ସ୍ପେଶାଲ

ପ୍ରତ୍ୟେକଙ୍କ ଘରେ ଏହି ୫ଟି ପବିତ୍ର ଜିନିଷ ସର୍ବଦା ରହିବା ଦରକାର, ଏହାଦ୍ୱାରା ଦୂର ହୋଇଯାଇଥାଏ ଅନେକ ଦୋଷ

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଘର ସୁଖ, ସମୃଦ୍ଧିରେ ପୂରି ଉଠୁ। ଘରେ ଦେବତା ବାସ କରନ୍ତୁ। ଏଥିପାଇଁ ବ୍ୟକ୍ତି ନିଜ ଘରେ ପୂଜାପାଠ ସହିତ ଦାନ, ପୁଣ୍ୟ ମଧ୍ୟ କରିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମହାଭାରତର ଏକ ପ୍ରସଙ୍ଗରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏମିତି କିଛି ପବିତ୍ର ଜିନିଷ ବିଷୟରେ କହିଛନ୍ତି, ଯାହାକୁ ଘରେ ରଖିବା ମାତ୍ରେ ଦେବୀ, ଦେବତାଙ୍କ କୃପା ସବୁବେଳେ ରହିବ। ଘରକୁ ସୁଖ, ସମୃଦ୍ଧିର ଆଗମନ ହେବ। ଆସନ୍ତୁ ଜାଣିବା ଏହି ପବିତ୍ର ଜିନିଷ ବିଷୟରେ।

୧. ଚନ୍ଦନ: ଚନ୍ଦନକୁ ବହୁତ ପବିତ୍ର ରୂପେ ଗଣାଯାଏ। ଏହାର ମହକରେ ପରିବେଶରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ସମସ୍ତ ଦେବୀ, ଦେବତାଙ୍କ ପୂଜାରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଥାଏ। ମୁଣ୍ଡରେ ଚନ୍ଦନର ତିଳକ ଲଗାଯାଇଥାଏ। ଏହାର ତିଳକରେ ମନକୁ ଶାନ୍ତି ମିଳିଥାଏ। ଘରେ ସବୁବେଳେ ଚନ୍ଦନ ରଖିବା ଉଚିତ। କାରଣ, ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଦେବୀ, ଦେବତାଙ୍କୁ ଚନ୍ଦନ ଅର୍ପଣ କରିବା ଉଚିତ।

୨. ବୀଣା: ବୁଦ୍ଧି ଏବଂ ଶିକ୍ଷାର ଦେବୀ ସରସ୍ବତୀଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର ହେଉଛି ବୀଣା। ଘରେ ବୀଣା ରଖିଲେ ସରସ୍ୱତୀଙ୍କ କୃପାରୁ ସମସ୍ତ ସଦସ୍ୟଙ୍କ ବୁଦ୍ଧିର ବିକାଶ ହେବ। ମୁସ୍କିଲ ପରିସ୍ଥିତିରେ ମଧ୍ୟ ଧୌର୍ଯ୍ୟ ରଖିବାର ପ୍ରେରଣା ମିଳିବ।

୩. ଘିଅ: ଘରେ ସବୁବେଳେ ଘିଅ ରଖି ନିୟମିତ ରୂପେ ଏହାକୁ ସେବନ କରିବା ଉଚିତ। ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଘରେ ଘିଅ ଦୀପ ଜାଳିବା ଉଚିତ। ପୂଜାରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ତେଣୁ ଘିଅକୁ ଅନିବାର୍ଯ୍ୟ ରୂପେ ଘରେ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ।

୪. ମହୁ: ଘରେ ମହୁ ରଖିଲେ ଅନେକ ବାସ୍ତୁ ଦୋଷ ଶାନ୍ତ ହୋଇଯାଇଥାଏ। ଏହାସହିତ ପୂଜାରେ ମଧ୍ୟ ମହୁ ଆବଶ୍ୟକ ହୋଇଥାଏ। ଏହାକୁ ସମସ୍ତ ଦେବୀ, ଦେବତାଙ୍କୁ ଅର୍ପଣ କରାଯାଇଥାଏ। ଯେଉଁ ଘରେ ସବୁଦିନ ପୂଜାପାଠ ହୋଇଥାଏ, ସେହି ଘରେ ସବୁବେଳେ ମହୁ ରହିଥିବା ଦରକାର।

୫. ପାଣି: ଘରେ ସବୁବେଳେ ସଫା ଜଳ ମହଜୁଦ ଥିବା ଦରକାର। ଯେତେବେଳେ ବି କୌଣସି ଅତିଥି ଘରକୁ ଆସିବେ, ତାଙ୍କୁ ସର୍ବପ୍ରଥମେ ପିଇବା ପାଇଁ ଶୀତଳ ଜଳ ଦେବା ଉଚିତ। ଏହାଦ୍ବାରା କୁଣ୍ଡଳୀର ଅନେକ ଦୋଷ ଦୂର ହୋଇଯାଇଥାଏ।

Roshni

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

40 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago