କାହିଁକି ୧୩ ଅଙ୍କକୁ ଧରାଯାଏ ଅଶୁଭ? ଜାଣନ୍ତୁ ଏହା ପଛର ଥିବା ରହସ୍ଯ

ଆପଣ ଛୋଟବେଳୁ ଶୁଣିବାକୁ ପାଇଥିବେ ଯେ ୧୩ ଅଙ୍କ ଅଶୁଭ ହୋଇଥାଏ ବୋଲି । ହେଲେ କଣ ଆପଣ ଏହାର କାରଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଯଦି ଆପଣ ଏହି ୧୩ ଅଙ୍କର ରହସ୍ଯ ସମ୍ପର୍କରେ ନଜାଣିଛନ୍ତି, ତେବେ ଏହାର ରହସ୍ଯ ନିହାତି ଜାଣିବା ଜରୁରୀ ଅଟେ । ପ୍ରାୟତଃ ଏହି ୧୩ ଅଙ୍କଟିକୁ ଦୁନିଆ ସାରା ଅଶୁଭ ସଂଖ୍ଯା ଭାବେ ଗଣାଯାଇଥାଏ । ଯାହା ଫଳରେ ବହୁତ ଲୋକ ଏହି ଅଙ୍କକୁ ବ୍ଯବାହାର କରିବାକୁ ପଛଘୁଞ୍ଚା ଦେଇଥାନ୍ତି ଏହା ସହ ଏହି ଅଙ୍କଟିକୁ ପାଟିରେ ଧରିବାକୁ ମଧ୍ଯ ଭଲପାଇନଥାନ୍ତି । ଏବେ ଆପଣ ଭାବୁଥିବେ କି ଏହା କେବଳ ଗୋଟେ ସଂଖ୍ଯା, ତେବେ ଏହାର ବ୍ଯବହାର କରିବାକୁ ଲୋକେ କାହିଁକି ଡରିଥାନ୍ତି?
ଖାସକରି ପଶ୍ଚିମରେ ଥିବା ଦେଶ ଗୁଡିକରେ ଏହି ସଂଖ୍ଯାଟିକୁ ନେଇ ବେଶ ଡର ଥିବା ଦେଖିବାକୁ ମିଳିଥାଏ । ଏହି ଦେଶ ମାନଙ୍କରେ ୧୩ ଅଙ୍କକୁ ନେଇ ଯେମିତି ଏକ ପ୍ରକାରର ଭୟର ବାତାବରଣ ନଜର ଆସିବା ଭଳି ଲାଗିଥାଏ । ଯଦି ଆପଣ ଏହାର କାରଣ ଜାଣିଯିବେ ତେବେ ଆପଣ ମଧ୍ଯ ୧୩ ଅଙ୍କକୁ ବ୍ଯବହାର କରିବାରେ କୁଣ୍ଠିତ ହୋଇପାରନ୍ତି । ଆପଣଙ୍କୁ ଡରାଇବାର ଆମର କୌଣସି ଉଦ୍ଦେଶ୍ଯ ନାହିଁ କେବଳ ୧୩ ଅଙ୍କକୁ ନେଇ କିଛି ରହସ୍ଯମୟ ଘଟଣା ବିଷୟରେ ଅବଗତ କରିବାକୁ ଚାହୁଁଛୁ ।
୧୩ ଅଙ୍କର ଫୋବିୟା
କିଛି ରିପୋର୍ଟ ମୁତାବକ ୧୩ ଅଙ୍କକୁ ଏଥିପାଇଁ ଅଶୁଭ ବୋଲି ଧରାଯାଇଥାଏ କାରଣ ଗୋଟେ ଥର ଭଗବାନ ଯିଶୁଙ୍କ ସହିତ ଏମିତି ଜଣେ ବ୍ଯକ୍ତି ଜଣଙ୍କ ବିଶ୍ବାସଘାତକ କରିଥିଲା ଯିଏ ତାଙ୍କ ସହ ରାତ୍ରୀଭୋଜନ କରିଥିଲା । ଉକ୍ତ ବ୍ଯକ୍ତି ଜଣଙ୍କ ୧୩ ନମ୍ବର ଚୌକିରେ ବସିଥିଲା । ସେବେ ଠାରୁ ଏହି ୧୩ ନମ୍ବର ସଂଖ୍ଯାକୁ ର୍ଦୁଭାଗ୍ଯପୂର୍ଣ୍ଣ ବୋଲି ବୁଝାଯାଇଥାଏ । ମନବିଜ୍ଞାନରେ ୧୩ଅଙ୍କକୁ ଟ୍ରିକ୍ସୋଇଡେକାଫୋବିୟା କିମ୍ବା ଥର୍ଟିନ୍ ଡିଜିଜ୍ ଫୋବିୟାର ନାମ ଦିଆଯାଇଛି । ଏହି ଅଙ୍କକୁ ନେଇ ଏମିତି ଭୟ ଖେଳିଯାଇଛି କି ପ୍ରାୟତଃ ଲୋକେ ଏହି ସଂଖ୍ଯାର ବ୍ଯବହାର କରିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।
ବିଦେଶରେ ୧୩ ଅଙ୍କର ଡର
ଯିଦି ଆପଣ ଫରେନ୍ ଟ୍ରିପ୍ ରେ ଯାଇଛନ୍ତି ଏବଂ କୌଣସି ହୋଟେଲରେ ରହୁଛନ୍ତି, ତେବେ ସେଠାରେ ଯଦି ୧୩ ନମ୍ବରର କୌଣସି ରୁମ୍ କିମ୍ବା କୌଣସି ବଙ୍ଗଳା ନଥିବ ତେବେ ଆପଣ ଜାଣିଯିବେ କି ହୋଟେଲର ମାଲିକ ୧୩ ଅଙ୍କକୁ ଅଶୁଭ ବୋଲି ମାନିଥାଏ । ଆପଣ ଏମିତି ମଧ୍ଯ କିଛି ଲୋକଙ୍କୁ ଦେଖିବାକୁ ପାଇବେ କି ଯେଉଁମାନେ ୧୩ ନମ୍ବର ରୁମ୍ ରେ ରହିବାକୁ ଜମାରୁ ରାଜି ହୋଇନଥାନ୍ତି । ଏପରି କି କିଛି ହୋଲେରେ ୧୩ ନମ୍ବରର କୌଣସି ଟେବୁଲ ଦେଖିବାକୁ ମିଳିନଥାଏ । ଏଠାରେ ଆମେ ଫ୍ରାନ୍ସର କଥା ଯଦି କହିବା ତେବେ ସେଠାକାର କୌଣସି ହୋଟେଲରେ ୧୩ଟି ଚୌକି ରଖିବା ଶୁଭପ୍ରଦ ବୋଲି ଧରାଯାଇନଥାଏ ।
ଭାରାତରେ ୧୩ ନମ୍ବରର ପ୍ରଭାବ
ଆପଣଙ୍କ ଜାଣିବା ପାଇଁ କହିରଖୁଛିୁ କି ଏହି ୧୩ ସଂଖ୍ଯାକୁ ନେଇ ଥିବା ଡର କେବଳ ପଶ୍ଚିମ ଦେଶ ମାନଙ୍କରେ ନୁହେଁ ଭାରତରେ ମଧ୍ଯ ଦେଖିବାକୁ ମିଳେ । ଏଠାକାର ବହୁତ ଲୋକ ମଧ୍ଯ ୧୩ ସଂଖ୍ଯାକୁ ଅଶୁଭ ବୋଲି ମାନିଥାନ୍ତି । ଆପଣଙ୍କୁ ଜଣାଥାଇପାରେ କି ସ୍ବପ୍ନର ସହର କୁହାଯାଉଥିବା ଚଣ୍ଡିଗଡର ସୁନିୟୋଜିତ୍ ସହର ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପାଇଁ ବହୁତ ଖାସ୍ ସହର ଥିଲା । କିନ୍ତୁ ଆପଣ ଏହା ଜାଣିନଥିବେ କି ଏହି ସୁନିୟୋଜିତ୍ ସହରରେ ସେକ୍ଟର ୧୩ ନାହିଁ । ଏହି ସହରର ନକ୍ସା ତିଆରି କରିଥିବା ଆର୍କିଟେକ୍ଟ ୧୩ ନମ୍ବରର କୌଣସି ସେକ୍ଟର ହିଁ ତିଆରି କରିନଥିଲେ । ଏଠାରେ ୧୩ ନମ୍ବରକୁ ଅଶୁଭ ବୋଲି କୁହାଯାଇଥାଏ । ତେବେ ଏହି ଆର୍କିଟେକ୍ଟଙ୍କୁ ଏହି ସହରକୁ ଡିଜାଇନ୍ କରିବା ପାଇଁ ବିଦେଶରୁ ଡକାଯାଇଥିଲା ।
ଅଟଳବିହାରୀ ବାଜପେୟୀଙ୍କ ଠାରେ ଥିଲା ୧୩ ନମ୍ବର ସଂଖ୍ଯାର ଭୟ
ଅଟଳ ବିହାରୀ ବାଜପେୟୀଙ୍କ ଜୀବନରେ ମଧ୍ଯ ଏହି ୧୩ ନମ୍ବର ସହିତ ବହୁତ ଗମ୍ଭୀର ସମ୍ବନ୍ଧ ରହିଥିଲା । ଯଦି ଆପଣଙ୍କୁ ମନେଥିବ ଅଟଳ ବିହାରୀଜୀଙ୍କ ପ୍ରଧାନମନ୍ତ୍ରୀ କାଳରେ ତାଙ୍କ ସରକାର ପ୍ରଥମ ଥର ୧୩ ଦିନ ପାଇଁ ହିଁ ତିଷ୍ଠି ପାରିଥିଲା । ଏହାପରେ ବାଜପେୟୀଙ୍କ ସାମ୍ନାରେ ଦ୍ବିତୀୟ ଥର ଶପଥ ଗ୍ରହଣର ମୌକା ଆସିଥିଲା ତେବେ ସେ ୧୩ ତାରିକୁ ବାଛିଥିଲେ । ଏହାପରେ ତାଙ୍କ ସରକାର ମାତ୍ର ୧୩ ମାସ ପର୍ଯ୍ଯନ୍ତ ହିଁ ଚାଲିପାରିଥିଲା । ଏହାପରେ ଆଉଥରେ ବାଜପେୟୀ ୧୩ତମ ଳୋକସଭାର ପ୍ରଧାନମନ୍ତ୍ରୀ ଭାବେ ୧୩ଟି ଦଳର ସହଯୋଗରେ ୧୩ ତାରିଖରେ ହିଁ ଶପଥ ନେଇଥିଲେ । କିନ୍ତୁ ପୁନଶ୍ଚ ୧୩ରେ ହିଁ ତାଙ୍କୁ ହାରିବାକୁ ସାମ୍ନା କରିବୋକୁ ପଡିଥିଲା ।
ଘର ନେବାବେଳେ ୧୩ ନମ୍ବରର ଚିନ୍ତା
ବିଦେଶରେ ଶୁକ୍ରବାର ୧୩ ତାରିଖରେ ଲୋକେ ନିଜର ଘରୁ ବାହାରକୁ ବାହାରିବାକୁ ପସନ୍ଦ କରିନଥାନ୍ତି । ଏବଂ ହୋଟେଲ କିମ୍ବା ଘର ନେବା ସମୟରେ ୧୩ ନମ୍ବର ନେବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି । ସେମାନଙ୍କ ମନରେ ରହିଥାଏ କି କୌଣସି ଅଶୁଭ ଘଟଣା ନଘଟୁ । ଏଥିପାଇଁ ସେମାନେ କୌଣସି ଭଲ ପ୍ରେପୋଟିର କିଣାବିକା ମଧ୍ଯ ହାତ ଛଡା କରିଦେଇଥାନ୍ତି ।
ବିଦ୍ବାନଙ୍କ ମତ
୧୩ ନମ୍ବରକୁ ନ୍ଯୁମରୋଲୋଜି ହିସାବରେ ଶୁଭ ବୋଲି ଧରାଯାଇନଥାଏ । ଏଥିପାଇଁ ୧୨ ନମ୍ବରକୁ ଶୁଭ ବୋଲି ଧରାଯାଏ । ନ୍ଯୁମରୋଲୋଜି ରେ ୧୨ ନମ୍ବରକୁ ପୁର୍ଣ୍ଣତା ର ପ୍ରତୀକ ଭାବେ ଧରାଯାଏ ଏବଂ ଏଥିରେ ଆଉ ଏକ ନମ୍ବର ଯୋଗ କରିବା ଖରାପ ଭାଗ୍ଯର ପ୍ରତିକ ବୋଲି ମାନିନିଯାଇଥାଏ । ଏଥିପାଇଁ ୧୩ ନମ୍ବରକୁ ଅଶୁଭ ବୋଲି ଧରାଯାଇଥାଏ ।
୧୨ ହିସାବରେ ତିଆରି ହୋଇଛି କ୍ଯାଲେଣ୍ଡର
ଯେମିତିକି ଆମ କ୍ଯାଲେଣ୍ଡରରେ ୧୨ ମାସ ଏବଂ ଦିନ ୧୨-୧୨ ଘଣ୍ଟାର ସମୟରେ ବଣ୍ଟା ଯାଇଛି । ଏକ ପରଫେକ୍ଟ ଅଙ୍କ ହୋଇଥିବା ବେଳେ ଏହାର ନିକଟତ୍ତମ ଅଙ୍କ ୧୩ ହୋଇଥିବାରୁ ଏହାକୁ ଅବିଭାଜ୍ଯ ଏବଂ ଅପରିମେୟ ସଂଖ୍ଯା ଭାବେ ଗଣନା କରାଯାଇଛି । ଏଥିପାଇଁ କୁହାଯାଇଥାଏ କି କମ୍ ବ୍ଯବହାର ହେବା କାରଣରୁ ଏହାକୁ ଧିରେ ଧିରେ ଅଶୁଭ ବୋଲି ମାନି ନିଆଗଲା ।
୧୩ ଅଙ୍କ ବିଶିଷ୍ଟ ସଂଖ୍ଯାରୁ ଖେଳ ଆରମ୍ଭ କରନ୍ତୁ
ଏକ ସତ୍ଯ ଏହା ହେଉଛି କି ଆପଣ ୧୩ ସଂଖ୍ଯାରୁ ଖେଳ ଆରମ୍ଭ କରନ୍ତୁ ଏବଂ କିଛି ସମୟ ଖେଳିବାପରେ ଅନ୍ତିମ ଯାଏଁ ଆପଣ ସଘର୍ଷ କରନ୍ତୁ ଦେଖିବେ ନିଶ୍ଚିତ ଜିତିବେ । ଏଥିପାଇଁ ବିଶେଷ କରି ଲୋକମାନେ ୧୩ ଅଙ୍କକୁ ଅଶୁଭ ମାନନ୍ତି ନାହିଁ । ଏହି ତଥ୍ଯ ସମ୍ପୂର୍ଣ୍ଣ ମିଥ୍ଯା ଏବଂ ଏଥିରେ କୌଣସି ଦମ୍ ନାହିଁ ବୋଲି କହିଥାନ୍ତି । ୧୩ ନମ୍ବରକୁ ଅଶୁଭ ବୋଲି କହିବାରେ ଅନ୍ଧବିଶ୍ବାସ ବୋଲି କହୁଥିବାବେଳେ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ଆଜି ପର୍ଯ୍ଯନ୍ତ ମିଳିନାହିଁ ।