ଭଗବାନ କୃଷ୍ଣଙ୍କ ପୌରାଣିକ ମହତ୍ତ୍ବ ସହ ସମଗ୍ର ଭାରତ ବର୍ଷରେ ଅନେକ ଐତିହାସିକ ପ୍ରମାଣ ମଧ୍ଯ ଭାରତର ଅନେକ ସ୍ଥାନରେ ଉପଲବ୍ଧ । ଏନେଇ ଆଜି ଆମେ ଅପାଣଙ୍କୁ ଏଭଳି ଏକ ସ୍ୱତନ୍ତ୍ର ଗାଁ ବିଷୟରେ କହିବୁ, ଯେଉଁଠାରେ ସମସ୍ତ ଗ୍ରାମବାସୀ ନିଜକୁ ଭଗବାନ କୃଷ୍ଣଙ୍କ ବଂଶଧର ବୋଲି ଭାବନ୍ତି। ଏହି କାରଣରୁ ସେହି ଗାଁରେ କେବେ ବି କ୍ଷୀର ବିକ୍ରି ହୁଏ ନାହିଁ| ଏହି ଗାଁ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଅବସ୍ଥିତ, ଯେଉଁଠାରେ ସମଗ୍ର ଗାଁରେ ମାଗଣାରେ କ୍ଷୀର ବଣ୍ଟନ କରାଯାଏ |
ବାସ୍ତବରେ ମହାରାଷ୍ଟ୍ରର ଅନେକ କୃଷକ ଏବଂ ନେତା କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ଦାବି କରି ତୀବ୍ର ପ୍ରଦର୍ଶନ କରିଥିଲେ ଏବଂ ଦୁଗ୍ଧ ଉତ୍ପାଦନକାରୀମାନେ ରାସ୍ତାରେ ଦୁଗ୍ଧ ବିସ୍ତାର ମଧ୍ଯ କରିଥିଲେ। ସେହିଭଳି ୟେଲେଗାଓଁ ଗାୱଲି ଗାଁର ଲୋକମାନେ କେବେ ବି କ୍ଷୀର ବିକ୍ରୀ କରିନାହାନ୍ତି। ଏହି ଗାଁର ପ୍ରାୟ ପ୍ରତ୍ୟେକଙ୍କ ଘରେ ଗାଈ ରହିଛି। ୟେଲଗାଓଁ ଗାଭାଲି ଗାଁର ବାସିନ୍ଦା ରାଜଭାଉ ମଣ୍ଡାଡେ (୬୦) କହିଛନ୍ତି, ‘ୟେଲେଗାଓଁ ଗାୱଲିର ଅର୍ଥ ହେଉଛି ଦୁଗ୍ଧଚାଷୀଙ୍କ ଗାଁ’। ଆମେ ନିଜକୁ ଭଗବାନ କୃଷ୍ଣଙ୍କ ବଂଶ ବୋଲି ମାନିଥାଉ । ଏହିକାରଣରୁ କେବେ ବି ଆମେ କ୍ଷୀର ବିକ୍ରୀ କରୁନାହିଁ। ମିଳିଥିବା ସୂଚନାନୁସାରେ, ଗାଁର ୯୦ ପ୍ରତିଶତ ପରିବାରରେ କ୍ଷୀର ଦେଉଥିବା ପଶୁ ରହିଛନ୍ତି। ଏଥିସହ କ୍ଷୀର ବିକ୍ରି ନକରିବାର ପ୍ରଥା ପ୍ରାଚୀନ କାଳରୁ ଚାଲି ଆସୁଛି। ଗାଁର ଗୋଟିଏ ବି ପରିବାର ଦୁଗ୍ଧ ବିକ୍ରି କରନ୍ତି ନାହିଁ। ଗ୍ରାମବାସୀଙ୍କ କହିବାନୁସାରେ, ଯେତେବେଳେ ଗାଁରେ ଅଧିକ କ୍ଷୀର ଥାଏ, ସେତେବେଳେ ଏହାକୁ ଅଭାବୀ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯାଏ |
ହିନ୍ଦୁ ହେଉ କିମ୍ବା ମୁସଲମାନ, କେହି ବି କ୍ଷୀର ବିକ୍ରି କରନ୍ତି ନାହିଁ:
ରାଜଭାଓ ମଣ୍ଡାଡେ କହିଛନ୍ତି, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ ୟେଲଗାଓଁ ଗାୱାଲିରେ ଉତ୍ସାହର ସହ ପାଳନ କରାଯାଏ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ହେତୁ ଜନ୍ମାଷ୍ଟମୀର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଗାଁ ସରପଞ୍ଚ ଶେଖ କୈସର କହିଛନ୍ତି, ସମସ୍ତ ଧର୍ମର ଲୋକମାନେ କ୍ଷୀର ବିକ୍ରି ନକରିବାର ପରମ୍ପରା ପାଳନ କରନ୍ତି। ଏଥିସହ ସରପଞ୍ଚ କହିଛନ୍ତି, ଗାଁର କୌଣସି ବ୍ୟକ୍ତି ହିନ୍ଦୁ, ମୁସଲମାନ କିମ୍ବା ଅନ୍ୟ କୌଣସି ଧର୍ମର ଲୋକମାନେ କ୍ଷୀର ବିକ୍ରି କରନ୍ତି ନାହିଁ।