ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଅକ୍ଷୟ ତୃତୀୟା ଦିନ ହିନ୍ଦୁ ଓ ଜୈନ ଧର୍ମର ଲୋକେ ଦାମ କରିବାର ବିଶେଷ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ମାଙ୍କ କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ଏହି ଦିନର ମହତ୍ତ୍ୱ ଏତେ ଯେ ଏହି ଦିନ ପାପର ବିନାଶ ହେବା ସହିତ ସୁଖ ପ୍ରାପ୍ତି ହୋଇଥାଏ। ଏହି ଦିନ ରାଶି ଅନୁସାରେ କିଛି ଉପାୟ କରାଯାଏ ଯାହା ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିଥାଏ। ଅକ୍ଷୟ ତୃତୀୟା ଦିନ ଅନେକ ନୂଆ କାମ ମଧ୍ୟ କରାଯାଏ। ଅକ୍ଷୟ ତୃତୀୟା ଦିନ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଅକ୍ଷୟ ତୃତୀୟା ବ୍ରତ ଆସନ୍ତାକାଲି ରଖାଯିବ। ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟ ଦିନ ମା’ ଲକ୍ଷ୍ମୀ ସମସ୍ତ ଭକ୍ତଙ୍କ ଉପରେ ପ୍ରସନ୍ନ ରହିଥାନ୍ତି।
ଅକ୍ଷୟ ତୃତୀୟାରେ ଲୋକେ ସୁନା, ରୁପା କ୍ରୟ କରିବାର ପରାମ୍ପରା ରହିଆସିଛି, ଯାହା ପଛରେ ଧାର୍ମିକ ମାନ୍ୟତା ରହିଛି ଯେ ଏହି ଦିନ ପ୍ରାପ୍ତ ହୋଇଥିବା ଧନ, ସମ୍ପତ୍ତି ଏବଂ ପୁଣ୍ୟଫଳ ଅକ୍ଷୟ ରହିଥାଏ। ଏହି ପବିତ୍ର ଦିନରେ ଆପଣ ନିଜ ରାଶି ଅନୁସାରେ ଜିନିଷ କିଣାକିଣି କରି ସୁଖ, ସୌଭାଗ୍ୟ ମଧ୍ୟ ପ୍ରାପ୍ତ କରିପାରିବେ।
ଏଥର ଅକ୍ଷୟ ତୃତୀୟା ଦିନ ଗ୍ରହମାନଙ୍କର ବିଶେଷ ଯୋଗ ରହିଛି। ଏହି କାରଣରୁ ଅକ୍ଷୟ ତୃତୀୟ ଦିନ ୪ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ରହିବ।
ଧନୁ ରାଶି, କର୍କଟ ରାଶି, ବୃଷଭ ରାଶି ଏବଂ ମକର ରାଶି ଉପରେ ବିଶେଷ ପ୍ରଭାବ ପଡିବ। ଏହି ୪ଟି ରାଶିର ଲୋକଙ୍କ ଉପରେ ମା’ ଲକ୍ଷ୍ମୀର କୃପା ହେବା କାରଣରୁ ଧନଧାନ୍ୟ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ।
ଅକ୍ଷୟ ତୃତୀୟାରେ ଅନେକ ବଡ ଉପଲବ୍ଧି ଏମାନଙ୍କ ପାଖରୁ ଆସିପାରେ।
ନୂଆ କାମ ଆରମ୍ଭ ପାଇଁ ଶୁଭ।
ଧନ ପକ୍ଷ ମଜବୁତ ରହିବ।
କୋର୍ଟ କେଚରୀ ମାମଲାରେ ସଫଳତା ମିଳିବ।
ଘର ପରିବାର ଲୋକଙ୍କୁ ପ୍ରତି କାମରେ ସଫଳତା ମିଳିବ।
ଘର କିମ୍ବା ଯାନବାହାନ କିଣିପାରନ୍ତି।
ଅକ୍ଷୟ ତୃତୀୟ ଦିନ ଚନ୍ଦ୍ରମା ନିଜ ଉଚ୍ଚ ରାଶି ବୃଷ, ଶୁକ୍ର ନିଜ ଉଚ୍ଚ ରାଶି ମୀନ, ଶନି ନିଜ ସ୍ୱରାଶି କୁମ୍ଭ ଏବଂ ବୃହସ୍ପତି ନିଜର ସ୍ୱରାଶି ମୀନରେ ରହିବେ। ଅକ୍ଷୟ ତୃତୀୟ ଦିନ ଏହି ଶୁଭ ଯୋଗ ରହିଥିବାର ଏହାର ମହତ୍ତ୍ୱ ବଢିଯାଇଛି।
Also Read : ଅକ୍ଷୟ ତୃତୀୟା ୨୦୨୨: ରାଶି ଅନୁସାରେ ଜିନିଷ କ୍ରୟ କରି ସୁଖ, ସୌଭାଗ୍ୟ ପ୍ରାପ୍ତ କରନ୍ତୁ…ଜାଣି ନିଅନ୍ତୁ କ’ଣ କିଣିବେ ଆପଣ