ଏହି ଦେଶରେ ରହିଛି ଅଦ୍ଭୁତ ଆଇନ, କେଉଁଠି ଚୁଇଙ୍ଗମ ଖାଇବା ତ ଆଉ କେଉଁଠି ଜଗିଂ ଉପରେ ଲାଗିଛି ପ୍ରତିବନ୍ଧକ

ସମାଜରେ ସଠିକ ଭାବେ ଚାଳିବା ପାଇଁ ଆଇନର ଆବଶ୍ୟକତା ରହିଛି। ଯଦି ସଠିକ୍‌ ଆଇନ ବ୍ୟବସ୍ଥା ନ ରୁହେ, ତେବେ ସ୍ୱାଭାବିକ କଥା ମଧ୍ୟ ଚିନ୍ତାର ବିଷୟ ପାଲଟିଯାଏ। କେବେ ଆପଣ ଭାବିଛନ୍ତି, ସମାଜକୁ ସୁଧାରିବା ପାଇଁ ଥିବା ଆଇନ କାନୁନ ହିଁ ଚିନ୍ତାର ବିଷୟ ପାଲଟିଯାଏ ? ତେବେ ମଣିଷ କ’ଣ ବା କରିପାରିବ। ଅନେକ ଦେଶରେ ଏପରି କେତେକ ଆଇନକାନୁନ ରହିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଚୁଇଙ୍ଗମ ଖାଇବା ମନା :

ମଦ, ସିଗାରେଟ, ତମାଖୁ, ପାନ ମସଲା ଇତ୍ୟାଦି ଖାଇବା ଉପରେ ପ୍ରତିବନ୍ଧକ ଲାଗିଥିବା କଥା ଆପଣ ନିଶ୍ଚିତ ଭାବେ ଶୁଣିଥିବେ, କିନ୍ତୁ କୌଣସି ଦେଶ ଚୁଇଙ୍ଗମ ଖାଇବାରେ ମଧ୍ୟ ରୋକ୍‌ ଲଗାଇବା କଥା ଆପଣ କେବେ ଶୁଣିଛନ୍ତି କି ? ସିଙ୍ଗାପୁରରେ ୨୦୦୪ ମସିହାରୁ ଚୁଇଙ୍ଗମ ଖାଇବା ଉପରେ ରୋକ୍‌ ଲଗାଇଛନ୍ତି ସରକାର। ଏହାକୁ ଖାଇ ରାସ୍ତାରେ ପକାଇବା ଦ୍ୱାରା ରାସ୍ତା ସଫା କରିବା ସମୟରେ ଅସୁବିଧା ହେଉଛି। ଏଠାକୁ ଆପଣ ବାହାର ଦେଶରୁ ଚୁଇଙ୍ଗମ ମଧ୍ୟ ଆଣିପାରିବେ ନାହିଁ। ଏହି ଦେଶକୁ ଆସିବା ପୂର୍ବରୁ ଯଦି ଆପଣଙ୍କ ପାଖରେ ଚୁଇଙ୍ଗମ ରହିଛି ତେବେ ପକାଇ ଦେଇ ଆସନ୍ତୁ।

5

ପିଲାଙ୍କ ନାମ ନିଜ ଇଚ୍ଛାନୁସାରେ ଦେଇପାରିବେ ନାହିଁ :

ସାଧାରଣତଃ ପିଲାଟିଏ ଘରେ ଜନ୍ମ ହେବା ପରେ ଆମେ ତାର ନାମକରଣ କରିଥାଉ। କିନ୍ତୁ ଡେନମାର୍କରେ ଏପରି ଆଇନ ରହିଛି, ଯେଉଁଥି ପାଇଁ ଆପଣ ନିଜ ପିଲାର ନାମ ନିଜ ଇଚ୍ଛାନୁସାରେ ଦେଇପାରିବେ ନାହିଁ। ଏଥିପାଇଁ ସରକାର ନିଷ୍ପତ୍ତି ନେବେ। ନିଜ ପିଲାର ନାମ ଆପଣ କ’ଣ ରଖିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ୭ ହଜାର ନାମର ସୂଚୀ ଦିଆଯାଇଛି। ଆପଣ ଏହା ମଧ୍ୟରୁ କିଛି ବି ଚୟନ କରିପାରନ୍ତି। ନିଜ ପିଲାର ପ୍ରଥମ ନାମ ଏପରି ରଖିବେ ଯେପରି ତାହା ପୁଅ କି ଝିଅ ସେଥିରୁ ଜଣାପଡିବ। ଯଦି ଆପଣ ନିଜ ପିଲାର ନାମ ଅଲଗା କିଛି ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଚର୍ଚ୍ଚ କିମ୍ବା ସରକାରଙ୍କ ଠାରୁ ମଞ୍ଜୁରୀ ଆଣିବାକୁ ପଡିଥାଏ।

ଏହାସହ ପଢ଼ନ୍ତୁ ; ଦୁନିଆର ସବୁଠାରୁ ମହଙ୍ଗା ଜେଲ, ଯେଉଁଠାରେ ଜଣେ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

rsz_jogging

ଜଗିଂ ଉପରେ ଲାଗିଛି ରୋକ :

ପୂର୍ବ ଆଫ୍ରିକାରେ ବୁରୁଡି ନାମକ ଏକ ଦେଶ ରହିଛି, ଯେଉଁଠାରେ ଆପଣ ଜଗିଂ ମଧ୍ୟ କରିପାରିବେ ନାହିଁ। ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଜଗିଂ କରିବା ବେଶ ଲାଭଦାୟକ। କିନ୍ତୁ ଆପଣ ଏହି ଦେଶରେ ଜଗିଂ କରିପାରିବେ ନାହିଁ। ୨୦୧୪ରୁ ଏଠିକାର ରାଷ୍ଟ୍ରପତି ଜଗିଂ ଉପରେ ରୋକ୍‌ ଲଗାଇଛନ୍ତି। ଏଠିକାର ଲୋକ ଅସାମାଜିକ ଗତିବିଧି କରିବା ପାଇଁ ଜଗିଂର ସହାୟତା ନେଇଥାନ୍ତି ବୋଲି ରାଷ୍ଟ୍ରପତି ଏହା ଉପରେ ରୋକ୍‌ ଲଗାଇଥିଲେ।

ନୀଳ ଜିନ୍ସ ପିନ୍ଧିବା ଉପରେ ପ୍ରତିବନ୍ଧ :

jeans

ଉତ୍ତର କୋରିଆର ପ୍ରଧାନମନ୍ତ୍ରୀ କିମ ଜଙ୍ଗ ମଧ୍ୟ ଅଦ୍ଭୁତ ଆଇନ କରିବାରେ ବେଶ୍‌ ମାହିର। ଏଠାରେ ଆପଣ ନୀଳ ରଙ୍ଗ ଜିନ୍ସ ପିନ୍ଧିପାରିବେ ନାହିଁ। ପଶ୍ଚିମ ସଂସ୍କୃତିରୁ ବଞ୍ଚିବା ପାଇଁ ଉତ୍ତର କୋରିଆରେ ଏପରି ପ୍ରତିବନ୍ଧକ ଲଗାଯାଇଛି।

Leave A Reply

Your email address will not be published.