ଜାନୁଆରୀ ୩୦ ତାରିଖରେ ଶୁକ୍ରଦେବ ମକର ରାଶିକୁ ମାର୍ଗୀ ଭାବେ ପ୍ରବେଶ କରିବେ, ଏହି ରାଶିମାନଙ୍କର ହେବ ଖୁବ ଧନ ଲାଭ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତିତ ମାର୍ଗୀ, ବକ୍ରି, ଅସ୍ତ ଓ ଉଦୟ ହେବା ସମୟରେ ରାଶି ମାନଙ୍କ ଉପରେ ମଧ୍ୟ ଏହାର ବହୁତ ଭଲ ପ୍ରଭାବ ପଡ଼ିଥାଏ। ଏବେ ଧନର କାରକ ଶୁକ୍ର ଦେବ ଧନୁ ରାଶିରେ ବକ୍ରି ଅବସ୍ଥାରେ ଅଛନ୍ତି। ଏହାପରେ ଆସନ୍ତା ଜାନୁଆରୀ ୩୦ ତାରିଖରେ ଶୁକ୍ର ମକର ରାଶିରେ ମାର୍ଗୀ ହେବେ। ଏବେ ଜାଣନ୍ତୁ ଶୁକ୍ରଦେବ ମାର୍ଗୀ ହେବା ପରେ କେଉଁ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ। ଆପଣଙ୍କ ରାଶି ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ଆଗକୁ ପଢ଼ନ୍ତୁ..

ଆଗାମୀ ୩୦ ତାରିଖରେ ଧନ-ବୈଭବ, ସୁଖ, ଐଶର୍ଯ୍ୟର କାରକ ଗ୍ରହ ରାଜ ଶୁକ୍ର ଦେବ ମକର ରାଶିରେ ମାର୍ଗୀ ହେବେ । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବ ବୃଷ ଓ ତୁଳା ରାଶିର ସ୍ୱାମୀ କାରକ ଗ୍ରହ। ଏହା ବ୍ୟତିତ ଶୁକ୍‌୍ର ଦେବ ମୀନ ରାଶିରେ ଉଚ୍ଚ ସ୍ଥାନରେ ମାନୁଥିବା ବେଳେ କନ୍ୟା ରାଶିରେ ଶୁକ୍ରଦେବଙ୍କୁ ନିଚ ସ୍ଥାନରେ ମନାଯାଏ। ତେବେ ମକର ରାଶି ର ସ୍ୱାମୀ ଗ୍ରହ ହେଉଛନ୍ତି ନ୍ୟାୟ ଦେବତା ଶନିଦେବ।

capricon
pc: times now

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବ ଓ ଶନିଦେବଙ୍କୁ ଭଲ ବନ୍ଧୁ ରୂପେ ମନାଯାଏ। ଏହି ସମୟରେ ମକର ରାଶିରେ ଶୁକ୍ର ଦେବ ମାର୍ଗୀ ହେବା ଦ୍ୱାରା ମକର ଓ କୁମ୍ଭ ରାଶି ଲୋକଙ୍କୁ ବହୁତ ଅଧିକ ଲାଭ ମିଳିବ। ଏହାବ୍ୟତିତ ଶୁକ୍ର ଦେବ ବୃଷ ଓ ତୁଳା ରାଶିର ସ୍ୱାମୀ ଗ୍ରହ ହୋଇଥିବା ବେଳେ ମାର୍ଗି ହେବା ପରେ ଏହି ଦୁଇଟି ରାଶି ଉପରେ ଖୁବ ଶୁଭ ପ୍ରଭାବ ପଡ଼ିବ।

ଶୁକ୍ରଦେବ ଏବେ ଧନୁ ରାଶିରେ ଗୋଚର ଅବସ୍ଥାରେ ଅଛନ୍ତି। ଏହି ରାଶିରେ ଶୁକ୍ର ଦେବ ୨୦୨୧ ମସିହା ଡିସେମ୍ବର ୩୦ ତାରିଖରୁ ଅଛନ୍ତି। ଆଗାମୀ ଫେବୃଆରୀ ୨୬ ତାରିଖରେ ସେ ଏଭଳି ସ୍ଥିତିରେ ରହିବେ। ଏହାପରେ ୨୭ ଫେବୃଆରୀରେ ଶୁକ୍ରଦେବ ମକର ରାଶିରେ ଗୋଚର କରିବେ ।ଶୁକ୍ର ଦେବ ମୀନ ରାଶିରେ ପ୍ରବେଶ କରିବେ ।ଏହାପରେ ୨୩ ମଇ କୁ ମେଷ ରାଶିକୁ ଗୋଚର କରିବେ ।ତେଣୁ ଆଶା କରୁଛୁ ଏବେ ଆପଣନିଜ ନିଜ ରାଶି ସମ୍ପର୍କରେ ଜାଣିସାରିଥିବେ।