Categories: ସ୍ପେଶାଲ

ଏ ହେଉଛି ଦୁନିଆର ୯ଟି ଆଶ୍ଚର୍ଯ୍ୟମୟ ଜିନିଷ, ଆଜି ବି ଏହାର ରହସ୍ୟରୁ ଉଠିପାରିନାହିଁ ପର୍ଦ୍ଦା

ପୃଥିବୀରେ ଏମିତି ଅନେକ ଜିନିଷ ରହିଛି, ଯାହା ଆଜି ବି ରହସ୍ୟମୟ। ଏହା କେବେ ଏବଂ କେଉଁଠୁ ଆସିଛି, ତାହା ବିଷୟରେ କୌଣସି ଖୋଜ୍‌ ଖବର ନାହିଁ। ଆର୍କିଓଲୋଜିଷ୍ଟ ଆଜି ପଯ୍ୟର୍ନ୍ତ ଏ ବିଷୟରେ ପତ୍ତା ଲଗେଇ ପାରିନାହାନ୍ତି। କେଉଁଠି ପକ୍ଷୀର ପଞ୍ଝା ତ କେଉଁଠି ମାନବ ନିର୍ମିତ କୁହାଯାଉଥିବା ଗୁମ୍ଫା, ଏମିତି କେତେଗୁଡ଼ିଏ ଜିନିଷ ମିଷ୍ଟ୍ରି ହୋଇ ରହିଯାଇଛି। ଆମେ ଆଜି ଆପଣଙ୍କୁ ୯ଟି ରହସ୍ୟମୟ ଜିନିଷ ବିଷୟରେ କହିବାକୁ ଯାଉଛୁ।

ଏହାସହ ପଢ଼ନ୍ତୁ: ଅବସର ପରେ ଘରେ ବସି ପାରିଲେନି ପ୍ରଧାନଶିକ୍ଷକ, ଚାଷ କାମରେ ବ୍ୟବହାର ପାଇଁ ନିର୍ମାଣ କଲେ ନବରତ୍ନ ମେସିନ୍

୧. ‘ଅପ୍‌ଲ୍ୟାଣ୍ଡ ମୋ’ର ପଞ୍ଝା

‘ଅପ୍‌ଲ୍ୟାଣ୍ଡ ମୋ’ ଉଡ଼ିପାରୁ ନ ଥିବା ଏକ ପକ୍ଷୀ, ଯିଏ ୫୦୦ ବର୍ଷ ପୂର୍ବରୁ ବିଲୁପ୍ତ ହୋଇସାରିଛି। ଏହା ନ୍ୟୁଜିଲ୍ୟାଣ୍ଡରେ ହିଁ ଦେଖିବାକୁ ମିଳୁଥିଲା। ତେବେ ଯେଉଁଦିନ ନ୍ୟୁଜିଲ୍ୟାଣ୍ଡର ମାଉଣ୍ଟ ଓବେନ୍‌ ଗୁମ୍ଫାରେ ସଂରକ୍ଷିତ କରି ରଖାଯାଇଥିବା ଏହି ପକ୍ଷୀର ପଞ୍ଝା ମିଳିଥିଲା, ସେହିଦିନ ବିଶେଷଜ୍ଞମାନଙ୍କ ଆଶ୍ଚଯ୍ୟର୍ର ସୀମା ରହି ନ ଥିଲା। କାହିଁକି ନା, ତାହା ଉପରେ ୩୦୦୦ ବର୍ଷର ପୁରୁଣା ତାରିଖ ଲଗାଯାଇଥିଲା। ବିଶେଷଜ୍ଞମାନେ ଆଜି ବି ଏହାର ସନ୍ଧାନରେ ଲାଗିଛନ୍ତି, କିନ୍ତୁ ଏହି ରହସ୍ୟରୁ ପର୍ଦ୍ଦା ଉଠିପାରିନାହିଁ।

ଏହାସହ ପଢ଼ନ୍ତୁ: ଅଜବ! ଏହି ବ୍ୟକ୍ତିଙ୍କର ଅଛନ୍ତି ୭ ହଜାର ସ୍ତ୍ରୀ, ସବୁଜ-ସୁନ୍ଦର ତାଙ୍କ ପରିବାର

୨. ଲଙ୍ଗ୍‌ୟୁ ଗ୍ରାଟୋ

ଚୀନରେ ଫନିକ୍ସ ପର୍ବତରେ ଥିବା ଲଙ୍ଗ୍‌ୟୁ ଗୁମ୍ଫା ଆଜି ବି ରହସ୍ୟମୟ ହୋଇରହିଛି। ଏହା ମାନବନିର୍ମିତ। ଷ୍ଟିଲ୍‌ ଷ୍ଟୋନ୍‌ରେ ତିଆରି ହୋଇଥିବା ଏହି ଗୁମ୍ଫାର ନିର୍ମାଣଶୈଳୀକୁ ଦେଖିଲେ ଏହା ୨୧୨ ବିସିଇ ସମୟର ବୋଲି ବିଶେଷଜ୍ଞମାନେ ଦାବି କରନ୍ତି। ଆଜି ସୁଦ୍ଧା ଏହିପରି ୨୪ଟି ଗୁମ୍ଫା ମିଳିସାରିଛି।

୩. କୋଷ୍ଟା ରିକା ଷ୍ଟୋନ୍‌

ମଧ୍ୟ ଆମେରିକାର କୋଷ୍ଟା ରିକାରେ ଗ୍ରାନୋଡାଇୟୋରାଇଟ୍‌ର ଗୋଲା ରହିଛି। ସମସ୍ତ ଗୋଲା ୩ ଏବଂ ୪ ସେଣ୍ଟିମିଟର ଦୂରତାରେ ରଖାଯାଇଛି। ଏଗୁଡ଼ିକ କେବେ ଏବଂ କେଉଁଠାରୁ ଆସିଛି, ତାହା ବିଷୟରେ କେହି ଜାଣିନାହାନ୍ତି।

୪. ଗେଟ୍‌ ଅଫ୍‌ ଦ ସନ୍‌

ଏହି ଗେଟ୍‌ ବୋଲିଭିୟାରେ ରହିଛି। ଏହା କାହିଁକି ବନାଯାଇଥିଲା, ତାହା ବିଷୟରେ କିଛି ତଥ୍ୟ ନାହିଁ। ଊନବିଂଶ ଶତାବ୍ଦୀରେ ଏହାର ପୁନଃ ସନ୍ଧାନ କରାଯାଇଥିଲା। ପାଖାପାଖି ୧୦ ଫୁଟ୍‌ ଲମ୍ବା ଏବଂ ୧୩ ଫୁଟ୍‌ ଚଉଡ଼ାର ଏହି ଗେଟ୍‌ ସିଙ୍ଗଲ୍‌ ପିସ୍‌ ଷ୍ଟୋନ୍‌ରେ ବନାଯାଇଛି। ଏହାର ନିର୍ମାଣଶୈଳୀକୁ ଅନୁଧ୍ୟାନ କଲେ, ଏହା ଆଷ୍ଟ୍ରୋଲୋଜିକାଲ୍‌ ଏବଂ ଆଷ୍ଟ୍ରୋନୋମିକାଲ୍‌ ପାଇଁ ବ୍ୟବହାର କରାଯାଉଥିବା ମନେହୁଏ।

ଏହାସହ ପଢ଼ନ୍ତୁ: ମଣିଷଙ୍କ ଭଳି କଥା କହୁଛି କୁକୁର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

୫. ଭୋନିଚ୍‌ ପାଣ୍ଡୁଲିପି

ଏହା ଏକ ସଚିତ୍ର କୋଡେକ୍ସ ହ୍ୟାଣ୍ଡ ରିଟନ୍‌ ପାଣ୍ଡୁଲିପି ଅଟେ। ପାଣ୍ଡୁଲିପିଟି କେଉଁ ଭାଷାରେ ଲେଖାଯାଇଛି, ତାହା ଆଜି ପଯ୍ୟର୍ନ୍ତ ରହସ୍ୟାବୃତ୍ତ ହୋଇରହିଛି। ୨୦୧୪ରେ ଦୁଇଟି ଗ୍ରୁପ୍‌ ଏହାକୁ ନେଇ କ୍ଲେମ୍‌ କରିଥିଲେ। ଗୋଟିଏ ଗ୍ରୁପ୍‌ ପାଣ୍ଡୁଲିପି ମେସ୍କିକାନ୍‌ ଲାଙ୍ଗୁଏଜ୍‌ରେ ଲେଖାଯାଇଥିବା କହୁଥିବା ବେଳେ ଅନ୍ୟ ଗ୍ରୁପ୍‌ ଏହା କୋଡେଡ୍‌ ଏସିୟାନ୍‌ ଲାଙ୍ଗୁଏଜ୍‌ ବୋଲି ଦାବି କରିଥିଲା।

ଏହାସହ ପଢ଼ନ୍ତୁ: ଏହି ଯୁବତୀଙ୍କର ରହିଛି ଅଜବ ସଉକ, ରାସ୍ତାରେ ଯିବା ବେଳେ ଅଜଣା ଲୋକଙ୍କୁ କରନ୍ତି କିସ୍

୬. ଗୋବେକଲି ଟେପେ

ଗୋବେକଲି ଟେପେ ତୁର୍କୀରେ ମିଳିଥିଲା। ପ୍ରକୃତରେ ଏହା ଏକ ମନ୍ଦିର, ଯାହାକି ତୁର୍କୀର ପାହାଡ଼ ଶୀର୍ଷରେ ରହିଛି। କୁହାଯାଏ କି, ଏହି ମନ୍ଦିର ସହର ନିର୍ମାଣ ପୂର୍ବରୁ ବନାଯାଇଥିଲା।

୭. ଷ୍ଟୋନ୍‌ ଏଜ୍‌ ଟନଲ୍‌

ଏହି ପ୍ରକାର ଟନଲ୍‌ ୟୁରୋପରେ ଦେଖିବାକୁ ମିଳିଥାଏ। ଏହା ରହସ୍ୟମୟ। ଏତେ ବଡ଼ ସୁଡ଼ଙ୍ଗ ପୁରୁଣା ସମୟରେ କିଏ କେମିତି ବନାଇଥିଲେ, ତାହା କେହି ଏ ଯାଏ ଜାଣିପାରିନାହାନ୍ତି।

୮. ୟୋନାଗୁନୀ ମନ୍ୟୁମେଣ୍ଟ

ଏହା ଏକ ଆଇଲ୍ୟାଣ୍ଡ, ଯାହାକି ଜାପାନରେ ରହିଛି। ଏହାକୁ ମାନବ ତିଆରି କରିଛି ନା ପ୍ରକୃତ ଦ୍ୱାରା ସୃଷ୍ଟ, ତାହା ଆଜି ବି ରହସ୍ୟମୟ।

୯. ଅନ୍‌ଫିନିସ୍‌ଡ ସ୍ମାରକ ସ୍ତମ୍ଭ

ଇଜିପ୍ଟରେ ମିଳିଥିବା ଏହି ସ୍ମାରକ ସ୍ତମ୍ଭର ନିର୍ମାଣଶୈଳୀ ଆଜି ବି ରହସ୍ୟାବୃତ୍ତ ହୋଇ ରହିଛି। ଏହାକୁ କିଏ ଏବଂ କେବେ ନିର୍ମାଣ କରିଥିଲା, ସେ ନେଇ ତଥ୍ୟ ମିଳିନାହିଁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago