ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେଇଥାଏ ଏହି ଛୋଟିଆ କାମ, ପ୍ରତିଦିନ କରିବା ଦ୍ୱାରା ଚମକି ଉଠିଥାଏ ଭାଗ୍ୟ

ଜୀବନରେ ସୁଖ-ସମୃଦ୍ଧି ଏବଂ ସଫଳତା ପାଇବା ପାଇଁ କୁଣ୍ଡଳୀରେ କିଛି ଗ୍ରହ ମଜଭୁତ ରହିବା ବହୁତ ଜରୁରୀ ହୋଇଥାଏ। ଏଥି ମଧ୍ୟରେ ସୂର୍ଯ୍ୟ ଏବଂ ଗୁରୁ ଗ୍ରହ ପ୍ରମୁଖ ହୋଇଥାଆନ୍ତି, କାହିଁକିନା, ଏମାନେ ପରାକ୍ରମ ଓ ଆତ୍ମବିଶ୍ୱାସ ବଢ଼ାଇ ଥାଆନ୍ତି। ଏଥି ସହିତ ସଫଳତା ଓ ସମ୍ମାନ ପ୍ରଦାନ କରି ଥାଆନ୍ତି। ଯଦି ଆପଣ ସୂର୍ଯ୍ୟ ଏବଂ ଗୁରୁ ଗ୍ରହକୁ ମଜଭୁତ କରିବାକୁ ଚାହୁଁଛନ୍ତି, ତା’ହେଲେ କିଛି ଉପାୟ ଆପଣାଇବାକୁ ପଡ଼ିବ। ଏଥିପାଇଁ ରବିବାର ଓ ଗୁରୁବାର ଖାସ୍‌ ଦିନ ହୋଇଥାଏ।

ପ୍ରତିଦିନ ଗାଧୋଇବା ପାଣିରେ ଏକ ଚୁଟ୍‌କି ହଳଦୀ ମିଶାଇ ଦିଅନ୍ତୁ। ଏଥିରେ ଗୁରୁ ଗ୍ରହ ମଜଭୁତ ହୋଇଥାଏ। ଏଥି ସହିତ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ। ସୁଖ-ସମୃଦ୍ଧି ପାଇବା ପାଇଁ ଗୁରୁ ଗ୍ରହଙ୍କ କୃପା ବହୁତ ଜରୁରୀ ହୋଇଥାଏ।

ନକାରାତ୍ମକତା କାରଣରୁ ବି ସଫଳତା ମିଳିବାରେ ବାଧା ଉପୁଜିଥାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଗାଧୋଇବା ପାଣିରେ ଲୁଣ ମିଶାଇ ନିଅନ୍ତୁ। ଏହାଦ୍ୱାରା ନକାରାତ୍ମକତା ଓ ଚିନ୍ତା ଦୂର ହୋଇଯାଇଥାଏ। ଯଦି ସନ୍ଧ୍ୟାରେ ନ ଗାଧୋଇ ପାରୁଛନ୍ତି, ତା’ହେଲେ ସପ୍ତାହରେ ଥରେ ସକାଳୁ ଲୁଣ ପାଣିରେ ଗାଧୋଇ ପଡ଼ନ୍ତୁ।

ଜୀବନରେ ଯଦି ଗୋଟିଏ ପରେ ଗୋଟିଏ ସଙ୍କଟ ଆସୁଛି, ତା’ହେଲେ ହନୁମାନ ଚାଳିଶା କିମ୍ବା ଦୁର୍ଗା ସପ୍ତଶତୀ ପାଠ କରନ୍ତୁ। ଏଥିରେ ସମସ୍ତ ସଙ୍କଟ ଦୂର ହୋଇଯିବ ଏବଂ ଜୀବନ ସହଜ ହୋଇଯିବ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ବହୁତ ପ୍ରଭାବଶାଳୀ ଉପାୟ ହୋଇଥାଏ। ପ୍ରତିଦିନ ସକାଳେ ତମ୍ବା ଲୋଟାରେ ସିନ୍ଦୁର ମିଶା ଜଳ ନେଇ ସୂର୍ଯ୍ୟଙ୍କୁ ଚଢ଼ାନ୍ତୁ। ଏହାଦ୍ୱାରା ଭାଗ୍ୟ ଚମକିବାରେ ଅଧିକ ସମୟ ଲାଗିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.