ବାବାରେ କି ବୁଦ୍ଧି ! ଏଟିଏମକୁ ବୁଲଡୋଜରରେ ତାଡ଼ିଲା ଚୋର

ପୋଲିସ ଆଖିରେ ଧୂଳି ଦେବା ପାଇଁ ଅପରାଧୀ ମାନେ ଏମିତି ପ୍ଲାନ କରନ୍ତି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।  ବେଳେ ବେଳେ ତ ଲାଗେ ସେମାନଙ୍କ ପାଖରେ ଏମିତି ବୁଦ୍ଧି ସବୁ ଆସୁଛି କେଉଁଠୁ ।  ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରର ସାଙ୍ଗାଳିରେ ଚୋରମାନେ ଏଟିଏମ୍ ମେସିନ ଲୁଟିବା ପାଇଁ ବୁଲଡୋଜରର ବ୍ୟବହାର କରିଛନ୍ତି । ଯାହା ପରେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ।  ଏହା ମଧ୍ୟ କୁହାଯାଉଛିକି ସିସିଟିଭିରୁ ବଂଚିବା ପାଇଁ ଚୋର ମାନେ ଜେସିବି ମେସିନରେ ପୁରା ଏଟିଏମ ମେସିନକୁ ଉପାଡି ଦେଇଛନ୍ତି ।  ଆଉ ଏହା ପରେ କୁଆଡେ ଫେରାର ହୋଇଯାଇଛନ୍ତି ।

 

ଏହି ସିସିଟିଭି ଫୁଟେଜ ୟୁ ଟ୍ୟୁବରେ Viral Stringer ସେୟାର କରିଛନ୍ତି ।  ସେ କହିଛନ୍ତିକି ଘଟଣାଟି ଏପ୍ରିଲ ୨୩ ତାରିଖ ରାତିରେ ହିଁ ଘଟିଛି ।  ଏଟିଏମ୍ର ସିସିଟିଭିରେ ଆପଣ ଦେଖିପାରିବେ କେମିତି ଜଣେ ବ୍ୟକ୍ତି ପ୍ରଥମେ ଏଟିଏମ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛି ।  ଆଉ ଏହା ପରେ ତୁରନ୍ତ ବାହାରକୁ ବାହାରି ଯାଉଛି ।  ଆଉ ଏହା ପରେ ଚୋର ଏକ ବୁଲଡୋଜର ସାହାଯ୍ୟରେ ବୁଥକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ।  ଆଉ ଏହା ପରେ ଧୀରେ ଧୀରେ ଏଟିଏମ୍ ମେସିନଟିକୁ ବାହାରକୁ ତାଡି ଆଣୁଛି ।  କୁହାଯାଉଛିକି ଏହି ଏଟିଏମ୍ରେ ପାଖାପାଖି ୨୫  ଲକ୍ଷ ପର୍ଯ୍ୟନ୍ତ କ୍ୟାସ ଥିଲା ।  ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।  ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହୋଇଥିଲା ।  ଯେଉଁଥିରେ ଦେଖାଯାଇଥିଲାକି ଉତ୍ତରପ୍ରଦେଶର ଚଂଦଲି ଜିଲ୍ଲାରେ ଏକ ହାର୍ଡ ୱେୟାର ଦୋକାନକୁ ଲୁଟିବା ପରେ କେମିତି ଚୋର ଜଣଙ୍କ ଦୋକାନ ସାମ୍ନାରେ ନାଚିଥିଲେ ।

ଘଟଣାଟି ପୁଣି ପୋଲିସ ଅଧିକ୍ଷକଙ୍କ ବାସଭବନ ନିକଟରେ ହିଁ ଘଟିଥିଲା ।  ଦୋକାନ ମାଲିକ ଅଂଶୁ ସିଂହଙ୍କ କହିବା ଅନୁଯାୟୀ ଚୋର କ୍ୟାସସହ ସମେତ ହଜାର ହଜାର ଟଙ୍କାର ଜିନିଷ ବି ଚୋରି କରିନେଇଛନ୍ତି ।  ପରେ କିନ୍ତୁ ଦୋକାନର ସିସିଟିଭି ଫୁଟେଜ ଜରିଆରେ ପ୍ରକୃତ ଚୋରକୁ ଧରାଯାଇଛି । ସିସିଟିଭି କ୍ଲିପ ଭାଇରଲ ହେବା ପରେ କିଛି ସୋସିଆଲ ମିଡ଼ିଆ ୟୁଜର ଏହାକୁ “ମନି ହାଇଟ୍ସ ୨୦୨୩” ବୋଲି କହୁଛନ୍ତି ।  ଯେବେକି କିଛି ଜଣ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।  କିଛି ଜଣ ଚୋରି ପଛର ପ୍ରକୃତ କାରଣ ବେରୋଜଗାରୀ ବୋଲି କହିଛନ୍ତି ।  ବେରୋଜଗାରୀ ସହିତ ଭୋକ ଦିନ କୁ ଦିନ ବଢି ବଢି ଚାଲିଥିବାରୁ ଏହା ସହ ଅପରାଧ ସଂଖ୍ୟା ବି ବଢି ବଢି ଚାଲିଛି ବୋଲି ଅନେକେ ନିଜ କମେଣ୍ଟ ବକ୍ସରେ ଲେଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.