ଏହି କାରଣରୁ ଏ ରାଶିର ବ୍ୟକ୍ତିଙ୍କୁ ମିଳେ ନାହିଁ କୌଣସି କାମରେ ସଫଳତା, ବହୁବାର ନିଜର ହିଁ କରି ବସନ୍ତି କ୍ଷତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଏବଂ ଭବିଷ୍ୟତ ଅଲଗା ହୋଇଥାଏ | କୌଣସି ବ୍ୟକ୍ତିଙ୍କ ରାଶିକୁ ଆଧାର କରି ତାଙ୍କର ସ୍ୱଭାବ ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ର ଗଣନା କରାଯାଇଥାଏ | ଆଜି ଆମେ ଏମିତି କିଛି ରାଶିର ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯେଉଁମାନେ ସ୍ୱଭାବରେ ଟିକିଏ ରାଗି ହୋଇଥାନ୍ତି ବା କେତେବେଳେ ଗର୍ବୀ ହୋଇଥିବା କାରଣରୁ ନିଜରହିଁ କ୍ଷତି କରି ବସନ୍ତି ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ |

ସିଂହ ରାଶି – ଜ୍ୟୋତିଷ ଅନୁସାରେ ସିଂହ ରାଶିର ସ୍ୱାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି | ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱଭାବ ରାଜା ଭଳି ହୋଇଥାଏ |
ଯେତେବେଳେ ପାପ ଗ୍ରହ ରାହୁ ଏବଂ କେତୁଙ୍କ ଦୃଷ୍ଟି ଏହି ବ୍ୟକ୍ତିଙ୍କ ଉପରେ ପଡିଥାଏ ସେତେବେଳେ ବ୍ୟକ୍ତି ନିଜ ରାଗକୁ କଣ୍ଟ୍ରୋଲ କରିପାରେ ନାହିଁ | ଏବଂ ରାଗରେ ଏମିତି କାମ କରିବେ ଯେ ନିଜର ହିଁ କ୍ଷତି କରି ବସିଥାଏ | ଏମିତି ଲୋକ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରନ୍ତୁ | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ମା ,ମି ,ମୁ ,ମେ ,ମୋ ,ଟା ,ଟି ,ଟୁ ,ଟେ ରୁ ଆରମ୍ଭ ହୋଇଥାଏ ତାଙ୍କର ରାଶି ସିଂହ ହୋଇଥାଏ |

ବିଛା ରାଶି – ଏହି ରାଶିର ବ୍ୟକ୍ତିଙ୍କ ରାଗ ବହୁତ ଶୀଘ୍ର ହୋଇଥାଏ | ଏହି ଲୋକମାନଙ୍କୁ ରାଗିଥିବା ବେଳେ ଶାନ୍ତ କରିବା ବହୁତ ମୁସ୍କିଲ ହୋଇଥାଏ | ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାଏ | ସବୁ ଗ୍ରହଙ୍କ ସେନାପତି ମଙ୍ଗଳ ଗ୍ରହ ଅଟେ | ଏମିତି ଲୋକ ଅନ୍ୟଙ୍କୁ ନିର୍ଦେଶ ବା ଆଦେଶ ଦେବାକୁ ପସନ୍ଦ କରିଥାନ୍ତି | ଯେବେ ଅଶୁଭ ଗ୍ରହଙ୍କ ଦୃଷ୍ଟି ପଡିଲେ ଏମାନେ ରାଗରେ ନିଜର ହିଁ କ୍ଷତି କରିଥାନ୍ତି |

ଏମାନଙ୍କର ରାଗ ପାଇଁ ଲୋକେ ୟାଙ୍କ ଠାରୁ ଦୁରେଇ ରହିବାକୁ ପସନ୍ଦ କରିଥାନ୍ତି | ଏମିତି ଲୋକ କ୍ରୋଧ ଏବଂ ଅହଂକାର ଠାରୁ ଦୁରେଇ ରହିବା ଉଚିତ | ବାଣୀରେ ମଧୁରତା ଏବଂ ସ୍ୱଭାବରେ ବିନମ୍ରତା ଦେଖାଇ ଅନ୍ୟ ଲୋକଙ୍କୁ ନିଜର କରି ପାରନ୍ତି | ଏବଂ ଜୀବନରେ ସଫଳତା ମଧ୍ୟ ହାସିଲ କରିଥାନ୍ତି | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ତୋ ,ନା ,ନୀ ,ନୁ ,ନେ,ନୋ ,ୟା ,ୟୀ ,ୟୁ ରୁ ଆରମ୍ଭ ହୋଇଥାଏ ସେମାନଙ୍କ ରାଶି ବିଛା ହୋଇଥାଏ |

ମକର ରାଶି – ମକର ରାଶିର ସ୍ୱାମୀ ଶନି ଦେବ ହୋଇଥାନ୍ତି ଏବଂ ଏହାଙ୍କୁ ଏକ କ୍ରୁର ଗ୍ରହ ମାନାଯାଇଥାଏ | ଜ୍ୟୋତିଷ ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ଶନି ଦେବ ଅଶୁଭ ହୋଇଥିଲେ ବ୍ୟକ୍ତିଙ୍କ କ୍ରୋଧ ଦିନକୁ ଦିନ ବଢି ବଢି ଯାଇଥାଏ ଏବଂ ତାଙ୍କର ବାଣୀ ମଧ୍ୟ ଖରାପ ହୋଇ ଯାଇଥାଏ | ଏହି ପ୍ରକାର ଲୋକଙ୍କ ଜୀବନ ଅଶାନ୍ତି ଏବଂ କଳହରେ ଭରି ରହିଥାଏ |

ପ୍ରଭାବଶାଳୀ ହୋଇଥିବା ସତ୍ୱେ ମଧ୍ୟ ଏହାର ଲାଭ ଉଠାଇ ପାରନ୍ତି ନାହିଁ | ନିଜ ରାଗକୁ କମ କରିବା ପାଇଁ ଏମାନେ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ,ଶନି ଦେବଙ୍କ ସହ ଯୋଡି ହୋଇଥିବା ଜିନିଷ ଦାନ କରନ୍ତୁ ଏବଂ ଅନ୍ୟ ଲୋକଙ୍କ ନିନ୍ଦା କରିବାରୁ ନିବୃତ ରହନ୍ତୁ | ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର ଭୋ ,ଜା ,ଜୀ ,ଖୀ ,ଖୁ ,ଖେ ,ଖୋ ,ଗା ,ଗୀ ,ହେ ରୁ ଆରମ୍ଭ ହୋଇଥାଏ ତାଙ୍କ ରାଶି ମକର ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.