ସ୍ପେଶାଲ

ଗୁରୁ ପୂର୍ଣ୍ଣିମା ଏହିସବୁ ରାଶି ପାଇଁ ଆଣିଦେବ ସୌଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ଆଷାଢ଼ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଗୁରୁ ନିଜ ରାଶିରେ ରହିବେ, ଏହାଛଡା ଶନି ମକର ରାଶିରେ ପ୍ରବେଶ କରିସାରିଛନ୍ତି। ଗୁରୁ ପୂର୍ଣ୍ଣିମାରେ ସବୁ ଗ୍ରହର ସ୍ଥିତି ବହୁତ ଉତ୍ତମ ରହିଛି। ଆଉ ଏହିସବୁ ଗ୍ରହର ସ୍ଥିତି ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।

ପୌରାଣିକ ସମୟରୁ ଏହି ଦିନର ମହତ୍ତ୍ୱ ବହୁତ ରହିଛି। ଏହି ଦିନ ଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାର୍ଚ୍ଚନା, ଧ୍ୟାନ ଓ ମନ୍ତ୍ର ଜପ କରାଯାଏ। ଏହି ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି। ପୂର୍ଣ୍ଣିମାରେ କରାଯାଇଥିବା ଦାନ ଓ ସ୍ନାନର ବହୁତ ମହତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ରାଶି ଅନୁସାରେ ଦାନ କଲେ ଆପଣଙ୍କୁ ଅକ୍ଷୟ ପୂଣ୍ୟ ମିଳିବା ସହିତ ଗୁରୁଙ୍କର ଆଶୀର୍ବାଦ ମିଳିବ। ଏହା କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂରଣ ହୋଇଥାଏ।  ଏହି ଦିନ କେତେକ ସ୍ୱତନ୍ତ୍ର କାମ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ଏଥିସହ ଆଜିର ଦିନରେ ଆପଣ ଯଦି କେତେକ ମହାଉପାୟ ଆପଣାଇବେ ତେବେ ନିଜ ଏକାଗ୍ରତା ଓ ସ୍ମରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରିପାରିବେ।

ମେଷ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେଷ ରାଶିର ଲୋକମାନେ ଗୁରୁ ପୂର୍ଣ୍ଣିମାରେ ଲାଲ ରଙ୍ଗର ପୋଷାକ ଦାନ କରନ୍ତୁ। ଏହା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଚାକିରି ସମ୍ବନ୍ଧୀୟ ଅତିରିକ୍ତ ଦାୟିତ୍ୱ ମିଳିବ। ପରିଶ୍ରମ ଅଧିକ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ମିଳିବ।

ବୃଷ : ଏହି ଦିନ ବୃଷ ରାଶିର ବ୍ୟକ୍ତିମାନେ ମିଶ୍ରି ଦାନ କରିବା ଉଚିତ୍। କେବଳ ଏତିକି ନୁହେଁ, ଏହି ଦିନ ତୁଳା ରାଶିର ଲୋକମାନେ ମନ୍ଦିରରେ ଘିଅର ଏକ ଅଖଣ୍ଡ ଦୀପ ଜଳାନ୍ତୁ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସ ବଢିବ। ପାରିବାରିକ ଜୀବନ କଷ୍ଟମୟ ରହିବ। ଖର୍ଚ୍ଚ ପରିମାଣ ବଢିପାରେ।

ମିଥୁନ: ଗୁରୁ ପୂର୍ଣ୍ଣିମା ଦିନ ମିଥୁନ ରାଶିର ବ୍ୟକ୍ତିମାନେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ସହିତ, ମୁଗର ସବୁଜ ଦାନା ଦେବା ମଧ୍ୟ ଶୁଭ ହେବ। ଏହା ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ। ପାରିବାରିକ ସମସ୍ୟା ଆସିପାରେ। ଲମ୍ବା ଯାତ୍ରା କରିପାନ୍ତି। ଆତ୍ମବିଶ୍ୱାସ ବଢିବ।

କର୍କଟ : କର୍କଟ ରାଶିର ବ୍ୟକ୍ତିମାନେ ଗରିବ ଏବଂ ଅସହାୟ ଲୋକଙ୍କୁ ଚାଉଳ ଦିଅନ୍ତୁ। ଏହା ଦ୍ୱାରା ମାନସିକ ଚିନ୍ତାରୁ ମୁକ୍ତି ମିଳେ। ଆତ୍ମବିଶ୍ୱାସ ହ୍ରାସ ପାଇବ। ମନ ବିଚଳିତ ରହିବ। କ୍ରୋଧ ବଢିପାରେ। ଚାକିରିରେ ଉଚ୍ଚ ଅଫିସରଙ୍କ ସହିତ ମତଭେଦ ହୋଇପାରେ।

ସିଂହ : ଏହି ଦିନ ଗହମ ଦାନ କରିବା ଦ୍ୱାରା ସମ୍ମାନ ବୃଦ୍ଧି ହୋଇଥାଏ। ନୂଆ ଗାଡି କିଣିପାରନ୍ତି। ଆୟ ବୃଦ୍ଧି ହେବ। ମାନସିକ ଶାନ୍ତି ମିଳିବ। ବିଦେଶ ଯାତ୍ରା କରିପାରନ୍ତି।

କନ୍ୟା: ଗୁରୁପୁର୍ଣ୍ଣିମା ଦିନ କନ୍ୟା ରାଶିର ବ୍ୟକ୍ତିମାନେ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ ଓ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ। ଶିକ୍ଷାରେ ମନ ଲାଗିବ। ଘରକୁ ଅତିଥି ଆସିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ବ୍ଯକ୍ତିମାନେ ଏହି ଦିନ ଝିଅମାନଙ୍କୁ ଖୀର ଖାଇବାକୁ ଦେବା ଉଚିତ୍। ଏହାଦ୍ୱାରା ଯଶ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

ବିଛା: ବିଛା ରାଶିର ବ୍ୟକ୍ତିମାନେ ଏହି ଦିନ ମାଙ୍କଡ଼ମାନଙ୍କୁ ଚଣା ଓ ଗୁଡ଼ଚିନି ଖାଇବାକୁ ଦିଅନ୍ତୁ। ଏହା ସହିତ ଗରିବ ଛାତ୍ରମାନଙ୍କୁ ବହି ଏବଂ ପାଠପଢ଼ା ସାମଗ୍ରୀ ଦିଅନ୍ତୁ।

ଧନୁ ରାଶି: ଗୁରୁ ପୂର୍ଣ୍ଣିମା ଦିନ ଧନୁ ରାଶିର ବ୍ୟକ୍ତିମାନେ ମନ୍ଦିରରେ ଚଣା ଦାନ କରନ୍ତୁ। ଏହା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ।

ମକର ରାଶି: ଏହି ରାଶିର ବ୍ୟକ୍ତିମାନେ ଗୁରୁ ପୂର୍ଣ୍ଣିମାରେ କମ୍ବଳ ବାଣ୍ଟନ୍ତୁ। ଏହା ଚାକିରି ଓ ବ୍ୟବସାୟରେ ଆସୁଥିବା ସମସ୍ୟାକୁ ଦୂରକରେ।

କୁମ୍ଭ: ବୃଦ୍ଧାଶ୍ରମରେ ବୃଦ୍ଧ ଲୋକଙ୍କୁ ପୋଷାକ ଏବଂ ଖାଦ୍ୟ ଦିଅନ୍ତୁ ଏହା ସହିତ କଳା ମୁଗଡାଲି ଦାନ କରନ୍ତୁ। ମନ ଅଶାନ୍ତ ରହିବ। ଆୟ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ମୀନ: ମୀନ ରାଶିର ବ୍ୟକ୍ତିମାନେ ଏହି ଦିନ ହଳଦି ଓ ବେସନରେ ତିଆରି ହୋଇଥିବା ମିଠା ଗରିବମାନଙ୍କୁ ଦିଅନ୍ତୁ।ଏହାଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ।

Swagatika

Recent Posts

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

1 min ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

6 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

14 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

32 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

34 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago