ଭାରତର ଏହିସବୁ ମନ୍ଦିରରେ ମାଛ-ମାଂସକୁୁ ଭୋଗ ଲାଗି କରାଯାଏ, ଜାଣନ୍ତୁ ଏସବୁ ମନ୍ଦିର ସ୍ୱତନ୍ତ୍ରତା

ଭାରତ ୩୩ କୋଟି ଦେବଦେବତାଙ୍କ ଭୂମି, ଯାହା ନିଜ ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଆପଣଙ୍କୁ ବିଭିନ୍ନ ଦେବୀଦେବତାଙ୍କ ମନ୍ଦିର ଦେଖିବାକୁ ମିଳିବ। ଯାହା ନିଜ ସଂସ୍କୃତି ତଥା ମାନ୍ୟତା କିମ୍ବା ସିଦ୍ଧି ପାଇଁ ଜଣାଯାଏ।

ଭାରତୀୟ ସଭ୍ୟତା ଧର୍ମ ଓ ପୁରାଣର ସଭ୍ୟତା । ମୂର୍ତ୍ତି ପୂଜାକୁ ସନାତନ ଧର୍ମରେ ସବୁଠୁ ଶ୍ରେଷ୍ଠ ମନାଯାଏ। ତେଣୁ ଯଦି ଆମେ ଭାରତରେ ଛୋଟ ବଡ଼ ମନ୍ଦିର ସମ୍ପର୍କରେ କହିବା ତେବେ ପାଖାପାଖି ୨୦ ଲକ୍ଷ ମନ୍ଦିର ରହିଛି। ଏହିସବୁ ମନ୍ଦିରରେ ଭଗବାନ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି। ।

କେଉଁ ମନ୍ଦିର ତାର ନିର୍ମାଣକୁ ନେଇ ପ୍ରସିଦ୍ଧ ତ ଅନ୍ୟ ଟି ପ୍ରତିମା କୁ ନେଇ.. ଏମିତିକି ପ୍ରସାଦକୁ ନେଇ ମଧ୍ୟ ଆପଣ ଅନେକ ପାର୍ଥକ୍ୟ ଦେଖିବାକୁ ପାଇବେ। ଆଜି ଆମେ ସେହି ପ୍ରସାଦକୁ ନେଇ ଆପଣଙ୍କୁ କିଛି ବିଶେଷ ମନ୍ଦିରର ଦର୍ଶନ କରାଇବୁ..

prasad
pc: times of india

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହା ତାର ନିଜସ୍ୱ ପରମ୍ପରାକୁ ନେଇ ଅନ୍ୟ ମନ୍ଦିରଠୁ ସ୍ୱତନ୍ତ୍ର ପାଲଟିଛି। ପ୍ରତ୍ୟେକଟି ଧାର୍ମିକ ସ୍ଥଳରେ ଲୋକଙ୍କର ଭକ୍ତି ଓ ଆସ୍ଥାର ଏକ ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳେ। ସେହିପରି ପ୍ରତ୍ୟେକଟି ସ୍ଥାନରେ ଥିବା ଭଗବାନଙ୍କର ପୂଜା ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ ଥାଏ।

ଭାରତରେ ଏପରି ଅନେକ ମନ୍ଦିରର ପ୍ରମାଣ ମଧ୍ୟ ଆପଣ ପାଇବେ। ଆମେ ଆଜି ଭାରତର ଏପରି ସବୁ ମନ୍ଦିର ସମ୍ପର୍କରେ କହିବୁ ଯାହା ତାର ପୂଜା ପରମ୍ପରାକୁ ନେଇ ଭିନ୍ନ ତଥା ସ୍ୱତନ୍ତ୍ର ପାଲଟିଛି। ଭାରତରେ ଏମିତି ମନ୍ଦିର ମଧ୍ୟ ରହିଛି ଯେଉଁଠି ଭଗବାନଙ୍କୁ ମାଛ ମାଂସ ଭୋଗ ଲାଗି କରାଯାଏ।

ଭାରତରେ ଏପରି ଅନେକ ମନ୍ଦିର ତଥା ଧାର୍ମିକ ସ୍ଥଳ ରହିଛି , ଯେଉଁଠି ପ୍ରସାଦ ଆକାରରେ ମାଂସ ଭୋଗ ବଣ୍ଟାଯାଏ। କଣ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ଏକଦମ ସତ। ସେଥିପାଇର୍ ତ ଆମେ କହିଲୁ ଏହିସବୁ ମନ୍ଦିର ଅନ୍ୟ ମନ୍ଦିରଠୁ ସ୍ୱତନ୍ତ୍ର। ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଏପରରି ମନ୍ଦିର ରହିଛି। ଆସନ୍ତୁ ଜାଣିବା ସେହି ସବୁ ମନ୍ଦିର ସମ୍ପର୍କରେ..

  • ତାମିଲନାଡୁର ମୁନିୟାନ୍ଦି ସ୍ୱାମି ମନ୍ଦିର। ଏହି ମନ୍ଦିରରେ ଚିକେନ ସହିତ ମଟନ ବିରିୟାନୀ ଭୋଗ ଲଗାଯାଏ।
  • ଉତ୍ତର ପ୍ରଦେଶର ଗୋରଖପୁର ସ୍ଥିତ ତରକୁଲହା ଦେବୀ ମନ୍ଦିରରେ ଛେଳି ମାଂସକୁ ପ୍ରସାଦ ଆକାରରେ ବଣ୍ଟାଯାଏ।
  • କେରଳର ପରାସିନିକ କରବୁ ମନ୍ଦିରରେ ମାଛକୁ ଭୋଗ କରାଯାଏ।
  • ପଶ୍ଚିମବଙ୍ଗର ପ୍ରସିଦ୍ଧ କାଳିଘାଟ ମନ୍ଦିରରେ ଛେଳି ମାଂସର ଭୋଗ ଚଢ଼ାଯାଏ।
  • ଆସାମର କାମାଖ୍ୟା ମନ୍ଦିରରେ ମାଛ ସହ ମାଂସକୁ ଭୋଗ ଆକାରରେ ଦିଆଯାଏ।
  • ବଙ୍ଗାଳର ତାରାପୀଠ ମନ୍ଦିରରେ ମାଛ ସହ ମାଂସକୁ ପ୍ରସାଦ ଆକାରରେ ବଣ୍ଟାଯାଏ।
  • ଶେଷରେ ପଶ୍ଚିମବଙ୍ଗରେ ଥିବା ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ମାଛ ଭୋଗ କରାଯାଇ ଭକ୍ତଙ୍କ ନିକଟରେ ବଣ୍ଟାଯାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.