ଏହି ତାରିଖରେ ଜନ୍ମ ନେଇଥିବା ଲୋକମାନଙ୍କୁ ଦାମ୍ପତ୍ୟ ଜୀବନରେ ଉଠାଇବାକୁ ପଡିଥାଏ ଅସୁବିଧା, ପତି -ପତ୍ନୀଙ୍କ ସମ୍ପର୍କରେ ଲାଗି ରହିଥାଏ ସମସ୍ୟା

ଅଙ୍କ ଜ୍ୟୋତିଷ ଅଙ୍କ ଉପରେ ଆଧାରିତ | ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ | ଅଙ୍କ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ କହିଥାଏ | ଜ୍ୟୋତିଷ ଶାସ୍ତ୍ର ଯେଉଁଠି ରାଶି ଏବଂ ଜାତକରୁ ଭବିଷ୍ୟତ କାଳ କହିଥାଏ କେବଳ ଜନ୍ମ ତିଥିରୁ ମଧ୍ୟ ଅଙ୍କ ଜ୍ୟୋତିଷ ବ୍ୟକ୍ତିର ବ୍ୟବହାର ,ସ୍ୱଭାବ ଏବଂ ଅନ୍ୟ ଜିନିଷମାନଙ୍କ ବିଷୟରେ ଜ୍ଞାନ ମଧ୍ୟ ଦେଇଥାଏ | ଅଙ୍କ ଜ୍ୟୋତିଷରୁ ବ୍ୟକ୍ତିର ଭବିଷ୍ୟତକୁ ମଧ୍ୟ ଭଲ ଭାବରେ ଜଣାଇ ଦେଇପାରେ | ଏଥିପାଇଁ କେବଳ ଜନ୍ମ ତିଥିରେ ଆବଶ୍ୟକତା ଥାଏ | ଅଙ୍କ ଜ୍ୟୋତିଷରେ ମୂଳାଙ୍କ ଅନୁସାରେ ଭବିଷ୍ୟବାଣୀ କରାଯାଇଥାଏ –

ମୂଳାଙ୍କ କେମିତି ବାହାରେ –

ଅଙ୍କ ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ମୂଳାଙ୍କ ଜାଣିବା ପାଇଁ ତାଙ୍କ ଜନ୍ମ ତିଥିକୁ ଯୋଡିବାକୁ ହୋଇଥାଏ | ଯେମିତି କୌଣସି ବ୍ୟକ୍ତିଙ୍କ ଜନ୍ମ ତିଥି 12ତାହେଲେ 1+2=3 ସେହି ବ୍ୟକ୍ତିଙ୍କ ଜୋଡ 3 ହେବ ,ଏବଂ ବ୍ୟକ୍ତିଙ୍କ ମୂଳାଙ୍କ 3 ହିଁ ହେବ | ଏହି ଅନୁସାରେ ତାଙ୍କର ସ୍ୱଭାବ ଓ ଭବିଷ୍ୟ ଜଣା ଯାଇପାରେ | ଆସନ୍ତୁ ଜାଣିବା ମୂଳାଙ୍କ 7 ଥିବା ଲୋକଙ୍କ ବିଷୟରେ |

ମୂଳାଙ୍କ 7 ଥିବା ବୈବାହିକ ଜୀବନ –

ଅଙ୍କ ଜ୍ୟୋତିଷଙ୍କ ଅନୁସାରେ ସମସ୍ତ ମୂଳାଙ୍କ ର ନିଜ ନିଜର ଭଲ ଗୁଣ ଏବଂ ମନ୍ଦ ଗୁଣ ରହିଥାଏ | କୌଣସି ମାସର 7 ,16ଏବଂ 25 ତାରିଖରେ ଜନ୍ମ ଲୋକଙ୍କ ମୂଳାଙ୍କ 7 ହୋଇଥାଏ | ଅଙ୍କ ଜ୍ୟୋତିଷ ଅନୁସାରେ ଏହି ମୂଳାଙ୍କର ଲୋକମାନେ ସଫା ହୃଦୟର ଏବଂ କଥା କହିବାରେ ଧୁରନ୍ଧର ହୋଇଥାନ୍ତି | ଏହି ଲୋକେ ନିଜ ସହିତ ଅନ୍ୟ ଲୋକଙ୍କର ମଧ୍ୟ ଯତ୍ନ କରିଥାନ୍ତି |

ଦାମ୍ପତ୍ୟ ଜୀବନରେ ଲାଗି ରହିଥାଏ ଉତାର ଚଢାଵ ସ୍ଥିତି –

ନିଜ ପାର୍ଟନରଙ୍କ ପ୍ରତି କେୟାରିଙ୍ଗ ହୋଇଥିବା ପରେ ମଧ୍ୟ ବୈବାହିକ ଜୀବନରେ କେତେ ପ୍ରକାର ଉଚ୍ଚ ନୀଚ୍ଚ ର ସାମ୍ନା କରିବାକୁ ପଡିଥାଏ | ଏହି ମୂଳାଙ୍କ ଲୋକମାନଙ୍କୁ ପ୍ରେମରେ ଧୋଖା ମିଳିଥାଏ ବା ନିଜ ପାର୍ଟନରଙ୍କ ସହିତ ଭଲ ପଡି ନଥାଏ | ଏମାନେ ନିଜର ଭାବନାକୁ ଠିକ ଭାବରେ ପ୍ରକାଶ କରି ପାରନ୍ତି ନାହିଁ | ଯଦ୍ୱାରା ଏମାନେ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି |ସାଧାରଣତଃ ଏହି ଲୋକମାନେ ଲେଖକ ,ଆଷ୍ଟ୍ରୋଲଜର ,ଜଜ କିମ୍ବା ମେଡିକାଲ ପ୍ରଫେସନର ହୋଇଥାନ୍ତି |

ମୂଳାଙ୍କ 7 : ରହସ୍ୟମୟୀ ହୋଇଥାଏ ଏମାନଙ୍କ ସ୍ୱଭାବ –

ମୂଳାଙ୍କ 7ଥିବା ଜାତକ ରହସ୍ୟମୟୀ ହୋଇଥାନ୍ତି | ଏମାନେ ନିଜ ମନ କଥା କାହାରି ସାଙ୍ଗରେ ସେୟାର କରନ୍ତି ନାହିଁ | ଏମାନେ ଅତି ସହଜରେ ଅନ୍ୟ ମାନଙ୍କ ବିଷୟରେ ଜାଣି ନିଅନ୍ତି କିନ୍ତୁ ଲୋକମାନେ ଏମାନଙ୍କ ବିଷୟରେ କିଛି ବି ଜାଣି ପାରନ୍ତି ନାହିଁ |ଏମାନଙ୍କର ରୁଚି ମଧ୍ୟ ରହସ୍ୟମୟ ଜିନିଷରେ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.