Categories: ସ୍ପେଶାଲ

ହରିଦ୍ୱାରର ଏହି ୫ଟି ଜାଗାରେ ଘୂରି ବୁଲନ୍ତି ପ୍ରେତାତ୍ମା, ରାତିରେ ଗଲେ ଫେରିବା ସମ୍ଭାବନା କମ୍‌!

ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର, ହିନ୍ଦୁମାନଙ୍କର ଏକ ପବିତ୍ର ତୀର୍ଥସ୍ଥାନ। ଏହା ବହୁତ ପ୍ରାଚୀନ ସହର। ନଗର ନିଗମ ବୋର୍ଡ ଦ୍ୱାରା ଏହା ନିୟନ୍ତ୍ରିତ ହୋଇଥାଏ। ଏଠାରେ ୩୧୩୯ ମିଟର ଉଚ୍ଚରେ ଅବସ୍ଥିତ ଗୋମୁଖରୁ ୨୫୩ କିମି ଯାତ୍ରା କରି ଗଙ୍ଗା ନଦୀ ପ୍ରଥମେ ହରିଦ୍ୱାରର ସମତଳ କ୍ଷେତ୍ରରେ ପ୍ରବାହିତ ହେଉଛି। ଏଥିପାଇଁ ହରିଦ୍ୱାର ‘ଗଙ୍ଗାଦ୍ୱାର’ ନାଁରେ ମଧ୍ୟ ଜଣାଶୁଣା ଥାଏ। ହରିଦ୍ୱାରର ଅର୍ଥ ‘ହରି ବା ଈଶ୍ୱରଙ୍କ ଦ୍ୱାର’।

୧. ମନସା ଦେବୀ ଜଙ୍ଗଲ

ଯେବେ ଆପଣ ମନସା ଦେବୀ ମନ୍ଦିର ଯିବେ, ରାସ୍ତାରେ ଅନେକ ଜଙ୍ଗଲ ଥିବା ଦେଖିବାକୁ ପାଇବେ। ଲୋକେ କୁହନ୍ତି, ରାତିରେ ଏହି ଜଙ୍ଗଲ ରାସ୍ତାରେ ଦୁଷ୍ଟ ଆତ୍ମା ବାହାରନ୍ତି। ତେଣୁ ରାତିରେ ଏହି ଜାଗାରେ ଅଟକିବା ମନା।

୨. ବିରଲା ଘାଟ

ଗଙ୍ଗା ଆଳତି ପାଇଁ ଏହି ଘାଟ ସବୁଠାରୁ ପ୍ରସିଦ୍ଧ। ଏଠାକୁ ଆସିଲେ ଆପଣ ସ୍ୱର୍ଗରେ ଥିବା ଭଳି ଅନୁଭବ ହୋଇଥାଏ। କିନ୍ତୁ ଏମିତି ଏକ ସମୟ ଅଛି, ଯେଉଁ ସମୟରେ ପ୍ରେତାତ୍ମା ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି। ତେଣୁ ସମୟ ପୂର୍ବରୁ ଏଠାରୁ ଚାଲିଆସିବା ଭଲ।

୩. ବିଷ୍ଣୁ ଘାଟ

ବିଷ୍ଣୁ ଘାଟରେ କିଛି ଅଜବ ପ୍ରକାର ଶକ୍ତି ଘୂରି ବୁଲନ୍ତି। ସେଠାରେ ଥିବା କିଛି ମହନ୍ତ ଏଭଳି କହିଥାଆନ୍ତି। ପୂର୍ବରୁ ଏଠାରେ ତାନ୍ତ୍ରିକ କାଯ୍ୟର୍କଳାପ ଚାଲୁଥିଲା। ଆଜି ବି ସେହିଭଳି ଶକ୍ତି ମହଜୁଦ୍ ରହିଛି। ତେବେ ଏହି ପ୍ରେତାତ୍ମା ସେ ପଯ୍ୟର୍ନ୍ତ କାହା ପାଖକୁ ଆସି ନ ଥାଏ, ଯେ ପଯ୍ୟର୍ନ୍ତ କେହି ତାକୁ ଡାକି ନ ଥାଆନ୍ତି।

ଏହାସହ ପଢ଼ନ୍ତୁ: ପଞ୍ଜାବରେ ରହିଛି ଏମିତି ଏକ ଗାଁ, ଯେଉଁଠି ପରିଚୟ ବନିଥାଏ ଘରର ପାଣିଟାଙ୍କି

୪. ଋଷି ଆଶ୍ରମ

ଋଷି ଆଶ୍ରମ ହରିଦ୍ୱାରର ସବୁଠାରୁ ସୁରକ୍ଷିତ ଜାଗା। କିନ୍ତୁ ଚାରିପଟେ ଯେଉଁ ଜଙ୍ଗଲ ରହିଛି, ସେଗୁଡ଼ିକ ଅତ୍ୟଧିକ ଭୟଙ୍କର ଅଟେ। ଯଦି ଆପଣ ରାତିରେ କେବେ ଏଠାରେ ଫସିଯିବେ, ତା’ହେଲେ ଆପଣଙ୍କୁ ତୁରନ୍ତ କାହାର ସାହାଯ୍ୟ ନେବା ଆବଶ୍ୟକ ପଡ଼ିପାରେ। ଶୁଣିବାକୁ ମିଳେ, ଆଶ୍ରମ ଆଖପାଖରେ ଅଜବ ପ୍ରକାର ଗତିବିଧି ଅନୁଭବ ହୋଇଥାଏ।

୫. ହରିଦ୍ୱାରରୁ ଋଷିକେଶ ଯିବାକୁ ଥିବା ରାସ୍ତା

ହରିଦ୍ୱାରରୁ ଋଷିକେଶ ଯିବା ବାଟରେ ଚାରିପାଖେ ପାହାଡ଼ ଏବଂ ଜଙ୍ଗଲ ଘେରି ରହିଥାଏ। ଏହି ରାସ୍ତା ବହୁତ ଭୟଙ୍କର। ପ୍ରାୟତଃ ସବୁ ସମୟରେ ଏଠାରେ ଦୁର୍ଘଟଣା ଘଟିଥାଏ। ଲୋକେ କୁହନ୍ତି, ଏଠାରେ କିଛି ପ୍ରେତ ଶକ୍ତି ବାସ କରିଥାଆନ୍ତି। ଦିନେ ଏହି ଜାଗାରେ ସେମାନେ ରାଜ୍ କରୁଥିଲେ, ଏବେ ଏହାକୁ ମଣିଷ ଅକ୍ତିଆର କରିନେଇଛି। ତେଣୁ ଏଠାରେ ବୁଲୁଥିବା ଆତ୍ମା ମଣିଷମାନଙ୍କ ଉପରେ ଅଧିକ ପ୍ରତିଶୋଧ ନିଅନ୍ତି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago