ଘରେ ପାରା ବସା ଅଛି କି? ଆପଣ କ୍ଷୀର ବାହାରୁଥିବା ଗଛ ଲଗାଇଛନ୍ତି କି? ତୁରନ୍ତ ଏଗୁଡ଼ିକୁ ହଟାଇ ଦିଅନ୍ତୁ; ନଚେତ୍ ଆର୍ଥିକ ଉନ୍ନତି ହୋଇ ପାରିବ ନାହିଁ
ବାସ୍ତୁ ଶାସ୍ତ୍ରରେ ଜୀବନକୁ ହସ, ଖୁସିରେ ରଖିବା ପାଇଁ ଅନେକ ଉପାୟ, ପ୍ରତିକାର ବିଷୟରେ କୁହାଯାଇଛି। ଏହାକୁ ଆପଣାଇ ଆପଣ ନିଜ ଜୀବନରେ ସୁଖ, ସମୃଦ୍ଧି ଆଣି ପାରିବେ। ଅନେକ ବାର ଦେଖାଯାଏ ଯେ ଲକ୍ଷ ଲକ୍ଷ ପ୍ରୟାସ ପରେ ବି ବ୍ୟକ୍ତିକୁ ତା’ ପରିଶ୍ରମର ଉଚିତ ଫଳ ମିଳି ପାରି ନ ଥାଏ। କୌଣସି ବା କୌଣସି କାରଣରୁ ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏ ସବୁ ଖରାପ ବସ୍ତୁ କାରଣରୁ ହୋଇ ପାରେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଘରେ ରହିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖା ଦେଇଥାଏ।
-ଘରେ ଉଦ୍ଭିଦ ରଖିବାକୁ କିଏ ବା ଭଲ ନ ପାଏ। ଆଜିକା ସମୟରେ ସମସ୍ତେ ନିଜ ଘରେ ଗଛଲତା ଲଗାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଘରେ କେଉଁ ଗଛ ଲଗାଇବା ଶୁଭ ହେବ ଏବଂ କେଉଁଟା ଅଶୁଭ। ବାସ୍ତୁ ଅନୁସାରେ, ଘରେ କେବେ ହେଲେ ବି କଣ୍ଟା ଗଛ ଲଗାଇବା ଉଚିତ ନୁହେଁ। ଏହି ଉଦ୍ଭିଦ ଆର୍ଥିକ ସଙ୍କଟ ଆଣିଥାଏ। ଏହା ବ୍ୟତୀତ ଘରେ ସେହି ଉଦ୍ଭିଦଗୁଡିକ ମଧ୍ୟ ଲଗାଇବା ଉଚିତ୍ ନୁହେଁ, ଯେଉଁଥିରୁ କ୍ଷୀର ପରି ଦ୍ରବ୍ୟ ବାହାରିଥାଏ।
-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ପାରା ବା କପୋତର ବସା ତିଆରି ହୋଇଥାଏ, ସେହି ଘରେ ମଧ୍ୟ ଆର୍ଥିକ ପ୍ରଗତି କେବେ ହେଲେ ହୋଇ ପାରି ନ ଥାଏ। ଯଦି ଆପଣଙ୍କ ଘରେ ପାରା ବସା ଅଛି, ତା’ ହେଲେ ତୁରନ୍ତ ଏହାକୁ ସତର୍କତାର ସହ ବାହାର କରି ଦିଅନ୍ତୁ।
-ଘରେ କେବେ ବି ଏକାସାଙ୍ଗରେ ଦୁଇଟି ଝାଡ଼ୁ ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଧନ ହାନି ହେବାର ସମ୍ଭାବନା ଥାଏ। ଏହା ବ୍ୟତୀତ ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ, ଯଦ୍ଦ୍ଵାରା କାହାର ବି ନଜର ତାହା ଉପରେ ସହଜରେ ପଡ଼ି ପାରିବ ନାହିଁ। ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ।
-ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ଘରେ କେବେ ବି ଭଙ୍ଗାରୁଜା ବା ଖରାପ ଜିନିଷ ରଖିବା ଉଚିତ୍ ନୁହେଁ। ଯେପରି, ଗ୍ଲାସ୍, କଳଙ୍କି ଲାଗିଥିବା ଲୁହା ସାମଗ୍ରୀ, ଖରାପ ହୋଇ ପଡ଼ିଥିବା ଘଣ୍ଟା, ଭଙ୍ଗା ଆସବାବପତ୍ର ଇତ୍ୟାଦି। ଯଦି ଏହି ଜିନିଷଗୁଡ଼ିକ ଘରେ ଅଛି, ତା’ ହେଲେ ତୁରନ୍ତ ଏଗୁଡ଼ିକୁ ବାହାର କରି ଦିଅନ୍ତୁ।