ଶନିଦେବଙ୍କର ଅତି ପ୍ରିୟ ଏହି ୩ ରାଶି; ଶ୍ରାବଣର ତୃତୀୟ ଶନିବାର ରହିବ ଏମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ହୋଇଥାଏ। ଏହା ଏକ ପବିତ୍ର ମାସ। ଏହି ମାସରେ ଶିବ ଆରାଧନାର ବିଶେଷ ମହତ୍ତ୍ୱ ରହିଛି। ଭକ୍ତମାନେ ଶ୍ରାବଣ ସୋମବାର ଶିବଙ୍କଠାରେ ଜଳଲାଗି କରି ଅଶେଷ କୃପା ଲାଭ କରି ଥାଆନ୍ତି। ମାନ୍ୟତା ରହିଛି, ଏହି ମାସରେ ଭଗବାନ ଶିବ ଭକ୍ତମାନଙ୍କ ଉପରେ ଜଲ୍‌ଦି ପ୍ରସନ୍ନ ହୋଇ ଯାଆନ୍ତି ଏବଂ ସେମାନଙ୍କ ମନଲାଖି ଫଳ ପ୍ରଦାନ କରି ଥାଆନ୍ତି।

ଏହିପରି ଶ୍ରାବଣ ଶନିବାର ଗ୍ରହମାନଙ୍କ ନ୍ୟାୟାଧୀଶ ଶନିଦେବଙ୍କୁ ସମର୍ପିତ ରହିଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ଶନିଦେବଙ୍କ ପୂଜା ଅତି ଲାଭକାରୀ ହୋଇଥାଏ। ଶାସ୍ତ୍ର ଅନୁସାରେ, ଶ୍ରାବଣରେ ପଡ଼ୁଥିବା ଶନିବାର ଦିନ ଯଦି ଆପଣ ଶନିଦେବଙ୍କ ପୂଜା କରିବେ, ତା’ ହେଲେ ଶନିଦୋଷର ପ୍ରଭାବ କମ୍‌ ପଡ଼ିବ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଦେବ କିଛି ରାଶିଙ୍କ ଉପରେ ନିଜର ବିଶେଷ କୃପା ରଖି ଥାଆନ୍ତି। ମାନ୍ୟତା ରହିଛି ଯେ ଯେଉଁ ରାଶିମାନଙ୍କ ଉପରେ ଶନିଦେବ କୃପା ଦୃଷ୍ଟି ରଖନ୍ତି, ସେମାନଙ୍କ ଜୀବନର ସମସ୍ତ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ।

ଶ୍ରାବଣର ତୃତୀୟ ଶନିବାର ଜୁଲାଇ ୩୦ରେ ପଡ଼ୁଛି। ଏହି ଦିନ କିଛି ରାଶିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆସନ୍ତୁ ଜାଣିବା, ଏହି ରାଶିଗୁଡ଼ିକ ବିଷୟରେ…

ତୂଳା: ତୂଳା ରାଶିର ଲୋକଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ରହିଥାଏ। ତୂଳା ରାଶିରେ ଶନିଦେବ ଉଚ୍ଚରେ ରହି ଥାଆନ୍ତି। ଏହି ରାଶିର ଲୋକଙ୍କୁ ଶନିଦେବଙ୍କ କୃପାରୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତୂଳା ରାଶିର ଜାତକ ପ୍ରଭାବଶାଳୀ ଗଣାଯାଇ ଥାଆନ୍ତି। ମାନ୍ୟତା ରହିଛି, ଶନିଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଜୀବନ ସୁଖ, ସୁବିଧାରେ ଭରି ରହିଥାଏ।

ମକର: ମକର ରାଶିର ସ୍ୱାମୀ ଗ୍ରହ ସ୍ୱୟଂ ଶନିଦେବ ହୋଇ ଥାଆନ୍ତି। ଶନିଦେବଙ୍କ ବିଶେଷ କୃପାରୁ ମକର ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ସଫଳତା ହାସଲ ହୋଇଥାଏ। ମକର ରାଶିର ଜାତକଙ୍କୁ ପରିଶ୍ରମୀ ବୋଲି କୁହାଯାଏ। ଏହି ରାଶିର ଲୋକଙ୍କ ବୈବାହିକ ଜୀବନ ହସ, ଖୁସିରେ ବିତି ଯାଇଥାଏ। ଏମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି। ସବୁ କାମରେ ସଫଳ ହୁଅନ୍ତି।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଦେବଙ୍କର ସବୁବେଳେ କୃପା ରହିଥାଏ। ଶନିଦେବଙ୍କ ଦ୍ୱିତୀୟ ରାଶି ହେଉଛି କୁମ୍ଭ। ଏହି ରାଶି ଉପରେ ଶନିଦେବ ସବୁବେଳେ ନିଜର କୃପା ବରଷି ଥାଆନ୍ତି। ଶନିଦେବଙ୍କ କୃପାରୁ ଏହି ରାଶିର ଜାତକଙ୍କ ଜୀବନରେ କେବେ ବି ପଇସାର ଅଭାବ ରହି ନ ଥାଏ। ସମାଜରେ ମାନ ସମ୍ମାନ ବଢ଼ିଥାଏ।

You might also like