ଅନ୍ୟର ଏହି ଜିନିଷ ବ୍ୟବହାର କରିବା ସମୟରେ ରୁହନ୍ତୁ ସାବଧାନ, ନଚେତ ହୋଇପାରେ ବଡ ଅସୁବିଧା

କେବେ କେବେ ଆମେ ଅନ୍ୟର ଜିନିଷ ଖୁସିରେ ହେଉ ବା ଆବଶ୍ୟକ କାରଣରୁ ବ୍ୟବହାର କରିଥାଉ | ହେଲେ ଜାଣନ୍ତି କି ବାସ୍ତୁ ଅନୁସାରେ ଏହା ଠିକ ନୁହେଁ | ଏହି ସାମାନ୍ୟ କଥା ବି ଆମ ପାଇଁ ବଡ କ୍ଷତିର କାରଣ ହୋଇପାରେ | ବାସ୍ତୁ ଶାସ୍ତ୍ର ଅନୁଯାଇ ଅନ୍ୟର ଏହି ଜିନିଷ ବ୍ୟବହାର କରିବା ଦ୍ୱାରା ଖରାପ ସମୟ ଆସିବାକୁ ଡେରି ହୋଇନଥାଏ |

କୁହାଯାଏ ଅନ୍ୟର ଏହି ଜିନିଷ ବ୍ୟବହାର କରିବା ଦ୍ୱାରା ଉକ୍ତ ବ୍ୟକ୍ତିର ନକରାତ୍ମକ ଶକ୍ତି ସେହି ଜିନିଷ ସହ ଆମ ପାଖକୁ ଆସିଥାଏ | ଆସନ୍ତୁ ଜାଣିବା ଅନ୍ୟର କେଉଁ ଜିନିଷ ଆଣିବା କିମ୍ବା ବ୍ୟବହାର କରିବା କଥା ନୁହେଁ |

ପୋଷାକ : ବାସ୍ତୁ ଶାସ୍ତ୍ର ଅନୁଯାଇ ଅନ୍ୟର କପଡା ମାଗି କରି ପିନ୍ଧିବା କଥା ନୁହେଁ | ଏହାଦ୍ୱାରା ଉକ୍ତ ବ୍ୟକ୍ତିର ନକରାତ୍ମକ ଶକ୍ତି ସେହି ଜିନିଷ ସହ ଆମ ପାଖକୁ ଆସିଥାଏ ଓ ଆମର କ୍ଷତି କରିଥାଏ | ସ୍ୱାସ୍ଥ୍ୟ ବିଜ୍ଞାନ ଅନୁଯାଇ ମଧ୍ୟ ଅନ୍ୟର ପୋଷାକ ଦ୍ୱାରା ରୋଗ ଆମ ଦେହକୁ ଆସିପାରେ |

ଗହଣା : ବାସ୍ତୁ ଶାସ୍ତ୍ର ଅନୁଯାଇ ନିଜର ଗହଣା ଅନ୍ୟକୁ ପିନ୍ଧିବା ପାଇଁ ଦେବା କଥା ନୁହେଁ କିମ୍ବା ନିଜେ ଅନ୍ୟର ଗହଣା ପିନ୍ଧିବା କଥା ନୁହେଁ | କାରଣ ଗହଣା ସୌଭାଗ୍ୟର ସଂକେତ ହୋଇଥାଏ |

ଜୋତା-ଚପଲ : ଜୋତା-ଚପଲର ସମ୍ବନ୍ଧ ଶନି ଗ୍ରହ ସହ ହୋଇଥାଏ | ଯଦି ଆପଣ ଅନ୍ୟର ଜୋତା-ଚପଲ ପିନ୍ଧନ୍ତି ତେବେ ଶନି ଦୋଷର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ | ତେଣୁ ଭୁଲରେ ବି ଅନ୍ୟର ଜୋତା ଚପଲ ପିନ୍ଧନ୍ତୁ ନାହିଁ |

ଘଣ୍ଟା : ଘଣ୍ଟାର ସମ୍ପର୍କ କେବଳ ସମୟ ସହ ଜଡିତ ନୁହେଁ, ଏହା ଭଲ ଓ ଖରାପ ସମୟ ସହ ମଧ୍ୟ ଜଡିତ | ଅନ୍ୟର ଘଣ୍ଟା ପିନ୍ଧିବା ଦ୍ୱାରା ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ |

କଲମ : ବାସ୍ତୁ ନିୟମ ଅନୁଯାଇ ଅନ୍ୟର କଲମ ବା ପେନ ବ୍ୟବହାର କରିବା କଥା ନୁହେଁ | ଯଦି କେହି ଏପରି କରେ ତେବେ ତା’ର କ୍ୟାରିଅର,ବ୍ୟବସାୟ ଓ ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ |

Leave A Reply

Your email address will not be published.