ଚାଣକ୍ୟ ନୀତି : ନିଜର ଏହି ୩ ଆଦତ କାରଣରୁ ବିପଦରେ ପଡିପାରନ୍ତି ମହିଳା, ଆଜି ହିଁ ରୁହନ୍ତୁ ଏ ସବୁରୁ ଦୂରରେ

ଚାଣକ୍ୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁ କଥା କହିଛନ୍ତି । ସେ କହିଛନ୍ତି ଯେ ମହିଳା କିଭଳି ଜୀବନସାଥୀ ଚାହିଁଥାନ୍ତି । ତାଙ୍କର ଜୀବନସାଥୀଙ୍କ ମନୋଭାବ କିପରି ହେବା ଦରକାର । ଏମିତିରେ ମହିଳା ଜୀବନସାଥୀଙ୍କ ମଧ୍ୟରେ କିଛି ଖାସ୍‌ ଗୁଣ ଖୋଜିଥାନ୍ତି । ସେପରି ପୁରୁଷ ମିଳିଗଲେ ସେମାନେ ଜୀବନସାଥୀ କରିବାକୁ ଚାହିଁଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ମହିଳାଙ୍କୁ ନେଇ କିଛି କଥା କହିଛନ୍ତି । ମହିଳାଙ୍କ କିଛି ଆଦତ ଏପରି ହୋଇଥାଏ,ଯେଉଁ କାରଣରୁ ସେମାନେ ବିପଦରେ ପଡିଥାନ୍ତି । ଏଥିସହିତ ସେମାନଙ୍କ ଏହି ଆଦତ କାରଣରୁ ପରିବାର ଲୋକେ ବି ଅସୁବିଧାରେ ପଡିଥାନ୍ତି । ଆସନ୍ତୁ ଜାଣିବା କ’ଣ ସେହି ଆଦତ ।

ରୋଗକୁ ଲୁଚାଇବାର ଅଭ୍ୟାସ

ମହିଳାଙ୍କ ଏମିତି ଆଦତ ହୋଇଥାଏ, ସର୍ବଦା ନିଜର ରୋଗକୁ ହାଲକା ଭାବେ ନେଇଥାନ୍ତି । ଏମିତି କି ନିଜର ରୋଗ ସମ୍ପର୍କରେ ପତି କିମ୍ବା ପରିବାର ଲୋକଙ୍କୁ ଜଣାଇ ନଥାନ୍ତି । ରୋଗ ବଢ଼ିଗଲେ ବଡ ସମସ୍ୟା ହୋଇଥାଏ । ଏଥିରେ ପରିବାର ଲୋକେ ହଇରାଣ ହୋଇଥନ୍ତି । ଚାଣକ୍ୟଙ୍କ ମତରେ ରୋଗକୁ କେବେ ବି ଲୁଚାଇବା କଥା ନୁହେଁ ।

ସବୁ କଥାକୁ ସ୍ୱୀକାର କରିଯିବା

ବହୁବାର ମହିଳାମାନେ ପତି ଓ ପରିବାରଙ୍କ ଭଲ ପାଇଁ ସବୁ କଥାକୁ ସ୍ୱୀକାର କରିନେଇଥାନ୍ତି । ସେମାନେ ଏଥିପାଇଁ ଏମିତି କରିଥାନ୍ତି ଯେ ବିରୋଧ କରିବା ଦ୍ୱାରା ଘରେ ଯେମିତି କଳହ ନହେଉ । ମହିଳା ନିଜର ଅଧିକାର ବିଷୟରେ ମତ ରଖିବା କଥା, ନିଜର ଆତ୍ମ ସମ୍ମାନ ପାଇଁ ଏପରି କାମ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି ।

ମିଛ କହିବାରୁ କ୍ଷାନ୍ତ ରହିବା

ମହିଳାମାନେ ବହୁବାର ମିଛି କହିଥାନ୍ତି । ଏହି ଆଦତ କାରଣରୁ ବହୁବାର ଫସି ମଧ୍ୟ ଯାଇଥାନ୍ତି । ଚାଣକ୍ୟଙ୍କ ମତରେ ମହିଳାମାନେ ସବୁ କଥାରେ ମିଛ କହିବା ବେଳେ ବେଳେ ପରିବାର ପାଇଁ ଅସୁବିଧା ସୃଷ୍ଟି କରିଥାଏ । ତେଣୁ ମହିଳାଙ୍କୁ ମିଛ କହିବାରୁ କ୍ଷାନ୍ତ ରହିବା ଜରୁରୀ । ଫଳରେ ପରବାରରେ ସେମାନଙ୍କର ସମ୍ମାନ କାଏମ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.