ରାତାରାତି ଚୋରି ହୋଇଗଲା ଶହେ କିଲୋ ଗୋବର, ଥାନାରେ ଏତେଲା ଦେଲେ କୃଷକ

କାହାର ହୃଦୟ ଚୋରି ହୋଇଥାଏ ତ ଆଉ କାହାର ପର୍ସ । ସମସ୍ତେ ଜାଣନ୍ତି ଯେ ଏକ ଚୋର ଯଦି ଚୋରି କରିବାକୁ ଆସେ ତାହେଲେ ସେ କେବଳ ମହଙ୍ଗା ଜିନିଷ ହିଁ ଚୋରି କରିଥାଏ କିନ୍ତୁ ଛତିଶଗଡ଼ରେ ଏକ ଏପରି ଚୋରି ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଛତିଶଗଡ଼ରେ “ଗୋଧନ ନ୍ୟାୟ” ନାମରେ ଏକ ଯୋଜନାର ଆରମ୍ଭ ହୋଇଛି ଯାହାଦ୍ୱାରା ରାଜ୍ୟ ସରକାର ପଶୁପାଳକ ଏବଂ ଗାଈ ମାଲିକଙ୍କ ଠାରୁ 2 ଟଙ୍କା ଦରରେ ଗୋବର କିଣୁଛନ୍ତି । ତେବେ ଏହି ଯୋଜନାର ଲାଭ ଉଠାଇବା ଆରମ୍ଭ ନହେଉଣୁ ସେଠାରେ ଗୋବର ଚୋରି ହେବା ଆରମ୍ଭ ହୋଇଗଲାଣି ।

ଏଭଳି ଏକ ଘଟଣା ଘଟିଛି କୋରିୟା ଜିଲ୍ଲା ରୋଝୀ ଗାଁ ରେ । ଏଠାକାର ଲାଲାରାମ ଓ ସେମଲାଲ ନାମକ ଦୁଇଜଣ କୃଷକ ନିଜ ବାଡିରୁ ଗୋବର ଚୋରି ନେଇ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟ ସରକାର ଏହି ଯୋଜନା ଅନ୍ତର୍ଗତ 46,000 କୃଷକଙ୍କୁ ଲାଭ ପହଂଚାଇବା ପାଇଁ 1.65 କୋଟି ଯୋଗାଇ ଦେବେ ବୋଲି କହିଥିଲେ । ଗୋବରରୁ ରାଖୀ, ଦ୍ବୀପ, ନେମପ୍ଲେଟ ଏବଂ ଜୈବିକ ଖାଦ ଇତ୍ୟାଦି ତିଆରି କରାଯାଇଥାଏ ।

The LifeCycle of Cow Dung in India | YPARD | Young Professionals ...

ଦୁଇଜଣଙ୍କ କହିବା ଅନୁଯାୟୀ ସେମାନେ ରାଜ୍ୟ ସରକାରଙ୍କୁ ବିକ୍ରି କରିବାପାଇଁ ପାଖାପାଖି 100 କିଲୋ ଗୋବର ନିଜ ବାଡ଼ିରେ ଜମା କରିଥିଲେ । ତେବେ ହଠାତ ଦିନେ ସକାଳୁ ଉଠିବା ବେଳକୁ ତାଙ୍କ ବାଡ଼ିରୁ ସମସ୍ତ ଗୋବର ଚୋରି ହୋଇଯାଇଥିଲା ଯାହାପରେ ସେମାନେ ପୋଲିସ ଷ୍ଟେସନ ଯାଇ ଏ ସମ୍ବନ୍ଧରେ ଏକ ମାମଲା ରୁଜୁ କରିଥିଲେ ।

Leave A Reply

Your email address will not be published.