ଘରକୁ ଆସୁଥିବା ଅତିଥିଙ୍କୁ କଦାପି ପଚାରନ୍ତୁ ନାହିଁ ଏହି ୩ଟି ପ୍ରଶ୍ନ, ଜାଣନ୍ତୁ କାହିଁକି

ଅତିଥିଙ୍କୁ ଆଦର, ସତ୍କାର କରିବା ଏକ ଶିଷ୍ଟାଚାର ହୋଇଥାଏ। ଗ୍ରନ୍ଥ ଅନୁସାରେ, ଏଥିରେ ପୁଣ୍ୟ ବି ବଢ଼ିଥାଏ। ବିଷ୍ଣୁ ପୁରାଣରେ କୁହାଯାଇଛି କି, ଅତିଥି ଘରକୁ ଆସିଲେ ତାଙ୍କୁ କେଉଁ କେଉଁ କଥା ସବୁ କହିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।

୧. ଶିକ୍ଷା ଉପରେ ପ୍ରଶ୍ନ ଉଠାନ୍ତୁ ନାହିଁ: ପ୍ରଥମ କଥା ହେଉଛି, ଯେତେବେଳେ ବି ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି, ତାଙ୍କୁ ଶିକ୍ଷା ବିଷୟରେ କୌଣସି ପ୍ରଶ୍ନ ପଚାରନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଅସହଜ ଅନୁଭବ ହୋଇଥାଏ। ଏପରିକି, ସେମାନଙ୍କ ପାଠପଢ଼ା ବିଷୟରେ ବି କିଛି ପ୍ରଶ୍ନ କରିବା ଉଚିତ ନୁହେଁ।

guest

୨. ରୋଜଗାର ବିଷୟରେ ପଚାରନ୍ତୁ ନାହିଁ: କିଛି ଲୋକ ଘରକୁ ଅତିଥି ଆସିଲେ ସେମାନଙ୍କୁ ସେମାନଙ୍କ ରୋଜଗାର ବିଷୟରେ ପଚାରିଥାନ୍ତି। କିନ୍ତୁ ଏହା ଭୁଲ ଅଟେ। କାରଣ, ଏହାଦ୍ୱାରା ସେମାନଙ୍କୁ ଲଜ୍ଜା ଅନୁଭବ ହୋଇପାରେ।

୩. ଜାତି ଏବଂ ଗୋତ୍ର: ଅତିଥିମାନଙ୍କୁ କେବେ ବି ସେମାନଙ୍କ ଜାତି ଏବଂ ଗୋତ୍ର ବିଷୟରେ ପଚାରନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଖରାପ ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.