ସମ୍ବଲପୁର: ରିଲ୍ସ ନିଶାରେ ଆଜିକାଲିର ଯୁବପିଢି ବାଇଆ । ସମସ୍ତେ ରିଲ୍ସ କରିବା ପାଇଁ ପାଗଳ ହେଉଛନ୍ତି । ହାତରେ ମୋବାଇଲ୍ ଥିଲେ ରିଲ୍ସ କରିବାଟା ଥୟ । ଆଉ ତା ସାଙ୍ଗକୁ ଯଦି ରିଲ୍ସ ସୁଟିଂ କରିବା ପାଇଁ ସାଙ୍ଗଟେ ମିଳିଯାଇଛି ତା ହେଲେ ତ କଥା ସରିଲା । ଏହି ରିଲ୍ସ ଯୁଗରେ, ଲୋକମାନେ କିଛିବି କରିବାକୁ ପ୍ରସ୍ତୁତ । ତାମାନେ କଣ ଚୋରି କରି ନିଜର କାରନାମ ରିଲ୍ସରେ ଭିଡିଓ କରିବ ନା କଣ? କଣ ଦଶର୍ଶକବନ୍ଧୁ କଥାଟା ବୁଝିପାରିଲେନି ନା? ତେବେ ଆସନ୍ତୁ ଜାଣିବା ଘଟଣା କଣ?
କି ଦୁନିଆ ହେଲା ଆଜ୍ଞା । ଏଠି ଚୋରବି ଜାଣିଲେଣି ପଲିସର ଦୁର୍ବଳତା । ଯାହାକୁ ନେଇ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ଯୁବକଙ୍କ ଏଭଳି ଏକ ରିଲ୍ସ ଭିଡିଓ ସୋସିଆଲ୍ ମିଡିଆରେ ପବନ ବେଗରେ ଘୂରି ବୁଲୁଛି । କ୍ଷେତରାଜପୁର ଥାନା ରେମେଡ ନିକଟ ଏକ ବ୍ୟବସାୟୀକ ପ୍ରତିଷ୍ଠାନରୁ କିଭଳି ଗାଡି ଚୋରି କରାଯିବ ସେନେଇ ଭିଡିଓରେ ଦୁର୍ବୃତ୍ତ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି । ଇନଷ୍ଟାଗ୍ରାମରେ ‘ରୋଶନବ୍ଲଗ୍’ ନାମକ ଆକାଉଣ୍ଟ ଥିବା ଏକ ଯୁବକ ରିଲ୍ କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ଯେଉଁ ସମୟରେ ତୁମେ ଶୋଇଯାଇଥିବ ସେହି ସମୟରେ ଆମେ ଗାଡି ଚୋରି କରିନେଉଛୁ । ଆମେ ଏକ ଶୋ ରୁମ୍ ପାଖକୁ ଆସିଛୁ ।
ଏହା ସହ ଯୁବକ ଜଣକ କହୁଛନ୍ତି କି, ମୋ ପାଖରେ ଥିବା ଏହି ଗାଡିକୁ ଦେଖନ୍ତୁ । ଏଠାରୁ ପିକଅପ୍ ଉଠାଇବାର ଅଛି । ମୋର ବନ୍ଧୁଙ୍କୁ ଦେଖନ୍ତୁ । ସେ ଏହାର ହିସାବ କରୁଛନ୍ତି, ଏହାର ମୂଲ୍ୟ କେତେ ହେବ। ପିକ୍ଅପ୍ର ମୂଲ୍ୟ ୩ରୁ ୪ ଲକ୍ଷ ଟଙ୍କା ବୋଲି ମଧ୍ୟ କହୁଛନ୍ତି । ଖାଲି ଏତିକି ନୁହେଁ ନିଜେ କରିଥିବା ସମସ୍ତ କଳାକାରନାମାର ଚିଠା ବି ଦେଉଛନ୍ତି । କହୁଛନ୍ତି ଏଭଳି ଅନେକ ଚୋରି କରିଛୁ । ହେଲେ ଧରାପଡିନୁ। ଖୋଲାଖୋଲି ସୋସିଆଲ୍ ମିଡିଆରେ ଏ କଥା କହୁଛନ୍ତି ଯୁବକ । ଯାହାକୁ ନେଇ କ୍ଷେତରାଜପୁର ଥାନାର କାର୍ଯ୍ୟଶୈଳି ଉପରେ ଉଠିଛି ବିରାଟ ପ୍ରଶ୍ନ?
ଏବେ ଏହି ଭିଡିଓ ଦେଖିଲେ ଜଣା ପଡୁଛି ଦୁର୍ବୃତ୍ତ ମାନେ କିପରି ସୋସିଆଲ୍ ମିଡିଆରେ ଖୋଲା ଧମକ ଦେଉଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ସୁରକ୍ଷା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ପୋଲିସ କହିଛି ଏହି ଦୁଇ ଯୁବକ କିଛି ଚୋରି କରି ନାହାନ୍ତି, ଆଉ ଏଭଳି କୌଣସି ଚୋରିର ରିପୋର୍ଟ ମଧ୍ୟ ଥାନାରେ ନାହିଁ । ତେବେ ଯୁବକ ମାନେ ସୋସିଆଲ ମିଡ଼ିଆରେ କାହିଁକି ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଭିଡିଓ କରିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।
ତେବେ ସତ କହିବାକୁ ଗଲେ, ଦିନକୁ ଦିନ ଆମ ସମାଜରେ ବଢିଚାଲିଛି ଅପରାଧ । ଚୋରି,ଡକାୟତି,ଛିନତାଇ ଆଉ ମର୍ଡର, ଏସବୁ ପାଲଟିଛି ବର୍ତ୍ତମାନର ନିତିଦିନିଆ ଘଟଣା । ଯାହା ଯୁବପୀଢିଙ୍କ ସଉକ୍ ପୁରଣ କରିବାର ଏକ ଟ୍ରେଣ୍ଡ ପାଲଟିଯାଇଛି । ବିନା ଭୟରେ ଏମାନେ ପୋଲିସ୍ ପ୍ରଶାସନକୁ ଚାଲେଞ୍ଜ ଉପରେ ଚାଲେଞ୍ଜ ଦେଇ ଚାଲିଛନ୍ତି । ଯାହାକୁ ନେଇ ପୋଲିସ୍ ପ୍ରଶାସନ ଆହୁରୀ କଠୋର ହେବା ନିହାତୀ ଜରୁରୀ ।