ଚାଣକ୍ୟ ନୀତି : ଜୀବନରେ ସଫଳତା ଦେଇଥାଏ ଚାଣକ୍ୟଙ୍କ ଏହି ୫ କଥା,କେବେ ଖାଇବେ ନାହିଁ ଧୋକା

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ ତାଙ୍କ ନୀତିରେ ଜୀବନର ସଫଳତା ସମ୍ପର୍କରେ ବହୁ ତଥ୍ୟ ଦେଇଛନ୍ତି । କୁହାଯାଏ ଯଦି ଜଣେ ବ୍ୟକ୍ତି ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନ ଅତିବାହିତ କରେ ତାଙ୍କ ଜୀବନରେ କିଛି କଷ୍ଟ ଆସିନଥାଏ ।ଚାଣକ୍ୟଙ୍କ ଏହି ୫ କଥାରେ ଜୀବନରେ ସଫଳତାର ରାଜ ଲୁଚି ରହିଥାଏ । ଆସନ୍ତୁ ଜାଣିବା କ’ଣ ଏହି ୫ କଥା ।

୧. ଅସ୍ତ୍ର ରଖୁଥିବା ଲୋକଠାରୁ ସାବଧାନ ରହିବା ଉଚିତ୍‌ – ଚାଣକ୍ୟ କହିଛନ୍ତି ଅସ୍ତ୍ର-ଶସ୍ତ୍ର ରଖୁଥିବା ଲୋକ ଠାରୁ ସର୍ବଦା ସାବଧାନ ରହିବା ଉଚିତ୍‌ । କ୍ରୋଧରେ ଏହି ବ୍ୟକ୍ତି କେବେ ବି ଶସ୍ତ୍ରର ପ୍ରୟୋଗ କରିପାରେ । କେବେ କେବେ ଆଖପାଖର ଲୋକ ବି ଏହାଦ୍ୱାରା କଷ୍ଟ ଉଠାଇ ପାରନ୍ତି ।

୨. କ୍ରୋଧ – ଚାଣକ୍ୟ କୁହନ୍ତି କ୍ରୋଧ କରୁଥିବା ବ୍ୟକ୍ତିର ପ୍ରତିଭା ନଷ୍ଟ ହୋଇଥାଏ । ବ୍ୟକ୍ତିଙ୍କୁ କ୍ରୋଧ କରିବା ଉଚିତ ନୁହେଁ । କ୍ରୋଧି ବ୍ୟକ୍ତି ଭଲ ମନ୍ଦର ପ୍ରଭେଦ ଭୂଲି ଯାଇଥାଏ ।

୩. ଅହଂକାର – ଚାଣକ୍ୟ ନୀତି କୁହେ ଅହଂକାର ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ । ଅହଂକାର କରୁଥିବା ବ୍ୟକ୍ତିକୁ ସମ୍ମାନ ମିଳିନଥାଏ । ଏମାନଙ୍କ ଠାରୁ ନିଜ ଲୋକ ବି ଦୂରେଇ ଯାଆନ୍ତି ।

୪. ଲୋଭ – ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ଲୋଭ କରିବା ଉଚିତ ନୁହେଁ । ଲୋଭ କରୁଥିବା ବ୍ୟକ୍ତି କେବେ ବି ସନ୍ତୁଷ୍ଟ ହୋଇନଥାଏ । ଯେଉଁ କାରଣରୁ ସେମାନଙ୍କର ହୃଦୟ ଅସନ୍ତୁଷ୍ଟ ରହିଥାଏ ।

୫. ଧୋକା – ଚାଣକ୍ୟ ନୀତି ଅନୁସାରେ କେବେ କାହାକୁ ଧୋକା ଦେବା ଉଚିତ୍‌ ନୁହେଁ । ଧୋକା ଦେବା ସବୁଠୁ ବଡ଼ ଖରାପ ଅଭ୍ୟାସ । ଏମିତି ଲୋକଙ୍କୁ ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.