ଅକ୍ଷୟ ତୃତୀୟାରେ କରନ୍ତୁ ନାହିଁ ଏହି ୭ଟି ଭୁଲ୍‌; ରାଗିଯିବେ ମା’ ଲକ୍ଷ୍ମୀ, ପରିଣାମ ଭୋଗିବେ ଆପଣ…

ଆଉ କିଛିଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, କୌଣସି ମାଙ୍ଗଳିକ କାର୍ଯ୍ୟ ହେଉ କି କିଣାକିଣି, ଏଥିପାଇଁ ଅକ୍ଷୟ ତୃତୀୟା ସବୁଠାରୁ ଶୁଭଦିନ ହୋଇଥାଏ। ହେଲେ ଜ୍ୟୋତିଷଙ୍କ କହିବା ହେଲା, ଏହି ଦିନ ଆମକୁ ଏମିତି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାକୁ ନେଇ ମା’ ଲକ୍ଷ୍ମୀ କୋପ କରି ଥାଆନ୍ତି। ଆସନ୍ତୁ ଜାଣିବା, ଏହି ପବିତ୍ର ଦିନରେ କେଉଁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।

-ଅକ୍ଷୟ ତୃତୀୟା ଦିନ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି। ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ର ପ୍ରୟୋଗ କରାଯାଇଥାଏ। ତେଣୁ ତୁଳସୀ ପତ୍ର ଛିଣ୍ଡାଇବା ପୂର୍ବରୁ ଶାରୀରିକ ସ୍ୱଚ୍ଛତା ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ। ନ ଗାଧୋଇ କେବେ ବି ତୁଳସୀ ପତ୍ର ଛିଣ୍ଡାଇବେ ନାହିଁ।

-ଏହି ଦିନ ଖାଲି ହାତରେ ଘରକୁ ଫେରିବା ବହୁତ ଅଶୁଭ ହୋଇଥାଏ। ଯଦି ସମ୍ଭବ, ତେବେ ସୁନା କିମ୍ବା ଚାନ୍ଦିର କୌଣସି ଆଭୂଷଣ କିଣି ଘରକୁ ଫେରନ୍ତୁ। ଯଦି ମହଙ୍ଗା ଆଭୂଷଣ କିଣିବା ସମ୍ଭବ ହେଉନାହିଁ, ତ ଧାତୁରେ ତିଆରି କୌଣସି ଛୋଟ ବସ୍ତୁ ମଧ୍ୟ କିଣି ପାରିବେ।

-ଅକ୍ଷୟ ତୃତୀୟାରେ କିଛି ଲୋକ ଅଜାଣତରେ କେବଳ ମା’ ଲକ୍ଷ୍ମୀଙ୍କ ପୂଜା କରି ଥାଆନ୍ତି। ଯେତେବେଳେ କି, ମା’ଙ୍କ ପୂଜା ଭଗବାନ ବିଷ୍ଣୁଙ୍କ ସହିତ ହେବା ଉଚିତ। କିନ୍ତୁ ମନେ ରଖନ୍ତୁ, ଦୁଇଜଣଙ୍କର ଅଲଗା ଅଲଗା ପୂଜା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। କୁହାଯାଏ, ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

-ଏହି ଦିନ ଧନ ଥିବା ସ୍ଥାନକୁ ନ ଗାଧୋଇ ସଫାସୁତରା କରନ୍ତୁ ନାହିଁ। ଧନବାକ୍ସକୁ ସ୍ପର୍ଶ ସୁଦ୍ଧା କରନ୍ତୁ ନାହିଁ। ଘରେ ଶୁଦ୍ଧତା ଏବଂ ପବିତ୍ରତା ବଜାୟ ରଖନ୍ତୁ। ଦୀପାବଳି ଭଳି ଘରକୁ ସୁଫାସୁତରା କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରରେ ତେଲ କିମ୍ବା ଘିଅ ଦୀପ ଜଳାନ୍ତୁ।

-ଅକ୍ଷୟ ତୃତୀୟାରେ ଘରର କୌଣସି ବି କୋଣକୁ ଅନ୍ଧାରରେ ରହିବାକୁ ଦିଅନ୍ତୁ ନାହିଁ। ଘରର ଯେଉଁ ଭାଗ ଅନ୍ଧାରରେ ରହିଛି, ସେହି ସ୍ଥାନରେ ଦୀପ ନିଶ୍ଚୟ ଜଳାନ୍ତୁ। ଏହା ବ୍ୟତୀତ ତୁଳସୀ ଗଛ ଏବଂ ମା’ ଲକ୍ଷ୍ମୀଙ୍କ ସାମ୍ନାରେ ଦୀପ ଜଳାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଘର ଉପରେ ସର୍ବଦା ମା’ଙ୍କ ଆଶୀର୍ବାଦ ରହିଥାଏ।

-ଏହି ଦିନ ବ୍ରହ୍ମାଚାର୍ଯ୍ୟ ନିୟମ ପାଳନ କରନ୍ତୁ। ଆମିଷ ଜିନିଷଠାରୁ ଦୂରେଇ ରୁହନ୍ତୁ। ପିଆଜ, ରସୁଣ ଆଦି ଖାଆନ୍ତୁ ନାହିଁ। କେବଳ ସାତ୍ତ୍ୱିକ ଖାଦ୍ୟ ହିଁ ସେବନ କରନ୍ତୁ। କାହା ପ୍ରତି ମନ ଭିତରେ ଖରାପ ବିଚାର କି କ୍ରୋଧର ଭାବନା ରଖନ୍ତୁ ନାହିଁ।

-ଦିନ ସମୟରେ ଶୁଅନ୍ତୁ ନାହିଁ। ଯଦି ଆପଣଙ୍କ ଦ୍ୱାରକୁ କେହି ଗରିବ ଲୋକ ଆସୁଛି, ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ତାଙ୍କୁ ଭୋଜନ କିମ୍ବା ଦାନ ଅବଶ୍ୟ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.