ସ୍ପେଶାଲ

ଘରେ ଚୋରି କରିବାକୁ ପଶିଥିଲା ଚୋର, କିନ୍ତୁ ଏସିର ଥଣ୍ଡା ପବନରେ ମାଲିକର ଖଟ ତଳେ ଶୋଇଗଲା; ଆଉ ତା’ ପରେ…

ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଚୋରର କାରନାମା ଶୁଣିଲେ ଆପଣ ହସି ହସି ଗଡ଼ିବେ। ଚୋରଟି ଜଣଙ୍କ ଘରକୁ ଚୋରି କରିବାକୁ ପ୍ରବେଶ କରିଥିଲା। କିନ୍ତୁ ତା’ପରେ ସେ ଯାହା କଲା ତାହା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି।

ଗୋଦାବରୀ ଜିଲ୍ଲା ଗୋକବାରମ୍‌ ଗାଁର ୨୧ ବର୍ଷୀୟ ସୁରୀ ବାବୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ସତ୍ତି ଭେଙ୍କେଟ ରେଡ୍ଡିଙ୍କ ଘରେ ଚୋରି କରିବାକୁ ଯୋଜନା କରିଥିଲା। ଭେଙ୍କେଟ ଏକ ପେଟ୍ରୋଲ ପମ୍ପର ମାଲିକ ହୋଇଥିବାରୁ ତାଙ୍କ ଘରୁ ମୋଟା ଅଙ୍କର ଟଙ୍କା ଚୋରି କରିବାକୁ ସୁରୀ ପ୍ଲାନ୍‌ କରିଥିଲା। ଏଣୁ ରାତିରେ ଘରେ ଲୁଚି ଲୁଚି ପଶିଥିଲା। କିନ୍ତୁ ଏୟାର କଣ୍ଡିସନ୍‌ର ଥଣ୍ଡା ପବନ ଖାଇବା ପରେ ସେ ଚୋରି କରିବ କ’ଣ ଖଟ ତଳେ ଟିକେ ଆରାମ କରିବାକୁ ଶୋଇଗଲା। ଏସି ପବନରେ ତା’ ଆଖି ଲାଗି ଯାଇଥିଲା।

ଆଖି ଖୋଲିବା ବେଳକୁ ସେ ଥିଲା ଥାନାରେ। ତେବେ ସବୁଠୁ ମଜା କଥା ହେଉଛି କରୋନା ଚାଲିଥିବାରୁ ସଂକ୍ରମଣ ଭୟରେ ସେ ମୁହଁରେ ମାସ୍କ ପିନ୍ଧି ଘରେ ଚୋରି କରିବାକୁ ପଶିଥିଲା। ପଚରାଉଚରା ବେଳେ ଚୋର କହିଛି ଯେ ସେ ଏକ ମିଠା ଦୋକାନରେ ଛୋଟ ମୋଟ କାମ କରି ଚଳୁଥିଲା। ମାତ୍ର କରୋନା ଲକ୍‌ଡାଉନ୍‌ ଯୋଗୁ ତାଙ୍କ ପାଖରେ ଚଳିବାକୁ ଟଙ୍କା ନଥିଲା। ସେ ଖୁବ୍‌ ଅଭାବରେ ଚଳୁଥିଲେ। ସେ ପ୍ରଥମ ଥର ପାଇଁ ଚୋରି କରୁଥିଲେ। କିନ୍ତୁ ନିଦ ତାଙ୍କ ପାଇଁ କାଳ ହେଲା ଓ ଏବେ ସେ ଥାନାରେ।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

44 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

50 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago