ବ୍ୟକ୍ତିକୁ କାଙ୍ଗାଳ କରିଦିଏ ଘରେ ରଖିଲେ ଏହି ଜିନିଷଗୁଡିକ ,ଏହା ବିଷୟରେ ନ ଜାଣିଲେ ପସ୍ତେଇବାକୁ ପଡିପାରେ

ବାସ୍ତୁ ଶାସ୍ତ୍ର ଅନୁସାରେ ,ଘରେ କିଛି ଏମିତି ଜିନିଷ ଥାଏ ଯାହାକୁ ରଖିଲେ ବ୍ୟକ୍ତିର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ |ଏଥିପାଇଁ ଏହାକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ | ଯେଉଁ ଘରର ବାସ୍ତୁ ଠିକ ହୋଇଥାଏ ଏବଂ ଘରେ ସାଜସଜା ଜିନିଷ ଗୁଡିକ ବାସ୍ତୁ ଅନୁସାରେ ରଖାଯାଇଥାଏ ,ତାହେଲେ ସେ ଘରେ ସୁଖ -ସମୃଦ୍ଧି ତିଷ୍ଟି ରହିଥାଏ |

ଏଥିପାଇଁ ଖାଲି ଘରର ଦିଗ ନୁହେଁ ,ଘରର ଜିନିଷ ଗୁଡିକର ମଧ୍ୟ ଧ୍ୟାନ ରଖିବା ଉଚିତ |ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଯାହାକୁ ଘରୁ ତୁରନ୍ତ ବାହାର କରିଦେବା ଉଚିତ |

ଏହି ଜିନିଷ ଗୁଡିକୁ ଘରୁ କରିଦିଅନ୍ତୁ ବାହାର –

1- ବାସ୍ତୁ ଶାସ୍ତ୍ର ଅନୁସାରେ ,ଘରେ ନଟରାଜ ମୂର୍ତ୍ତି ରଖିଲେ ଘରେ ଅଶାନ୍ତି ଲାଗିରହେ | ଏହାଦ୍ୱାରା ଘରେ ଲଢେ଼ଇ -ଝଗଡା ର ସମ୍ଭାବନା ରହିଥାଏ | ଏଥିପାଇଁ ଘରେ ନଟରାଜର ମୂର୍ତ୍ତି ଲଗାଇବା ଉଚିତ ନୁହେଁ | ଯଦି ଅଛି ତାହେଲେ ଏହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ |

2- ଘରେ କେବେବି ଯୁଦ୍ଧର ଫୋଟୋ ବା ଛବି ଲଗାଇବା ଉଚିତ ନୁହେଁ | ମାନ୍ୟତା ଅଛି ଏହି ଫୋଟୋରୁ ଖରାପ ପ୍ରଭାବ ପରିବାରର ସଦସ୍ୟଙ୍କ ଉପରେ ପଡ଼ିଥାଏ |

3- ଘରେ କେବେ ମଧ୍ୟ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ | ବାସ୍ତୁ ଶାସ୍ତ୍ରରେ ଗୋଲାପ ବ୍ୟତୀତ ଅନ୍ୟ ସମସ୍ତ କଣ୍ଟାଗଛକୁ ଅଶୁଭ ମାନାଯାଇଥାଏ | କଣ୍ଟା ଗଛ ରହିଲେ ତାହାର ନକାରାତ୍ମକ ଶକ୍ତି ଘରେ ଉତ୍ପନ୍ନ ହୋଇଥାଏ |

4- ଶାସ୍ତ୍ରରେ ଘରେ ବୁଡ଼ିଯାଉଥିବା ଜାହାଜ ,ଶିକାରର ଚିତ୍ର ,ଖଣ୍ଡା ଯୁଦ୍ଧର ଫୋଟୋ ,ବାନ୍ଧି ରଖିଥିବା ହାତୀ ମାନଙ୍କର ଫୋଟୋ ବା କାନ୍ଦୁଥିବା ଲୋକ ମାନଙ୍କର ଫୋଟୋ ଲଗାଇବା ଦୋଷାଯୁକ୍ତ ମାନାଯାଏ | ଏହାଦ୍ୱାରା ଘରେ ନକରାତ୍ମକତା ଶକ୍ତି ଉତ୍ପନ୍ନ ହୋଇଥାଏ ଯାହା ପରିବାରର ଉନ୍ନତି ପାଇଁ ବାଧା ସୃଷ୍ଟି କରିଥାଏ |

5- ଘରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଛବି ଲଗାଇବା ଉଚିତ ନୁହେଁ | ପରିବାରର ଉନ୍ନତିରେ ବାଧା ଆସିଥାଏ | ବାସ୍ତୁ ଶାସ୍ତ୍ରରେ ଉଦୟ ସୂର୍ଯ୍ୟ ଙ୍କ ଛବି ଲଗାଇବା ଶୁଭ ମାନାଯାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.