ସ୍ପେଶାଲ

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର, ଜାଣନ୍ତୁ ଆଉ କଣ କହୁଛନ୍ତି ସରକାର

ଏବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଛୁଇଁ ପାରିବେନି ପରିବାର । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ସରକାର । ଏବେ ରାଜ୍ୟରେ କରୋନାରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ । ତେବେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବକୁ କିପରି ସତର୍କତାର ସହ ଦାହ କରାଯିବ ସେଥିପାଇଁ ଭାରତ ସରକାର ମଧ୍ୟ ଅନେକ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅନେକ ସତର୍କତା ଅବଲମ୍ବନ କରିବା ଦ୍ୱାରା ସ୍ୱାସ୍ଥ୍ୟକର୍ମୀ ଓ ପରିବାର ସଦସ୍ୟଙ୍କୁ ସଂକ୍ରମିତ ହେବାର ବହୁତ କମ ସମ୍ଭାବନା ରହିଥାଏ । କାରଣ କରୋନା ଭାଇରସ ରୋଗୀର ଫୁସଫୁସକୁ ଅଧିକାଂଶରେ ପ୍ରଭାବିତ କରିଥାଏ ଏବଂ ଏହି ଭାଇରସ ଅତି ସହଜରେ ଜଣଙ୍କ ଶରୀରରୁ ଅନ୍ୟ ଜଣକ ଶରୀରକୁ ବ୍ୟାପି ଯାଇଥାଏ । ଯେଉଁ କାରଣରୁ ପଶ୍ଚିମବଙ୍ଗର ସରକାର ନିକଟରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ଶବକୁ ସମ୍ଭାଳୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ହାତର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ସମସ୍ତ ଉପକରଣ ସର୍ବଦା ନିଜ ପାଖରେ ରଖନ୍ତୁ ଯେପରିକି ୱାଟରପ୍ରୁଫ ଆପ୍ରନ, ଗ୍ଳୋବ୍ସ, ମାସ୍କ ଏବଂ ଆଇୱିୟର ଇତ୍ୟାଦି । ଏହାସହିତ ଯେଉଁ ବ୍ୟାଗରେ ଶବ ରଖାଯିବ ତାର ଡ଼ିସଇନଫେକ୍ସନ ଜରୁରୀ ଏବଂ କୌଣସି ପ୍ରକାର କ୍ଷତକୁ ୧% ହ୍ୱିପୋକ୍ଲୋରିଟ ସାହାଯ୍ୟରେ ଡ଼ିସଇନଫେକ୍ଟ କରାଯିବ । ଏହାସହିତ ଶରୀରରୁ ଯେପରି କୌଣସି ପ୍ରକାର ତରଳ ପଦାର୍ଥ ବାହାରକୁ ନଆସେ ସେଥିପାଇଁ ମୁଁହ, ନାକ ଇତ୍ୟାଦି ବନ୍ଦ କରିଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।

ସୀମିତ ସଂଖ୍ୟାରେ ପରିବାର ସଦସ୍ୟ କେବଳ ଦୂରରୁ ଅନ୍ତିମ ଦର୍ଶନ କରିପାରିବା ସହିତ ଗଙ୍ଗାଜଳ ପକାଇବା ପାଇଁ ଅନୁମତି ରହିଛି । ଏହାପରେ ଉକ୍ତ ବ୍ୟକ୍ତିମାନଙ୍କୁ ସାନିଟାଈଜ କରାଯିବ । କେହି ଶରୀରକୁ ଛୁଇଁବା, ଗାଧୋଇ ଦେବା, ଚୁମ୍ବନ କିମ୍ବା ଆଲିଙ୍ଗନ କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଯଦିଓ ଅନ୍ତିମ ସଂସ୍କାର କରିବା ପରେ ମୃତକଙ୍କ ଅବଶେଷ ନିଆଯାଇପାରିବ । କେବଳ ସେତିକି ନୁହେଁ ଦାହ ସଂସ୍କାର ବେଳେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କର ରେକର୍ଡ ରଖିବା ସହିତ ଭିଡିଓଗ୍ରାଫ ବନାଇବା ପାଇଁ ମଧ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago