ସୂର୍ଯ୍ୟୋପରାଗ ସମୟରେ କରନ୍ତୁ ହନୁମାନ ଚାଳିଶାର ଏହି ଉପାୟ; ଟଳିଯିବ ବଡ଼ ସଙ୍କଟ, ବାସ୍‌ ଏହି ବିଧିରେ କରନ୍ତୁ ପାଠ

ଆଜି ବର୍ଷର ଶେଷ ସୂର୍ଯ୍ୟୋପରାଗ। ସୂର୍ଯ୍ୟୋପରାଗ ସମୟରେ ଏହାର ନକାରାତ୍ମକ ଏବଂ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ହନୁମାନ ଚାଳିଶା ପାଠର କିଛି ପ୍ରତିକାର ବିଷୟରେ କୁହାଯାଇଛି। ଯଦି ଏହି ଉପାୟଗୁଡ଼ିକୁ ଆପଣା ଆପଣାଇବେ, ତା’ ହେଲେ ଏହାଦ୍ୱାରା ନା କେବଳ ହନୁମାନଙ୍କ କୃପା ମିଳିବ, ବରଂ ତାଙ୍କ ଆଶୀର୍ବାଦରୁ ବ୍ୟକ୍ତିର ବୁଦ୍ଧି ମଧ୍ୟ ତେଜ ହେବ। ଆଉ ବିଶ୍ୱାସ ରହିଛି ଯେ ବୁଦ୍ଧି କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ କେହି ବି ମାତ୍‌ ଦେଇ ପାରନ୍ତି ନାହିଁ। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ…

ସୂର୍ଯ୍ୟୋପରାଗ ସମୟରେ ହନୁମାନ ଚାଳିଶାର ପ୍ରତିକାର/ଉପାୟ

– ମଙ୍ଗଳବାର ପୂଜା ହନୁମାନଙ୍କୁ ସମର୍ପିତ ରହିଛି। ଏଥର ସୂର୍ଯ୍ୟୋପରାଗ ବି ମଙ୍ଗଳବାର ଦିନ ପଡ଼ିଛି। ଏମିତିରେ ପରାଗର ଦୁଷ୍ପ୍ରଭାବରୁ ବଞ୍ଚିବା ପାଇଁ ଦିନରେ ହନୁମାନ ଚାଳିଶା ୭ ଥର ଅବଶ୍ୟ ପାଠ କରନ୍ତୁ।

-ସୂର୍ଯ୍ୟୋପରାଗ ଦିନ ଖରାପ ପ୍ରଭାବଗୁଡ଼ିକୁ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ଛିଡା ହୁଅନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ବ୍ୟତୀତ ଆଜି ସୂର୍ଯ୍ୟୋପରାଗଠାରୁ ଆରମ୍ଭ କରି ୫ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନ ଚାଳିଶା ୧ରୁ ୧୧ ଥର ପାଠ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବିଶେଷ ଲାଭ ମିଳିବ। କହି ରଖୁଛୁ, ପ୍ରଥମ ମଙ୍ଗଳବାର ଦିନ ଆପଣ ହନୁମାନ ଚାଳିଶା ଥରେ ପାଠ କରନ୍ତୁ, ଦ୍ୱିତୀୟ ମଙ୍ଗଳବାରରେ ୫ ଥର, ତୃତୀୟ ଏବଂ ଚତୁର୍ଥ ମଙ୍ଗଳବାରରେ ଯଥାକ୍ରମ ୭ ଓ ୯ ଥର ପାଠ କରି ଶେଷ ମଙ୍ଗଳବାର ଦିନ ୧୧ ଥର ପାଠ କରନ୍ତୁ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗ ସମୟରେ ଆପଣ ଯେତେ ଥର ହନୁମାନ ଚାଳିଶା ପାଠ କରିବେ, ସେତିକି ଖାଦ୍ୟ ଜିନିଷ ଦାନ କରିବେ। ମନେ କରନ୍ତୁ, ଯଦି ଆପଣ ଥରେ ପାଠ କରିବେ, ତ ଗୋଟିଏ ଫଳ ଦାନ କରନ୍ତୁ। ଏହି ଦାନ କୌଣସି ଗରିବ କିମ୍ବା ଅଭାବୀ ଲୋକଙ୍କୁ ଦିଆଯାଇ ପାରିବ।

-ସୂର୍ଯ୍ୟୋପରାଗ ଦିନ ପରାଗ ସମାପ୍ତ ହେବା ପରେ ହନୁମାନ ଚାଳିଶା ପୁସ୍ତକ ଉପରେ ଚନ୍ଦନ ଲଗାଇ ହନୁମାନଙ୍କ ସାମ୍ନାରେ ରଖି ଦିଅନ୍ତୁ। ତା’ ପରେ ଏହାକୁ ପାଠ କରନ୍ତୁ।

Leave A Reply

Your email address will not be published.