ଚାଣକ୍ୟ ନୀତି : ଏମିତି ଲୋକ ବୁଝି ନଥାନ୍ତି କାହାର ଦୁଃଖ, ଏମାନଙ୍କ ଠାରୁ ଯେତେ ଦୂରରେ ରହିବେ ଭଲ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟଙ୍କ ଜୀବନ ସହ ସମ୍ପର୍କିତ ମହତ୍ୱପୂର୍ଣ୍ଣ କଥା କହିଛନ୍ତି । ଯଦି ଚାଣକ୍ୟଙ୍କ ଏହି ନୀତିକୁ ଆଜି ବି ପାଳନ କରାଯାଏ,ତେବେ ବ୍ୟକ୍ତି ବହୁ ସମସ୍ୟାରୁ ରକ୍ଷା ପାଇପାରେ । ଏହାଛଡ଼ା ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କିଛି ଏପରି ଲୋକଙ୍କ ସମ୍ପର୍କରେ କହିଛନ୍ତି, ଯାହାଙ୍କ ଠାରୁ ସର୍ବଦା ଦୂରରେ ରହିବା କଥା । କାରଣ ଏପରି ଲୋକ କେବେ କାହାର ଦୁଃଖ ବୁଝି ନଥାନ୍ତି । ଚାଣକ୍ୟ ନୀତି ଅନୁସାରେ ଆସନ୍ତୁ ଜାଣିବା କେଉଁ ଲୋକଙ୍କ ଠାରୁ ଦୂରରେ ରହିଲେ ବ୍ୟକ୍ତି ଭଲରେ ରହିବେ ।

ନିଶାଡି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ

ଚାଣକ୍ୟ ନୀତି ଅନୁସାରେ, ଯେଉଁ ଲୋକଙ୍କୁ ନିଶାର ଅଭ୍ୟାସ ଲାଗିଯାଇଛି, ଏପରି ଲୋକଙ୍କ ଠାରୁ ଦୂରରେ ରହିବା କଥା । କାରଣ ଏପରି ଲୋକ ସର୍ବଦା ଟଙ୍କାର ଯୋଗାଡରେ ଲାଗି ରହିଥାନ୍ତି । ଟଙ୍କା ପାଇଁ ଏହି ଲୋକ ଚୋରି, ଡକାୟତି ଓ ହତ୍ୟା ଭଳି ଅପରାଧ କରିବା ପାଇଁ ପଛାନ୍ତି ନାହିଁ । ନିଶା ଆଗରେ ଏମାନଙ୍କୁ କିଛି ଦେଖା ଯାଏ ନାହିଁ । ଏପରି ଲୋକଙ୍କ ସହ ରହି ଆପଣ ବି ଭୁଲ କରିପାରନ୍ତି କିମ୍ବା ସେମାନଙ୍କର ଭୁଲର ଭାଗିଦାରୀ ବନିଯାଆନ୍ତି ।

ସ୍ୱାର୍ଥୀ ଲୋକ

ଚାଣକ୍ୟଙ୍କ ମତରେ, ସ୍ୱାର୍ଥପର ବ୍ୟକ୍ତି ସର୍ବଦା ନିଜ ସମ୍ପର୍କରେ ଭାବିଥାନ୍ତି । ଏମିତି ବ୍ୟକ୍ତି ନିଜ ସ୍ୱାର୍ଥ ଆଗରେ କେବେ କାହାର ଦୁଃଖ ବୁଝିନଥାନ୍ତି । ତେଣୁ ସର୍ବଦା ଏପରି ଲୋକଙ୍କ ଠାରୁ ଦୂରରେ ରହିବା ଦରକାର ।

ଚୋର

ଚାଣକ୍ୟ ନୀତି ଅନୁଯାୟୀ, ଯାହାର ନିୟତ ଚୋରି କରିବା ହୋଇଥାଏ, ଏପରି ଲୋକଙ୍କ ଠାରୁ ଦୂରରେ ରହିବା କଥା । ଚୋର କେବେ କାହାର ଦୁଃଖ କଥା ଭାବନ୍ତି ନାହିଁ । ସେ ଏହା ଭାବନ୍ତି ନାର୍ହି ଯେ ଏହି ଜୋରି ଦ୍ୱାରା କାହାର କ’ଣ କ୍ଷତି ହେବ । ସେ କେବଳ ନିଜ ଚୋରି ଉପରେ ଧ୍ୟାନ ଦେଇଥାଏ । ଚୋରି ପ୍ରବୃତ୍ତିର ବ୍ୟକ୍ତିକୁ କାହାର ପରିସ୍ଥିତି ବା ଦୁଃଖ ତାଙ୍କ ଉପରେ କିଛି ଫରକ ପକାଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.