ବ୍ୟବସାୟରେ ହେବ ଉନ୍ନତି, ମିଳିବ ଲାଭ ! ଆପଣାନ୍ତୁ ଏହିସବୁ ଉପାୟ

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆସୁନାହିଁ। ଯେତିକି ଆୟ କରିବା କଥା ଆପଣଙ୍କୁ ଆଶାତୀତ ଫଳ ମିଳୁନାହିଁ। ଅଧିକ କଠିନ ପରିଶ୍ରମ କରିବା ପରେ ମଧ୍ୟ ଧନ ପ୍ରାପ୍ତ ହେଉନାହିଁ, ତେବେ ଏହା ଆପଣଙ୍କ ପାଇଁ ବଡ ସମସ୍ୟା ପାଲଟିଯାଏ। ସବୁକିଛି ଠିକ୍‌ ଚାଲୁଥିବା ବେଳେ ମଧ୍ୟ ବେପାରରେ ନିରନ୍ତର କ୍ଷତି ସହୁଛନ୍ତି କି ? ତେବେ ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହାକୁ ଆପଣାଇବା ପରେ ବ୍ୟବସାୟରେ ଲାଭ ମିଳିବା ସହିତ ଧନପ୍ରାପ୍ତି ହେବ।

peepal

ଆପଣାନ୍ତୁ ଏହି ଉପାୟ :

– ବ୍ୟବସାୟରେ ଲାଭ ପାଇଁ ପ୍ରତି ମଙ୍ଗଳବାର ଅଶ୍ୱତ୍ଥ ଗଛର ୧୧ଟି ପତ୍ର ଆଣି ନାଲି ଚନ୍ଦନରେ ପ୍ରତ୍ୟେକ ପତ୍ରରେ ରାମ ରାମ ଲେଖନ୍ତୁ। ଏହାକୁ ଲେଖିବା ପରେ ପତ୍ରକୁ ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ। କେବେ ବି ବ୍ୟବସାୟରେ ଅସଫଳ ହେବେ ନାହିଁ। ଏହି କ୍ରିୟାକୁ ନିରନ୍ତର ଏବଂ ଗୋପନୀୟ ରଖନ୍ତୁ।

– ସୋମବାର ଦିନ ୧୧ଟି ବେଲପତ୍ର ନେଇ ସେଥିରେ କେଶର ‘ଓଁ ନମଃ ଶିବାୟ’ ଲେଖି ଭଗବାନ ଶିବକୁ ମନ୍ତ୍ର ‘ତ୍ରିଦଲଂ ତ୍ରିଗୁଣାକାର ତ୍ରିନେତ୍ର ଚ ତ୍ରୟାୟୁଧମ୍‌, ତ୍ରିଜନ୍ମ ପାପ ସଂହାର ଏକ ବିଲ୍ଵ ଶିବାର୍ପଣମ୍‌’ ଗାଇ ଭୋଳାନାଥଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ବ୍ୟବସାୟିକ ବିପଦ ଦୂର ହୋଇଯିବ। ଏହି କାର୍ଯ୍ୟ କେବଳ ୧୬ ସୋମବାର ପର୍ଯ୍ୟନ୍ତ କରନ୍ତୁ।

– ବ୍ୟବସାୟରେ ମାଲ କିଣିବା ପୂର୍ବରୁ ୨୧ ଟଙ୍କା କୌଣସି ଗୁପ୍ତ ସ୍ଥାନରେ ରଖିଦିଅନ୍ତୁ। ପୁଣି ଫେରିବା ପରେ ସେହି ପଇସାକୁ କୌଣସି ସାଧୁ କିମ୍ବା ଭିକାରୀକୁ ଦାନ କରିଦିଅନ୍ତୁ। ଯାତ୍ରା ସଫଳ ହେବ ଏବଂ ବେପାରରେ ଲାଭ ମିଳିବ।

– କପୁର ଏବଂ କୁଙ୍କୁମ ମିଶାଇ ଜଳାନ୍ତୁ ତଥା ଦୀପାବଳି ଦିନ ସେହି ଭସ୍ମରେ କାଗଜରେ ବାନ୍ଧି ପୁଡିଆ ବନାଇ ଦିଅନ୍ତୁ। ତା’ ପରେ ସେହି ପୁଡିଆକୁ ନିଜ ଗଳାରେ ବାନ୍ଧନ୍ତୁ। ଏମିତି କଲେ ବେପାରରେ ଯଦି ନଜର ଦୋଷ ଥିବ ତେବେ ନଷ୍ଟ ହୋଇଯିବ।

– ଦୋକାନକୁ ଆସିଥିବା ପ୍ରଥମ ଗ୍ରାହକକୁ କେବେ ବି ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ଆପଣ ଯଦି ସେହି ସମୟରେ ସଫା କିମ୍ବା ପୂଜା କରୁଛନ୍ତି ତେବେ ତାଙ୍କୁ କିଛି ବି ଜିନିଷ ଦେଇଦିଅନ୍ତୁ।

hanumanmain-443

– ଯଦି ଆପଣଙ୍କ କୌଣସି ପ୍ରତିଦିନିକିଆ ଗ୍ରାହକ ଆପଣଙ୍କ ଦୋକାନ ପରିବର୍ତ୍ତେ ଅନ୍ୟ ଦୋକାନକୁ ଯାଉଛି, ତେବେ ଆପଣ ଗେଣ୍ଡୁ ଫୁଲକୁ ବାଟି ମୁଣ୍ଡରେ ତିଳକ କରି ଲଗାଇ ସେହି ବ୍ୟକ୍ତି ସହିତ କଥା ହୁଅନ୍ତୁ। ଏମିତି କଲେ ପୁରୁଣା ଗ୍ରାହକ କେବେ ବି ଆପଣଙ୍କ ଦୋକାନ ଛାଡି ଯିବ ନାହିଁ।

– ପ୍ରତିଦିନ ସନ୍ଧ୍ୟାରେ ଦୋକାନରେ ଧୂପ ଦିଅନ୍ତୁ।

Also Read :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.