ଜପମାଳାରେ ୧୦୮ ମାଳି ରହିବା ପଛରେ ରହିଛି ଏହି ଖାସ କାରଣ, ଆଜି ଜାଣନ୍ତୁ

ଧାର୍ମିକ ମାନ୍ୟତା ଅନୁସାରେ ମନ୍ତ୍ର ଜପକୁ ଖୁବ ଉତ୍ତମ ବୋଲି ମନାଯାଏ। ଏହାଦ୍ୱାରା ବ୍ୟକ୍ତି ନିଜେ ଭଗବାନଙ୍କ ନିକଟତର ବୋଲି ଭାବିଥାନ୍ତି। ତେବେ ମନ୍ତ୍ର ଜପକୁ ନେଇ ମଧ୍ୟ ଆମ ଶାସ୍ତ୍ରରେ ଅନେକ ନିୟମ ରହିଛି। ସବୁ ମନ୍ତ୍ରକୁ ୧୦୮ ଥର ଜପ କରିବା ପାଇଁ ନିୟମ ରହିଛି। ଏହା ସହିତ ଅନ୍ୟ ଏକ ନିୟମ ମଧ୍ୟ ରହିଛି। ଦେବଦେବୀଙ୍କୁ ପ୍ରସନ୍ନ ପାଇଁ ଏହି ମନ୍ତ୍ର ଜପ କରାଯାଇଥାଏ। କିନ୍ତୁ ୧୦୮ ସଂଖ୍ୟା ପଛପଟେ ଏକ ବଡ଼ କାରଣ ରହିଛି। ଯେଉଁଥିପାଇଁ ୧୦୮ ଥର ମନ୍ତ୍ର ଜପ କରିବାର ବିଧି ରହିଛି।

japa
pc: book yoga retreats

ସନାତନ ଧର୍ମରେ ପ୍ରତ୍ୟେକ ଦେବଦେବୀଙ୍କ ଆରଧନା ପାଇଁ ସେମାନଙ୍କ କୃପା ପାଇବା ପାଇଁ ମନ୍ତ୍ର ତିଆରି ହୋଇଛି। ଏହି ମନ୍ତ୍ରକୁ ଜପ କରିବା ପାଇଁ ଜପମାଳାର ବ୍ୟବହାର ମଧ୍ୟ କରାଯାଏ। ବିଭିନ୍ନ ଦେବଦେବୀଙ୍କ ପାଇଁ ଜପମାଳା ମଧ୍ୟ ଭିନ୍ନ ଭିନ୍ନ ରହିଛି। କିନ୍ତୁ ସବୁ ମାଳାରେ ମାଳି ସଂଖ୍ୟା ୧୦୮ ରହିଥାଏ। ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ମାଳାର ବ୍ୟବହାର କରାଯାଏ। ଯେମିତିକି ସ୍ପଟିକ, ରୁଦ୍ରାକ୍ଷ, ତୁଳସୀ, ବ୍ରେଜୟନ୍ତୀ, ମୋତି କିମ୍ବା ରତ୍ନ ମାଳା। ମାଳାରେ ୧୦୮ ମାଳି ଥିବା ସହ ଅନ୍ୟ ଏକ ମାଳି ଥାଏ ଯାହାକୁ ସୁମେରୁ ପର୍ବତ କୁହାଯାଏ। ଏହାକୁ ଜପରେ ସାମିଲ କରାଯାଇନଥାଏ।

coral

ପ୍ରତ୍ୟେକ ଥର ଜପ କରିବା ସମୟରେ ସୁମେରୁ ପର୍ବତ ମାଳିକୁ ଛାଡିବା ପରେ ପାଖରେ ଥିବା ଛୋଟ ମାଳିରୁ ଜପ ଆରମ୍ଭ ହୁଏ। ଶେଷ ହୋଇଥାଏ ସୁମେରୁ ପର୍ବତ ମାଳି ପାଖେ ଥିବା ଶେଷ ମାଳିରେ। ସୁମେରୁ ପର୍ବତକୁ ବ୍ରହ୍ମାଣ୍ଡର ସବୁଠୁ ଉଚ୍ଚା ସ୍ଥାନରେ ରଖାଯାଇଥାଏ। ତେଣୁ ଜପ ସରିବା ପରେ ସୁମେରୁ ପର୍ବତ ମାଳିକୁ ପ୍ରଭୁ ବୋଲି ମାନି ତାଙ୍କୁ ମଥା ସେ ସ୍ପର୍ଶ କରାଇ ମୁଣ୍ଡାଇ ମରାଯାଏ।

moti

ତେବେ ମାଳାରେ ଥିବା ୧୦୮ ମାଳିକୁନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି। ମାନ୍ୟତା ଅନୁଯାୟୀ ନକ୍ଷ୍ୟତ୍ର ସଂଖ୍ୟା ହେଉଛି ୨୭ ଏବଂ ପ୍ରତିଟି ନକ୍ଷ୍ୟତ୍ରରେ ୪ଟି ଚରଣ ରହିଛି। ଏହିକ୍ରମେ ଆପଣ ୨୭କୁ ୪ସହ ଗୁଣନ କରିବା ଦ୍ୱାରା ମୋଟ ୧୦୮ ହୋଇଥାଏ। ତେଣୁ ଜପ ମାଳାରେ ୧୦୮ ମାଳି ରହିଥାଏ। ଏହାସହିତ ବ୍ରହ୍ମାଣ୍ଡକୁ ୧୨ଟି ଭାଗରେ ବିଭକ୍ତ କରାଯାଇଛି।

rudraksha

ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କ ସଂଖ୍ୟା ହେଉଛି ୧୨। ଏମାନଙ୍କ ସ୍ୱାମୀ ଗ୍ରହ ମୁଖ୍ୟ ରୂପେ ୯। ଏମିତିରେ ଯଦି ଆପଣ ୧୨ ସହିତ ୯ ଗୁଣନ କରିବେ ତେବେ ଏହାର ସଂଖ୍ୟା ୧୦୮ ଆସିବ । ଶେଷରେ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିକୁ ଦିନକୁ ଅତିକମରେ ୧୦୮୦୦ ଥର ଇଶ୍ୱରଙ୍କ ସ୍ମରଣ କରିବା ଉଚିତ। କିନ୍ତୁ ଏହା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଏହି ସ୍ଥଳରେ ୧୦୮ଥର ମଧ୍ୟ ଆପଣ ଭଗବାନଙ୍କୁ ସ୍ମରଣ କରିପାରିବେ। ବିଶ୍ୱାସ ରହିଛି ଯେ ସ୍ୱଚ୍ଛ ମନରେ ୧୦୮ ଥର ଜପ କଲେ ଏହା ୧୦୮୦୦ ଜପ ସହ ସମାନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.