ପୂର୍ଣ୍ଣିମା ଦିନ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନଚେତ୍ ଭୋଗବାକୁ ପଡିପାରେ ଅନେକ ସମସ୍ୟା

ମନୋବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ପୂର୍ଣ୍ଣିମା ରାତିରେ ମନ ଅଧିକ ବ୍ୟସ୍ତ ରହିଥାଏ ଏବଂ ନିଦ ମଧ୍ୟ କମ ହୋଇଥାଏ। ମସ୍ତିଷ୍କ ଦୁର୍ବଳଥିବା ଲୋକମାନଙ୍କର ମନ ମଧ୍ୟ ଆତ୍ମହତ୍ୟା କିମ୍ବା ହତ୍ୟା କରିବା ପାଇଁ ଭାବିଥାନ୍ତି। ଏହିଦିନ ଆପଣମାନେ ଯଦି ୫ଟି ବର୍ଜିତ କାମ କରିଥାନ୍ତି ତେବେ ନିଶ୍ଚିନ୍ତ କଷ୍ଟ ପାଇଥାନ୍ତି। ତେବେ ଜାଣନ୍ତୁ ପୂର୍ଣ୍ଣିମା ଦିନ କେଉଁସବୁ କାମ କରିବା ଅନୁଚିତ।

-ଏହିଦିନ କୌଣସି ପ୍ରକାର ତାମସିକ ଭୋଜନ କରବି ଅନୁଚିତ। ଯେପରି, ମଟନ୍, ଚିକେନ୍ ଏବଂ ପିଆଜ କିମ୍ବା ରସୁଣରେ ତିଆରି ହୋଇଥିବା ଖାଦ୍ୟ।

-ପୂର୍ଣ୍ଣିମା ଦିନ କୌଣସି ବି ପରିସ୍ଥିତିରେ ମଦ୍ୟପାନ କରନ୍ତୁ ନାହିଁ। କାରଣ ଏହି ଦିନ ମଦ୍ୟପାନ କରିବା ଦ୍ବାରା ଏହାର ପ୍ରଭାବ ମସ୍ତିଷ୍କରେ ପଡ଼ିଥାଏ। ଏହାଦ୍ବାରା ଆପଣଙ୍କ ଶରୀର ନୁହେଁ ବରଂ ଆପଣଙ୍କ ଭବିଷ୍ୟତ ଉପରେ କୁପରିଣାମ ପଡ଼ିଥାଏ।

chand-ଏହି ଦିନ କ୍ରୋଧ କରିବା ଅନୁଚିତ। ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଏହି ଦିନ ଚନ୍ଦ୍ରମାଙ୍କ ପ୍ରଭାବ ଖୁବ୍ ତେଜ୍ ହୋଇଥାଏ। ଏହି କାରଣରୁ ଶରୀରରେ ରକ୍ତରେ ନ୍ୟୁରନ୍ ସେଲ୍ସ କ୍ରିୟାଶୀଳ ହୋଇଥାଏ। ଏଭଳି ପରିସ୍ଥିତିରେ ବ୍ୟକ୍ତି ଅଧିକ ଉତ୍ତେଜିତ ଏବଂ ଭାବୁକ ହୋଇଥାନ୍ତି।

-ଚନ୍ଦ୍ରଙ୍କର ଧରିତ୍ରୀରେ ଥିବା ଜଳ ସହ ସମ୍ବନ୍ଧ ରହିଛି। ଏପରିକି ଯେତେବେଳେ ପୂର୍ଣ୍ନିମା ଆସିଥାଏ ସମୁଦ୍ରରେ ଅଧିକ ଜୁଆର-ଭଟ୍ଟା ଉତ୍ପନ୍ନ ହୋଇଥାଏ। କାରଣ ଚନ୍ଦ୍ରମା ସମୁଦ୍ରର ଜଳକୁ ଉପରକୁ ଟାଣିଥାନ୍ତି। ମାନବ ଶରୀରରେ ପାଖାପାଖି ୮୫ ପ୍ରତିଶତ ଜଳ ରହିଥାଏ। କିନ୍ତୁ ପୂର୍ଣ୍ଣିମା ଦିନ ଏହି ଜଳର ଗତି ଏବଂ ଗୁଣ ବଦଳି ଯାଇଥାଏ। ଏହିଦିନ ଜଳର ମାତ୍ରା ଏବଂ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ଏହାସହ ପଢନ୍ତୁ: ଆଜି ବି ଏଠାକାର ଲୋକମାନେ ରାବଣକୁ ମାନନ୍ତି ନିଜର ଜ୍ୱାଇଁପୁଅ, ଲଙ୍କାପତିଙ୍କ ଆଗରେ ମୁଣ୍ଡରେ ଓଢ଼ଣା ପକାଇ ଯାଆନ୍ତି…

-ଏହିଦିନ ସମ୍ପୂର୍ଣ୍ଣ ଜଳ ଏବଂ ଫଳ ସେବନ କରି ଉପବାସ ରଖିବା ଉଚିତ। ଯଦି କୌଣସି ବ୍ୟକ୍ତି ଏହି ଦିନ ଉପବାସ କରିପାରୁନାହାନ୍ତି ତେବେ ସାତ୍ତ୍ବିକ ଭୋଜନ କରନ୍ତୁ। ଏହାବ୍ୟତୀତ ପୂର୍ଣ୍ଣିମା ଦିନ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ।

You might also like