Categories: ସ୍ପେଶାଲ

ଯଦି ସାଥିରେ ଥିବ ଏହି ଚାରୋଟି ଜିନିଷ ତେବେ ମୃତ୍ୟୁ ପରେ ନର୍କକୁ ନେଇ ପାରିବନି ଯମଦୂତ

ଆମେ ଯେଉଁମାନେ ଏହି ପୃଥିବୀରେ ଜନ୍ମ ନେଇଛନ୍ତି ତାଙ୍କ ଜୀବନରେ ଦିନେ ନା ଦିରେ ମୃତ୍ୟୁ ଆସିବ ଏହା ବିଲକୁଲ୍ ସତ। କାରଣ ଏହି ଧରାପୃଷ୍ଠକୁ ଯିଏ ଆସିଛି ତାର ଅନ୍ତ ସୁନିଶ୍ଚିତ ଅଟେ। ମୃତ୍ୟୁର ମୁଖରୁ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ରକ୍ଷା ପାଇଛି ନା କେବେ ପାଇବ। ଜୀବନ ଏବଂ ମୃତ୍ୟୁ ଆମ ଜୀବନର ସବୁଠାରୁ ବଡ କଠିନ ଏବଂ କଠୋର ସତ୍ୟ ଅଟେ। ଏହା ପ୍ରକ୍ରୁତିର ନିୟମ ଅଟେ ଯାହାକୁ ସମସ୍ତଙ୍କୁ ମାନିବାକୁ ପଡିବ। ବିଜ୍ଞାନ ଯେତେ ଉନ୍ନତ ହେଲେ ମଧ୍ୟ ଯିଏ ଜିବିତ ତାର ମୃତ୍ୟୁ ନିଶ୍ଚିତ ଅଟେ। କାରଣ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ବିଦ୍ଧିର ବିଧାନ ଅଟେ।

ଆପଣ ଦେଖିଥିବେ ସବୁ ମଶିଷ ନିଜ ଜୀବନକୁ ସରଳ ଏବଂ ସହଜ କରିବା ପାଇଁ ସବୁ ସମୟରେ କିଛି ନା କିଛି ପ୍ରୟାସ କରିଥାଏ। ଯାହା ଦ୍ବାରା ସେ ବହୁତ ଟଙ୍କା କମାଇପାରିବ ଏବଂ ଜୀବନକୁ ସରସ ଓ ସୁନ୍ଦର କରିପାରିବ। ଏହି ସଂସାରର ନିୟମ ବଡ ବିଚିତ୍ର ଅଟେ, ଗୋଟିଏ ପଟେ ଯେଉଁଠି ମନୁଷ୍ୟ ପୂରା ଜୀବନ କାଳ ମଧ୍ୟରେ ବହୁତ ପାପ କରିଥାଏ ଏବଂ ପରେ ଯେତେବେଳେ ତାର ମୃତ୍ୟୁ ହୋଇଯାଇଥାଏ ତେବେ ତାର ପରିବାର ତାର ପୁରା ବିଦ୍ଧି ବିଧାନ ସହିତ ଅନ୍ତିମ ସଂସ୍କାର କରିଥାଏ। ସେହିଭଳି ଅନ୍ୟପକ୍ଷରେ କିଛି ଲୋକ ନିଜ ଜୀବନରେ କେବଳ ଭଲ କାମ ହିଁ କରିଥାନ୍ତି ଏହା ଭାବି ଯେ ମଲାପରେ ସେ ଯେପରି ନର୍କର ଦୁଃଖ ଯନ୍ତ୍ରଣାକୁ ସହିବାକୁ ନପଡୁ ଏବଂ ମୃତ୍ୟୁ ପରେ ଯେମିତି ସ୍ବର୍ଗ ଭୋଗ କରିପାରିବେ।

ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଯଦି ଆପଣ ସମୟ ରହିବା ପୂର୍ବରୁ କରିନିଅନ୍ତି ତେବେ ନିଶ୍ଚିତ ଯେ ଆପଣ ନର୍କ ଯିବାରୁ ରକ୍ଷା ପାଇପାରିବେ। ସୂଚନା ଅନୁଯାୟୀ ଯଦି ମୃତ୍ୟୁ ସମୟରେ ଆପଣଙ୍କ ପାଖରେ ଏହି ଚାରୋଟି ଜିନିଷ ସାଥିରେ ଥାଏ ତେବେ ଯମଦୂତ ଆପଣଙ୍କୁ ନର୍କ ନେଇ ପାରିବ ନାହିଁ। ତେବେ ଆସନ୍ତୁ ଜାଣିବା କଣ ସେହି ଚାରୋଟି ଜିନିଷ।

ତୁଳସୀ ଗଛ

କୁହାଯାଏ ଯେ ଯଦି ମୃତ୍ୟୁ ସମୟରେ ତୁଳସୀ ପତ୍ର କିମ୍ବା ତୁଳସୀ ଗଛ ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରଖି ଦିଆଯାଏ ତେବେ ତାଙ୍କୁ ଯମଦୂତର ଭୟ ରହିନଥାଏ। କେବଳ ଏତିକି ନୁହେଁ ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପସନ୍ଦ ଅଟେ। ଏହି କାରଣ ଯୋଗୁଁ ତୁଳସୀ ଭଗବାନ ବିଷ୍ଣୁଙ୍କର ମସ୍ତକରେ ବିରାଜମାନ ରହିଛି। ଏହି ଧାରଣାକୁ ଲୋକମାନେ ଧ୍ୟାନରେ ରଖି ବ୍ୟକ୍ତିଙ୍କର ମୃତ୍ୟୁ ସମୟରେ ତୁଳସୀ ପତ୍ର କିମ୍ବା ତୁଳସୀ ପତ୍ରକୁ ମୁଣ୍ଡ ପାଖରେ ରଖାଯାଏ, ଯାହା ଦ୍ବାରା ଯମଦୂତଙ୍କର ଭୟ ରହିନଥାଏ।

ଗଙ୍ଗାଜଳ

ଆମେ ସମସ୍ତେ ଜାଣିଛନ୍ତି ଯେ ଗଙ୍ଗାଜଳ ବହୁତ ପବିତ୍ର ଅଟେ। ଆଜି ମଧ୍ୟ ସେହି ଗଙ୍ଗାଜଳ ସେତିକି ପବିତ୍ର ଯେତିକି ପୂର୍ବରୁ ଥିଲା। କିନ୍ତୁ ଆମ ଭଳି ଲୋକମାନେ ଗଙ୍ଗାଜଳର ପରିଷ୍କାରକୁ ନେଇ ଅଣଦେଖା କରୁଛନ୍ତି। କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଯଦି ଗଙ୍ଗାଜଳକୁ ବ୍ୟକ୍ତିଙ୍କର ମୃତ୍ୟୁ ସମୟରେ ତାର ମୁଖରେ ଦିଆଯାଏ କିମ୍ବା ମସ୍ତକ ଉପରେ ରଖିଦିଆଯାଏ ତେବେ ସେହି ବ୍ୟକ୍ତିଙ୍କର ମନ-ଆତ୍ମା ଶାନ୍ତି ହୋଇଯାଇଥାଏ, ଯେଉଁ କାରଣରୁ ସେ ସ୍ବର୍ଗପ୍ରାନ୍ତି ପାଇଥାନ୍ତି।

ଶ୍ରୀମଦ୍ଭଗବତ ଗୀତା

ଗୀତା ଯାହାକୁ ଲୋକମାନେ ପବିତ୍ର ଗ୍ରନ୍ଥ ବୋଲି ମାନିଥାନ୍ତି। ଏବେବି ଲୋକମାନେ ଏହାକୁ ଛୁଇଁ ରାଣ ଖାଉଛନ୍ତି। କୁହାଯାଏ ଯେ ଏହାକୁ ଅନୁସରଣ କଲେ ବ୍ୟକ୍ତିଙ୍କୁ ସୁନ୍ଦର ଜୀବନର ମାର୍ଗ ମିଳିଥାଏ। ଏହି କାରଣରୁ ମୃତ୍ୟୁ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କ ସାମ୍ନାରେ ଗୀତାର ପାଠ କରାଯାଏ ତେବେ ବ୍ୟକ୍ତିଙ୍କର ମନକୁ ଶାନ୍ତି ଏବଂ ମନର ମୋହ ଦୂର ହୋଇଯାଇଥାଏ।

ରାମାୟଣ ପାଠ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୃତ୍ୟୁ ଶଯ୍ୟାରେ ଶୋଇ ରହିଥିବା ବ୍ୟକ୍ତିଙ୍କ ପାଇଁ ରାମାୟଣ ପାଠ କରିବା ବହୁ ଲାଭଦାୟକ ବୋଲି କୁହାଯାଏ। କାରଣ ଭଗବାନ ରାମ ମଧ୍ୟ ବିଷ୍ଣୁଙ୍କର ଅବତାର ଅଟନ୍ତି। ଏହି ଗ୍ରନ୍ଥରେ ଭଗବାନ ବିଷ୍ଣୁଙ୍କର ରାମ ଅବତାରର କଥା ରହିଛି। ଯାହାକୁ ଶୁଣିଲା ପରେ ମନ ଶାନ୍ତି ଏବଂ ଆନନ୍ଦରେ ଭରିଯାଇଥାଏ ଏବଂ ମୃତ୍ୟୁ ପାଇଥିବା ବ୍ୟକ୍ତିଙ୍କ ପାଇଁ ମୁକ୍ତିର ବାଟ ସହଜ ହୋଇଯାଏ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

7 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

40 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

42 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

49 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

57 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

58 mins ago