ଫେରାଇ ଦେଲେ ଚୋରି କରିଥିବା ଅଷ୍ଟଧାତୁ ମୂର୍ତ୍ତି, ଚିଠି ଲେଖି କହିଲେ ଶୁଆଇ ଦେଲାନି ଭୟାନକ ସ୍ୱପ୍ନ…

ଆପଣ କ୍ୱଚିତ୍ ଭାବରେ ଶୁଣିଥିବେ ଓ ଦେଖିଥିବେ ଯେ ଚୋରମାନେ ଚୋରି କରିବା ପରେ ସେହି ସାମଗ୍ରୀକୁ ଫେରସ୍ତ କରୁଥିବାର। ଆଉ ହଁ ପୋଲିସର ବହୁ ଖୋଜାଖୋଜି ପରେ ଏହା କେତେକ ସ୍ଥାନରେ ସମ୍ଭବ ହୋଇଥାଏ । ଆଜି ଆମେ ଆପଣଙ୍କୁ ଉତ୍ତରପ୍ରଦେଶର ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ବୋଧ ହୁଏ ବିଶ୍ୱାସ କରିବେ ନାହିଁ । ଗୋଟିଏ ମନ୍ଦିରରୁ ଏକାଧିକ ବିରଳ ମୂର୍ତ୍ତି ଚୋରି କରିଥିବା ଗୋଟିଏ ଗ୍ୟାଙ୍ଗ ଏଗୁଡ଼ିକୁ ପୁଣି ଥରେ ଫେରାଇ ଦେଇଛନ୍ତି। ସେମାନେ ଗତ ସପ୍ତାହରେ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲେ। ହେଲେ ଚୋରି ଘଟଣା ପରେ ସେମାନେ ବଚଳିତ କରିବା ଭଳି ସ୍ୱପ୍ନ ସବୁ ଦେଖିଥିଲେ। ଏଥିରେ ଡରି ଯାଇ ଚୋରମାନେ ମୂର୍ତ୍ତି ଗୁଡ଼ିକୁ ଫେରାଇ ଦେଇଛନ୍ତି। ଏଥିସହ ନିଜ କଲାକର୍ମର ଅନୁତାପ କରି କ୍ଷମା ମଧ୍ୟ ମାଗିଛନ୍ତି। ଉତ୍ତର ପ୍ରଦେଶର ଚିତ୍ରକୋଟରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଚୋରମାନେ ଉତ୍ତରପ୍ରଦେଶର ଚିତ୍ରାକୋଟ ଜିଲ୍ଲା ଠାରେ ଥିବା ଐତିହାସିକ ବାଲାଜୀ ମନ୍ଦିରରୁ ଚୋରି କରିଥିବା ମୂର୍ତ୍ତିଗୁଡ଼ିକୁ ଚିଠି ଲେଖି ଫେରାଇ ଦେଇଛନ୍ତି। ଚୋରମାନେ ଚିଠିରେ ଲେଖିଛନ୍ତି ଯେ ରାତିରେ ଆମର ଭୟାନକ ସ୍ୱପ୍ନ ଦେଖିଲୁ, ମୂର୍ତ୍ତି ଚୋରି କରିବା ଦିନ ଠାରୁ ସେମାନେ ଶାନ୍ତିରେ ଶୋଇବା, ଖାଇବା କିମ୍ବା ରହି ପାରୁ ନଥିଲେ। ସବୁବେଳେ ସେମାନଙ୍କୁ ଭୟଙ୍କର ସ୍ୱପ୍ନ ସବୁ ଆସୁଥିଲା। ଭୟଙ୍କର ସ୍ୱପ୍ନ ଯୋଗୁ ସେମାନେ ଭୟଭୀତ ହୋଇ ପଡ଼ିଥିଲେ। ଏଥିପାଇଁ ସେମାନେ ଚୋରି କରିଥିବା ମୂର୍ତ୍ତିଗୁଡ଼ିକୁ ଫେରାଇ ଦେଇଥିବା ଚିଠିରେ କହିଛନ୍ତି। ଏଥିସହ ସେମାନେ ନିଜର ଭୁଲ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ତେଣୁ ଆମେ ମୂର୍ତ୍ତିଗୁଡ଼ିକୁ ପୂଜାରୀ ମହନ୍ତଙ୍କ ବାସଭବନ ବାହାରେ ରଖିବାକୁ ଯାଉଛୁ। ସମସ୍ତ ମୂର୍ତ୍ତିଗୁଡ଼ିକୁ ଗୋଟିଏ ଟୋକେଇ ଜମା କରି ରଖିଥିବାର କହିଛନ୍ତି ।

ମେ ୯ ରାତିରେ ବାଲାଜୀ ମନ୍ଦିରରୁ ଅଷ୍ଟ ଧାତୁର ୧୬ଟି ମୂର୍ତ୍ତି ଚୋରି ହୋଇଥିଲା । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଥିଲା। ଏହି ସଂପର୍କରେ ମହନ୍ତ ରାମବାଲକ ଅଜ୍ଞାତ ଚୋରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ମହନ୍ତ ରାମ ବାଲାକ ଦାସ କହିଥିଲେ ଯେ ମନ୍ଦିରର ତାଲା ଭାଙ୍ଗି ଚୋରମାନେ ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରିଥଲେ, ଯେଉଁଥିରେ ଶ୍ରୀ ଶ୍ରୀ ରାମଙ୍କର ଅଷ୍ଟାଦଶରୁ ନିର୍ମିତ ମୂର୍ତ୍ତି, ରାଧାକୃଷ୍ଣଙ୍କ ମୂର୍ତ୍ତି ଏବଂ ପିତ୍ତଳର ବାଲାଜୀ ଏବଂ ଲଡୁ ଗୋପାଳଙ୍କ ମୂର୍ତ୍ତି ରହିଛି।

ମନ୍ଦିରର ମହନ୍ତ ରାମ ବାଲାକ ଦାସ କହିଛନ୍ତି ଯେ ଯେତେବେଳେ ସେ ପରଦିନ ସକାଳୁ ଉଠି ଗାଈ ମାନଙ୍କୁ ଖାଇବାକୁ ଓ ଜଳ ଦେବା ପାଇଁ ବାହାରକୁ ଯାଇଥିଲେ, ସେତେବେଳେ ତାଙ୍କୁ ଏକ ଚିଠି ମିଳିଥିଲା। ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତିଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଥିଲା। ଚିଠିକୁ ପଢିବା ପରେ ମୂର୍ତ୍ତିଗୁଡ଼ିକ ଘର ବାହାରେ ଥିବା ଏକ ଡାଲାରେ ଅଖା ଭିତରେ ଦେଖିବାକୁ ମିଳିଥିଲା। ଏଥିରେ ପିତ୍ତଳ ଏବଂ ତମ୍ବାର ୧୨ ଟି ମୂର୍ତ୍ତି ଥିଲା କିନ୍ତୁ ଅଷ୍ଟ ଧାତୁର ଦୁଇଟି ମୂର୍ତ୍ତି ସେଠାରେ ନଥିଲା।

ମହନ୍ତ କହିଛନ୍ତି ଯେ ସେ ମୂର୍ତ୍ତିଗୁଡ଼ିକୁ କୋଟୱାଲୀ ପୋଲିସକୁ ଦେଇଛନ୍ତି। ଚୋରମାନେ ୧୨ଟି ମୂର୍ତ୍ତି ଫେରାଇ ଦେଇଛନ୍ତି ବୋଲି ସିଟି ଶୀଟଲା ପ୍ରସାଦ ପାଣ୍ଡେ କହିଛନ୍ତି। ଏଥିରୁ ଜଣାପଡୁଛି ଯେ ମନ୍ଦିରରେ କୌଣସି ଅଷ୍ଟଧାତୁର ମୂର୍ତ୍ତି ନଥିଲା। ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି।

Leave A Reply

Your email address will not be published.