ସ୍ପେଶାଲ

କୁବେରଙ୍କ ଏହି ୩ ମନ୍ତ୍ର ହୋଇଥାଏ ବହୁତ ପ୍ରଭାବଶାଳୀ, ଦରିଦ୍ରତା ଦୂର କରି କରିଥାଏ ଅସୁମାର ଧନର ମାଲିକ

ହିନ୍ଦୁ ଧର୍ମ ଗ୍ରନ୍ଥରେ ଯେଉଁ ପ୍ରକାର ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ସେହିଭଳି କୁବେର ଦେବଙ୍କୁ ଧନର ରାଜା କୁହାଯାଏ । ମାନ୍ୟତା ରହିଛି ଯେ କୁବେର ଦେବଙ୍କୁ ବିଧି ପୂର୍ବକ ଶ୍ରଦ୍ଧାର ସହ ପୂଜା କଲେ ଭକ୍ତର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କ ଉପରେ କୁବେର ସନ୍ତୁଷ୍ଟ ରହିଥାନ୍ତି ତାଙ୍କର ଧନ ସମ୍ପତ୍ତିର ଅଭାବ ରହିନଥାଏ । କୁବେର ଦେବଙ୍କୁ ପ୍ରସନ୍ନ କରିବା ଓ ତାଙ୍କ କୃପା ପ୍ରାପ୍ତ କରିବାକୁ ହେଲେ ଏହି ୩ ନିୟମ ବହୁତ ପ୍ରଭାବଶାଳୀ । ଏହାକୁ ନିୟମିତ ଜପ କରିବା ଦ୍ୱାରା ବ୍ୟକ୍ତିର ଦରିଦ୍ରତା ଦୂର ହୋଇ ଅସୁମାର ଧନ ସମ୍ପତ୍ତିର ଅଧିକାରୀ ହୋଇଥାଏ ।

ଭଗବାନ କୁବେରଙ୍କ ଅମୋଘ ମନ୍ତ୍ର :

କୁହାଯାଏ ଏହି ମନ୍ତ୍ର କୁବେର ଦେବଙ୍କ ସବୁଠୁ ପ୍ରିୟ ମନ୍ତ୍ର । ଏହି ୩୫ ଅକ୍ଷର ମନ୍ତ୍ରକୁ ନିୟମିତ  ୩ ମାସ ଜପ କରିବା ଦ୍ୱାରା ମନୁଷ୍ୟକୁ କିଛି ବି ଅଭାବ ରହିନଥାଏ । ମନ୍ତ୍ର ଜପ କରିବା ସମୟରେ ମୁହଁ ଦକ୍ଷିଣ ଦିଗକୁ କରିବା ଉଚିତ୍‌ ।

ପ୍ରଥମ ମନ୍ତ୍ର – ଓଁ ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟାଧିପତୟେ, ଧନଧାନ୍ୟସମୃଦ୍ଧିଂ ମେ ଦେହି ଦାପୟ ସ୍ୱାହା ।।

ଅଷ୍ଟ ଲକ୍ଷ୍ମୀ କୁବେର ମନ୍ତ୍ର :

ଏହି ମନ୍ତ୍ର ମା’ ଲକ୍ଷ୍ମୀ ଓ କୁବେର ଦେବତାଙ୍କୁ ପୂଜା କରାଯାଏ । କୁହାଯାଏ ଯେଉଁ ବ୍ୟକ୍ତିର ଜୀବନରେ ଏହି ମନ୍ତ୍ରକୁ ପାଠ କରେ, ତାକୁ ଐଶ୍ୱର୍ଯ୍ୟ, ପଦ ପ୍ରତିଷ୍ଠା, ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରର ଜପ ଶ୍ରଦ୍ଧା ଭାବ ସହ ନିୟମିତ ଶୁକ୍ରବାର ରାତିରେ କରିବା ଉଚିତ୍‌ ।

ଦ୍ୱିତୀୟ ମନ୍ତ୍ର- ଓଁ ହ୍ରୀଂ ଶ୍ରୀଂ କ୍ରୀଂ ଶ୍ରୀଂ କୁବେରାୟ ଅଷ୍ଟ ଲକ୍ଷ୍ମୀ ମମ ଗୃହେ ଧନଂ ପୁରୟ ପୁରୟ ନମଃ ।।

ଧନ ପ୍ରାପ୍ତି ପାଇଁ କୁବେର ମନ୍ତ୍ର :

ଏହି ମନ୍ତ୍ର ଦ୍ୱାରା ବ୍ୟକ୍ତିକୁ ସବୁ ପ୍ରକାର ଭୌତିକ ସୁଖ ପ୍ରାପ୍ତ ହୋଇଥାଏ । ଏହି ମନ୍ତ୍ରର ନିୟମିତ ଜପ ଦ୍ୱାରା କେବେ ବି ଆର୍ଥିକ ସମସ୍ୟା ଆସିନଥାଏ ।

ତୃତୀୟ ମନ୍ତ୍ର – ଓଁ ଶ୍ରୀଂ ହ୍ରୀଂ କ୍ଳୀଂ ଶ୍ରୀଂ କ୍ଳୀଂ ବିତେଶ୍ୱରାୟ ନମଃ ।।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago