କରିଥାନ୍ତି । ଏଇଥିପାଇଁ ଯେ ଏମାନେ ନିଜ ସାଥୀଙ୍କ ଭିତରେ ବହୁତ କିଛି ଗୁଣ ଖୋଜିଥାନ୍ତି । ଏମାନେ ବିବାହ ନିଷ୍ପତ୍ତି ଶୀଘ୍ର ନେବା ଅପେକ୍ଷା ବୁଝି ବିଚାରି ନେବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ଅଧିକାଂଶ ସମୟ କୁମ୍ଭ ରାଶିର ଝିଅମାନେ ବିଳମ୍ବରେ ବିବାହ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.