ମିଠା କଥା କହି ଏହି ରାଶିର ଲୋକ ନିଜ କାମ ହାସଲ କରିନିଅନ୍ତି, ଏମାନଙ୍କଠୁ ଆପଣ ବି ଦୂରେଇ ରୁହନ୍ତୁ
ଜ୍ୟୋତିଷ ଶାସ୍ତ୍ର ମୁତାବିକ ସବୁ ରାଶିର ଲୋକଙ୍କର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଲୋକମାନଙ୍କ ପ୍ରକୃତି ତଥା ସେମାନଙ୍କ ଚରିତ୍ରରୁ ମଧ୍ୟ ଅନେକ କିଛି କଥା ଜଣାପଡେ। କିଛି ଲୋକ ଅଛନ୍ତି ଯେଉଁମାନେ ମିଠା ମିଠା କଥା କହି ନିଜ କାମ ହାସଲ କରିଦିଅନ୍ତି। ଏମାନେ ଯେକୌଣସି ବ୍ୟକ୍ତିଙ୍କୁ ଖୁବ ସହଜରେ ବୋକା ବନାଇ ଦିଅନ୍ତି। ଯଦି ଆପଣ ଏହି ରାଶିର ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଛନ୍ତି ତେବେ ନିଶ୍ଚୟ ସତର୍କ ରୁହନ୍ତୁ। ଆଜି ଆମେ ସେହି ରାଶି ସମ୍ପର୍କରେ କହିବୁ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..
କର୍କଟ:
କର୍କଟ ରାଶିର ବ୍ୟକ୍ତି ମାନେ ସବୁବେଳେ ମିଠା ମିଠା କଥା କୁହନ୍ତି। ଏମାନେ ମିଠା କଥା କହି ଅନ୍ୟମାନଙ୍କ ଠୁ କାମ ହାସଲ କରିଦିଅନ୍ତି। କିନ୍ତୁ ଅନ୍ୟ ଲୋକମାନଙ୍କୁ ଏହା ସମ୍ପର୍କରେ ଜଣାନଥାଏ। ତେଣୁ ଏମାନଙ୍କୁ ଠକିବା ଖୁବ ସହଜ ହୋଇଥାଏ।
କନ୍ୟା:
ଏହି ରାଶିର ଲୋକମାନଙ୍କ ସ୍ୱଭାବ ବହୁତ ଖରାପ। ଏମାନେ ନିଜ କାମ ହାସଲ ପାଇଁ ଅନ୍ୟର ଖରାପ କରିବାକୁ ପଛାଇ ନଥାନ୍ତି। ଏମାନେ ନିଜକୁ ସଚ୍ଚୋଟ ଦେଖାଇବା ପାଇଁ ସବୁ କାମ କରନ୍ତି। କିନ୍ତୁ ନିଜର ଲାଭ ପାଇଁ ଅନ୍ୟମାନଙ୍କ ଖରାପ କରିବାରେ ଟିକେ ବି ପଛାଇ ନଥାନ୍ତି।
ବିଛା:
ଏମାନେ ବହୁତ ମତଲବୀ ହୋଇଥାନ୍ତି। ଏମାନେ ନିଜକୁ ସବୁଠୁ ଭଲ ଦେଖେଇ ହୁଅନ୍ତି। କିନ୍ତୁ ଏମାନେ ପ୍ରକୃତରେ ସ୍ୱାର୍ଥୀ ସ୍ୱଭାବର ହୋଇଥାନ୍ତି। କାମ ପରେ ଏମାନେ ଅନ୍ୟମାନଙ୍କୁ ପଚାରନ୍ତି ନାହିଁ।
ମୀନ:
ଏମାନେ ମିଠା କଥା କହି ସମସ୍ତ କାମ ହାସଲ କରନ୍ତି। ଏମାନଙ୍କୁ ବୁଝିବା ସବୁଠୁ ବଡ଼ କଷ୍ଟ କାମ। କାମ ଶେଷ ପରେ ସେହି ଲୋକଙ୍କୁ ପଚାରନ୍ତି ନାହିଁ।