ବିଲକୁଲ ମଣିଷ ପରି ଠୋ ଠୋ ହୋଇ ହସୁଛି ଏହି ଦୁଇଟି ଚଢେଇ, ଭିଡିଓ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ

ଆପଣମାନେ ନିଶ୍ଚିତ ଭାବେ ଏଭିତରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିଥିବେ । ଅନେକ ପ୍ରକାରର ପକ୍ଷୀ ବାବଦରେ ବି ଶୁଣିଥିବେ । ଆଉ ମଧ୍ୟ କିଛି ଜୀବଜନ୍ତୁଙ୍କ ବିଷୟରେ ଜମା ବି ଜାଣିନଥିବେ । କେବେ କଣ ଆପଣ କୌଣସି ପକ୍ଷୀକୁ ଜୋର ଜୋରରେ ହସୁଥିବାର ଦେଖିଛନ୍ତି କି ? କିମ୍ବା ଏମିତି କୌଣସି ପକ୍ଷୀର ଶବ୍ଦ ଶୁଣିଛନ୍ତି ଯାହାକୁ ଶୁଣିକି ଲାଗିଛିକି ଏହି ପକ୍ଷୀଟି କଣ ଆମ ମଣିଷ ମାନଙ୍କ ପରି ହସୁଛି । କେବେ ଆପଣଙ୍କର ସେମିତି କିଛି ଅନୁଭବ ଅଛିକି ? ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖେଇବାକୁ ଯାଉଛୁ ଯାହାକୁ ଥରେ ଆପଣ ଉପରୋକ୍ତ ଘଟଣାର ଅନୁଭବ ନେଇପାରିବେ । ସେମାନେ ଠିକ ଆମ ମଣିଷ ମାନଙ୍କ ପରି ହିଁ ହସୁଥିବା ଆପଣ ଅନୁଭବ କରିପାରିବେ । ଦୁଇଟି ପକ୍ଷୀ କେମିତି ଜୋର ଜୋରରେ ହସୁଛନ୍ତି । ଟିକେ ଧ୍ୟାନରେ ଶୁଣିଲେ ଜାଣିପାରିବେ ଠିକ ଆମ ମଣିଷ ମାନଙ୍କ ପରି ରହି ରହିକି ହସୁଛି ଏହି ପକ୍ଷୀଟି ।

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦୁଇଟି seagull ବସିଥିବା ଦେଖିପାରିବେ । ଅଚାନକ କଣ ହେବ ନା ସେମଧ୍ୟରୁ ଗୋଟେ ପକ୍ଷୀ ଅଚାନକ ହସିବା ଆରମ୍ଭ କରିଦେଉଛି । ଏମିତି ବି ହୋଇପାରେ ଆମ ମଣିଷ ମାନଙ୍କୁ ଯାହା ହସ ଲାଗୁଛି ପକ୍ଷୀ ମାନଙ୍କ ପାଇଁ ତାହା ସେମାନଙ୍କର ଏକ ପ୍ରକାର ଶବ୍ଦ ହୋଇପାରେ । ଦୁହିଁଙ୍କ ଶବ୍ଦ ଶୁଣି ଏମିତି ଲାଗୁଛି ସତେ ଯେମିତି ସେମାନେ ରହି ରହିକି ହସୁଛନ୍ତି । ଲୋକଙ୍କୁ ଏହି ଭିଡିଓ ଖୁବ ପସନ୍ଦ ଆସିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.