ଯେସାକୁ ତେସା : ଯାଇଥିଲା ଦୋକାନ ଲୁଟିବାକୁ, ନିଜେ ଚୋରିର ଶିକାର ହୋଇଗଲା ଚୋର

‘ଯେସାକୁ ତେସା’ ଏମିତି କଥାବସ୍ତୁକୁ ତ ଆପଣ ନିଶ୍ଚୟ ଶୁଣିଥିବେ। ଯିଏ ଯେମିତି କଲେ ତାକୁ ସେମିତି କରାଯାଉ, ଯଦି କିଏ ଆମ ସହିତ କିଛି କରିଥାଏ ତାହା ସହିତ ସେମିତି କିଛି ହେଉ ବୋଲି ଆମେ କହିଥାଉ। ସେହିପରି କିଛି ଏମିତି ହୋଇଛି ଓ୍ଵାସିଂଟନର ଜଣେ ଚୋର ସହିତ। ଏଠାରେ ଜଣେ ଚୋର ରାସ୍ତା ପାର୍ଶ୍ୱରେ ନିଜ ଗାଡିକୁ ଛିଡା କରି ଦୋକାନକୁ ଚୋରି କରିବାକୁ ଯାଇଥିଲା। କିନ୍ତୁ ସେ ଯେତେବେଳେ ଫେରି ଦେଖିଲେ ତ ତାଙ୍କ ଗାଡି ଚୋରି ହୋଇଯାଇଛି।

କେନେଭିକ ପୋଲିସ ବିଭାଗ ନିଜ ଫେସବୁକ୍‌ ପେଜରେଏକ ଭିଡିଓକୁ ପୋଷ୍ଟ କରିଛନ୍ତି। ଘଟଣାଟି କିଛି ଏମିତି ଥିଲା ଯେ ଗାଡି ମାଲିକ ଓ୍ଵିଲିୟମ କେଲୀ ପୋଲିସକୁ ଜଣାଇଛନ୍ତି ତାଙ୍କର ପିକଅପ୍‌ ଗାଡିକୁ କେହି ଜଣେ ଚୋରି କରି ନେଇଛନ୍ତି। ସେ ଚାବିକୁ ଗାଡି ଭିତରେ ହିଁ ଛାଡି ଦେଇଥିଲେ।

car theftଓ୍ଵିଲିୟମଙ୍କ ଅଭିଯୋଗରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଯେତେବେଳେ ସିସିଟିଭି ଫୁଟେଜର ଯାଞ୍ଚ କରାଗଲା ତେବେ ପୋଲିସ ଯାହା ଦେଖିଲେ ସେଥିରେ ସେ ଚମକ ପଡିଲେ। କାରଣ ଯେଉଁ ବ୍ୟକ୍ତି ଗାଡି ଚୋରିର ଅଭିଯୋଗ କରୁଥିଲେ ପ୍ରକ୍ରୁତରେ ସେ ଏକ ଦୋକାନକୁ ଚୋରି କରିବା ପାଇଁ ଆସିଥିଲେ।

ଏହା ସହ ପଢନ୍ତୁ : ନେପାଳର ଫକୀର ଭାରତରେ ମାଲାମାଲ, ଆପଣଙ୍କ ପରିଚିତ ଲୋକଟିଏ ଜାଣନ୍ତୁ କିଏ?

ଭିଡିଓ ଫୁଟେଜରେ ସଫା ସଫା ଦେଖାଯାଉଛି ଯେ ଗାଡି ଚୋରାଉଥିବା ଚୋର ଗାଡି ପଛରେ ନିଜର ମୋଟରସାଇକେଲ ଛିଡା କରି ଗାଡି ପାଖକୁ ଯାଇ ଗାଡିକୁ ନେଇ ଫେରାର ହୋଇଗଲେ। ଏହି ସମୟରେ ବ୍ୟକ୍ତି ତାଙ୍କ ପଛେ ପଛେ ଗୋଡାଇ ମଧ୍ୟ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଅବଶ୍ୟ ଏବେ ପର୍ଯ୍ୟନ୍ତ ଗାଡିଟିକୁ ଜବତ କରାଯାଇ ପାରିନାହିଁ। କିନ୍ତୁ ସେହି ବ୍ୟକ୍ତିଙ୍କୁ ଚୋରି କରିବା ଅଭିଯୋଗରେ ଜେଲାରେ ବନ୍ଦ କରିଦିଅଗଲା।

ସୋସିଆଲ ମିଡିଆରେ ଗାଡି ଚୋରୀର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘ମୁଁ ଏତେ ଜଲଦି କାହାକୁ ମଧ୍ୟ କର୍ମର ଫଳ ଭୋଗିବା ଦେଖି ନାହିଁ’। ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୨୨ ହଜାର ଲୋକ ଦେଖିସାରିଲେଣି। ଏହା ସହିତ ୮୦ରୁ ଅଧିକ ଲୋକ ଏହାକୁ ସେୟାର ମଧ୍ୟ କରିସାରିଲେଣି। thief car stolen

https://www.facebook.com/Kennewickpolice/videos/465943784247267/