Categories: ସ୍ପେଶାଲ

ଦୀପାବଳିରେ କୌଣସି ଦେବାଦେବୀ ନୁହେଁ ବରଂ ଘରର ବଡମାନଙ୍କୁ ପୂଜା କରିଥାନ୍ତି ଏହି ସମ୍ପ୍ରଦାୟ

ଛତିଶଗଡ଼ର ଯଶପୁର ଠାରେ କିଛି ଆଦିମ ଜନଜାତିର ଲୋକ ବସବାସ କରନ୍ତି । ଏହି ଗାଁ ଲୋକେ ନିଜକୁ ଅସୁର ରାଜ ମହିଶାଶୂରର ବଂଶଜ ବୋଲି ଦାବି କରନ୍ତି । ଏଠାରେ ବୁଜୁରୁପାଠ, କଂଟବେଳ, କୁଲାଡୋର, ଲୁଖୀ ଆଦି ସମ୍ପ୍ରଦାୟର ଲୋକେ ଏଠାରେ ବସବାସ କରନ୍ତି । ଦେଶର ଅନ୍ୟ ପ୍ରାନ୍ତ ଭଳି ଏମାନେ ବି ପ୍ରତିବର୍ଷ ଦୀପାବଳି ଉତ୍ସବ ବେଶ ଧୂମଧାମରେ ପାଳନ କରନ୍ତି । କିନ୍ତୁ ଏମାନେ ଏହି ଉତ୍ସବକୁ କିଛିଟା ଭିନ୍ନ ଭାବେ ପାଳନ କରନ୍ତି । ସମସ୍ତଙ୍କ ପରି ଏମାନେ ଦେବାଦେବୀଙ୍କ ପୂଜା କରିବା ବଦଳରେ ଘରର ବଡ ମାନଙ୍କର ପୂଜା କରିଥାନ୍ତି । ଅନ୍ୟ କୌଣସି ପାରମ୍ପରିକ ପୂଜା ଆରମ୍ଭ କରିବା ପୂର୍ବରୁ ନିଜ ଘରେ ଥିବା ଵୟୋଜ୍ୟୋଷ୍ଠ ମାନଙ୍କର ପୂଜା କରି ସେମାନଙ୍କ ଆଶିର୍ବାଦ ନେଇଥାନ୍ତି । ଜଣେ ଅଧିବାସୀଙ୍କ କହିବା ଅନୁଯାୟୀ ବହୁ ପୂର୍ବରୁ ଏଠିକାର ଲୋକେ ଘନ ଜଙ୍ଗଲ ମଧ୍ୟରେ ଅଥବା ଗୁମ୍ଫାରେ ବସବାସ କରୁଥିଲେ ।

 

ଖାଦ୍ୟରେ ସେମାନେ ବଣର ଜୀବ ଜନ୍ତୁଙ୍କୁ ମାରି ସେମାନଙ୍କ ମାଂସ ଖାଉଥିଲେ । ଜଙ୍ଗଲରେ ବସ କରୁଥିବା କାରଣରୁ ସେମାନଙ୍କର ସବୁବେଳେ ନିଜ ଜୀବନର ଭୟ ମଧ୍ୟ ରହୁଥିଲା । ସେମାନଙ୍କର ବିଶ୍ୱାସ ରହିଛିଯେ ଯଦି କେବେ ଘନ ଜଙ୍ଗଲରେ ସେମାନେ କେବେ ହଜିଯାନ୍ତି ତେବେ ବଡ ମାନଙ୍କଠାରୁ ପାଇଥିବା ଆଶୀର୍ବାଦ ହିଁ ସେମାନଙ୍କୁ ରାସ୍ତା ଦେଖାଇବା ସହ ଘର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । ତେଣୁ କରି ହିଁ ସେହି ସମୟରୁ ଏହି ପରି ଏକ ପରମ୍ପରାର ଆରମ୍ଭ କରାଯାଇ ଥିଲା । ଏମାନଙ୍କର ଆଉ ଏକ ବିଶେଷ ଗୁଣ ହେଉଛି ଏମାନେ କେବେ ମଧ୍ୟ ଅଧିକ ଧନ ହାସଲ କରିବା ପଛରେ ଦୌଡ଼ି ନଥାନ୍ତି । ବଣରୁ ମିଳୁଥିବା ବନ୍ୟଜାତ ଦ୍ରବ୍ୟ ହିଁ ଏମାନଙ୍କର ପ୍ରଧାନ ଖାଦ୍ୟ ହୋଇଥାଏ । ଏହା ସହ ଏମାନେ ବନ୍ୟ ଯିବା ଜନ୍ତୁ ମାନଙ୍କର ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ରଖିଥାନ୍ତି । ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନଙ୍କ ସମାଜରେ ପୁରୋହିତ ମାନଙ୍କର ପୂଜା କରିବାର ପରମ୍ପରା ନାହିଁ ।

ଏହା ସହ ପଢନ୍ତୁ: ଏହି ମନ୍ଦିରରେ ଧନତେରାସରେ ବଣ୍ଟାଯାଏ ‘ମୂଲ୍ୟବାନ ଜିନିଷ’, ଯାହାକୁ ନେଇ ଟ୍ରେଜେରୀରେ ରଖନ୍ତି ଲୋକେ

ଗାଁର ପ୍ରତିଟି ପରିବାର ନିଜେ ହିଁ ପୂଜା କରିଥାନ୍ତି । ପରିବାରର ସବୁଠୁ ଵୟୋଜ୍ୟୋଷ୍ଠ ବ୍ୟକ୍ତି ମାନଙ୍କୁ ପୂଜା କରୁଥିବା ସ୍ଥାନରେ ବସାଇ ସେମାନଙ୍କ ପୂଜା କରିଥାନ୍ତି । ଏହି ଜନଜାତି ଛତିଶଗଡ଼ ତଥା ଝାରଖଣ୍ଡର କିଛି କିଛି ବଣୁଆ ସ୍ଥାନରେ ବସବାସ କରନ୍ତି । ଦୁଇଟି ପ୍ରଦେଶରେ ମିଶାଇ ଏମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ । ଏବେ ମଧ୍ୟ ଏମାନେ ଦୁରାରୋଗ୍ୟ, ଅଶିକ୍ଷା, ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ପରି ସମସ୍ୟା ସହ ଯୁଝି ହେଉଛନ୍ତି । ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଏମାନଙ୍କୁ ଆଦିବାସୀ ସମ୍ପ୍ରଦାୟରେ ମିଶାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିପାରିନାହିଁ । ଏଥି ପାଇଁ ବହୁ ଅଧିବାସୀ ସହର ମାନଙ୍କୁ ପଳାୟନ କରୁଛନ୍ତି । ଏଥିପାଇଁ ଏହି ସମ୍ପ୍ରଦାୟର ଜନ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି ।

ତେଣୁ କରି ଏମାନଙ୍କ ଭାଷା ଓ ସଂସ୍କୃତି ଲୋପ ପାଇବାରେ ଲାଗିଛି । ଆହୁରି ଏକ ଖାସ କଥା ହେଉଛି ନିଜକୁ ମହିଷାସୁରର ବଂଶଧର ଭାବେ ଗ୍ରହଣ କରୁଥିବାରୁ ଏମାନେ ନବରାତ୍ର ତଥା ଦଶହରା ପର୍ବ ପାଳନ କରନ୍ତି ନାହିଁ । କିନ୍ତୁ ଦୀପାବଳି ଓ ହୋଲି ପରି ପର୍ବକୁ ବେଶ ଉତ୍ସୁକତାର ସହ ପାଳିଥାନ୍ତି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

10 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

41 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

43 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

46 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

53 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago