ସ୍ପେଶାଲ

କେବଳ ଷ୍ଟାଇଲ୍‌ ନୁହେଁ ନିଜ ସୁରକ୍ଷା ପାଇଁ ମଧ୍ୟ ଜବରଦସ୍ତ ଏହି କାନଫୁଲ, ଜାଣନ୍ତୁ କେମିତି

ଝିଅମାନଙ୍କୁ ସର୍ବଦା ନିଜର ସୁରକ୍ଷା ପାଇଁ ସଜାଗ ରହିବା ଆବଶ୍ୟକ। ଏପରି ପ୍ରତ୍ୟେକ ମା’-ବାପା କହିଥାନ୍ତି। କିନ୍ତୁ କିଛି ମା’-ବାପାମାନେ ମଧ୍ୟ ନିଜ ଝିଅଙ୍କୁ ଅଧିକ ବେଶଭୂଷା ହେବା ପାଇଁ ମନା କରିଥାନ୍ତି କାରଣ ସୋମନଙ୍କ କହିବା କଥା ଦୁନିଆରେ ଏ ପରି ଅସାମାଜିକ ବ୍ୟକ୍ତି ଅଛନ୍ତି, ଯାହାର ନଜର ତୁମ ଉପରେ ମଧ୍ୟ ପଡିପାରେ। ଏବେ କିନ୍ତୁ ଆପଣ ମଧ୍ୟ ଏହା କହିପାରିବେ ଯେ, ମୁଁ ଅଧିକ ସଜେଇ ହୋଇପାରିବା ସହ ନିଜର ସୁରକ୍ଷା ମଧ୍ୟ କରିପାରିବି। ଆଜ୍ଞା ହଁ ବାରାଣସିର ଅଶୋକ ଇଷ୍ଟିଚ୍ୟୁଟରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ଜଣେ ଛାତ୍ର ପ୍ରଭାରୀ ଶ୍ୟାମ ଚୌରାସିୟା ଏଭଳି ଏକ କାନଫୁଲ ତିଆରି କରିଛନ୍ତି, ଯାହା ଝିଅମାନଙ୍କ ସୁରକ୍ଷା ପାଇଁ କାମରେ ଆସିପାରିବ। ତେବେ ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟ କାନଫୁଲର ଟେକ୍‌ନିକ୍‌।

କଣ କରିବ ଏହି ସ୍ମାର୍ଟ କାନଫୁଲ?

ବାସ୍ତବରେ ଲୋକମାନେ ଏହି କାନଫୁଲକୁ ଲୋକମାନେ ‘କବଚ ଝୁମ୍‌କା’ କହୁଛନ୍ତି। ଏହି ଝୁମ୍‌କା ଏକ ସ୍ମାର୍ଟ ଇୟରିଙ୍ଗ ଗନ୍‌ ଭଳି କାମ କରିଥାଏ। ଏହା ‘ଲଙ୍କା ଗୁଳି’ ବାହାର କରିଥାଏ। ଏହିକାରରରୁ ଯେଉଁ ସମୟରେ ଯୁବତୀମାନେ ଯଦି କୌଣସି ଅସାମାଜିକ ଯୁବକଙ୍କ କବଳରେ ପଡିଥାନ୍ତି ତେବେ ସେହି ସମୟରେ ଏହି ସ୍ମାର୍ଟକାନଫୁଲର ବଟନ୍‌ କ୍ଲିକ୍‌ କରିବା ମାତ୍ରେ ହିଁ ଲଙ୍କାର ବର୍ଷା ହେବ। ଯାହାଫଳରେ ଯେତେ ବଡ ଗୁଣ୍ଡା ହେଲେ ମଧ୍ୟ ଦୌଡି ପଳାଇବ।

କଣ ରହିଛି ଏହି କାନଫୁଲର କ୍ୱାଲିଟି?

-ଆପଣ ଏହି ସ୍ମାର୍ଟ ଇୟରିଙ୍ଗ ଗନ୍‌କୁ ମୋବାଇଲ ବ୍ଲୁଟୁଥ୍‌ ସହ କନେକ୍ଟ କରିପାରିବେ।

-ଆପଣ ବ୍ଲୁଟୁଥ୍‌କୁ ଚାର୍ଜ ମଧ୍ୟ କରିପାରିବେ।

-ଆପଣ ଏହି ଡିଭାଇସରୁ ୧୧୨ ଏବଂ ୧୦୦ ନମ୍ବରରେ କଲ୍‌ କରି ନିଜର ସାହାଯ୍ୟ ପାଇଁ ମଧ୍ୟ ଲୋକମାନଙ୍କୁ ଡାକିପାରିବେ।

-ସବୁଠାରୁ ରୋଚକ କଥା ହେଉଛି ଏହା ଅଳଙ୍କାର ଭଳି ଦେଖାଯାଇଥାଏ। ଅର୍ଥାତ କାହାକୁ ଏହି ବିଷୟରେ ଜଣାପଡିବ ନାହିଁ।

କେତେ ସମୟରେ ଏବଂ କିପରି ତିଆରି ହେଲା ଏହି ଝୁମ୍‌କା?

ଶ୍ୟାମଙ୍କ କହିବାନୁଯାୟୀ ଏହି କାନଫୁଲ ତିଆରି କରିବାରେ ୪ମାସ ସମୟ ଲାଗିଥିଲା। ଏହା ଖୁବ୍‌ ହାଲୁକା ମଧ୍ୟ। ଏହାର ଓଜନ କଥା କହିବାକୁ ଗଲେ ଏହା ୪୫ ଗ୍ରାମ ଏବଂ ୩ ଇଞ୍ଚ ଲମ୍ବା। ଏହି କାନଫୁଲରେ ୫ଏମଏମ ମୋଟାର ଫୋଲ୍ଡିଂ ବ୍ୟାରେଲ ରହିଛି। ୩.୭୦ଭୋଲ୍ଟର ବ୍ୟାଟେରୀ ଏବଂ ୨ଟି ବଟନ୍‌ ରହିଛି। ପ୍ରଥମ ବଟନ୍‌ ଗନ୍‌ର ଟ୍ରିଗର ଏବଂ ଦ୍ୱିତୀୟ ବଟନ୍‌ଟି ୧୧୨ ଓ ୧୦୦ ନମ୍ବରରେ କଲ୍‌ କରିବା ପାଇଁ ରହିଛି। ସୂଚନା ମୁତାବକ ଏହି ସ୍ମାର୍ଟ କାନଫୁଲ ତିଆରି କରିବା ପାଇଁ ୪୫୦ ଟଙ୍କା ଖର୍ଚ୍ଚ ହୋଇଛି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago