ଦିଲ୍ଲୀରେ ଜନ୍ମ ନେଲା ଏପରି ଶିଶୁ ଯାହାର ଚେହେରା ଦେଖିଲେ ନିଜ ଆଖିକୁ ବିଶ୍ୱାସ କିରିପାରିବେନି ଆପଣ

ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅତ୍ୟନ୍ତ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଦରିଆଗଞ୍ଜର ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳା ଏକ ବିଚିତ୍ର ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଯିଏକି ଜନ୍ମ ହେବାର ମାତ୍ର କିଛି ଘଣ୍ଟା ପରେ ମୃତ୍ୟୁବରଣ କରିଛି । ଏହି ଶିଶୁର ଜନ୍ମ ଦରିଆଗଞ୍ଜର କସ୍ତୁରବା ହସ୍ପିଟାଲରେ ହୋଇଥିଲା । ପିଲାଟି ସମ୍ପୂର୍ଣ୍ଣଭାବେ ଏକ ସାଧାରଣ ଶିଶୁଠାରୁ ଭିନ୍ନ ଥିଲା । ମହିଳାଙ୍କ ଗର୍ଭରୁ ଜନ୍ମ ନେଇଥିବା ଏହି ଶିଶୁଟିର ଆଖି ବହୁତ ବଡ଼ ଓ ଅସାଧାରଣ ଥିଲା । ଏହା ସହିତ ଆଖିର ରଙ୍ଗ ସମ୍ପୂର୍ଣ ଲାଲ ଓ ଶିଶୁଟିର ଶରୀରର ରଙ୍ଗ ସମ୍ପୂର୍ଣ ଭାବେ ଧଳା ହୋଇଥିଲା ।

Image result for third-case-of-harlequin-ichthyosis-in-india-baby-born-in-delhi

ନବଜାତ ଶିଶୁଟିର ଶରୀରରେ ଭାରି ମାତ୍ରାରେ ଆଘାତ ଲାଗିଥିଲା । ଏହାକୁ ଦେଖିବା ପରେ ଏପରି ଲାଗୁଥିଲା ଯେପରି ଗର୍ଭରେ ହିଁ ତାର ଶରୀରକୁ ଛୁରୀରେ ଆଘାତ କରାଯାଇଛି । ଏହା ବ୍ୟତୀତ ପିଲାଟିର ଜରୁରୀ ଅଙ୍ଗ ଯେପରିକି ନାକ, କାନ ଓ ବ୍ୟକ୍ତିଗତ ଅଙ୍ଗ ଇତ୍ୟାଦି କିଛି ବି ନଥିଲା । ଦୁନିଆକୁ ଆସିଥିବା ଏହି ବିଚିତ୍ର ଶିଶୁର ଚେହେରା ଏବଂ ମୁଁହ ସମ୍ପୂର୍ଣ ରୂପେ ଅସାଧାରଣ ଥିଲା ଯାହାର ଆକାର ବହୁତ ବଡ଼ ଥିଲା । ଏହା ବ୍ୟତୀତ ତାର ହାତ ଗୋଡ଼ ମଧ୍ୟ ବଙ୍କା ଥିଲା । ଶିଶୁର ଜନ୍ମ ହେବାପରେ ଏହାକୁ ଦେଖିବା ପାଇଁ ହସ୍ପିଟାଲରେ ଗହଳି ସୃଷ୍ଟି ହୋଇଥିଲା । ଡାକ୍ତରଙ୍କ ଠାରୁ ନର୍ସ ପର୍ଯ୍ୟନ୍ତ ଏହି ଅଦ୍ଭୁତ ଶିଶୁକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଶିଶୁଟିର ପରିବାର ଏହାକୁ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

delhi

ଏହାସହ ପଢନ୍ତୁ ୫୦୦ ବର୍ଷ ତଳ ଶବ ଦେହରେ ବୋହୁଛି ତାଜା ରକ୍ତ ଏହାସହିତ ମୁଣ୍ଡରେ ବି ଅଛନ୍ତି ଉକୁଣି

ଡାକ୍ତରଙ୍କ କହିବା ଅନୁଯାୟୀ ଏହି ଶିଶୁଟି ହାର୍ଲେକ୍ୱିନ ଇକଥ୍ୟୋସିସ ନାମକ ଏକ ରୋଗରେ ପୀଡିତ ଥିଲା ଯାହାକି ଏକ ଦୁର୍ଲଭ ରୋଗ ଅଟେ। ୩୦ ଲକ୍ଷ ଶିଶୁଙ୍କ ମଧ୍ୟରେ ଏହା ମାତ୍ର ଜଣଙ୍କୁ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ପ୍ରୋଟିନ ଏବଂ ମ୍ୟୁକସ ମେମ୍ବରେନର ଅଭାବ କାରଣରୁ ଶିଶୁଟିର ଏପରି ଅବସ୍ଥା ହୋଇଥାଏ। ଏଥିରେ ଜନ୍ମ ନେଇଥିବା ଶିଶୁଟିର ତ୍ୱଚା ବହୁତ ଟାଣ ଏବଂ ମୋଟା ହୋଇଯାଇଥାଏ । ଏହା ସହିତ ଶରୀରର ରଙ୍ଗ ଧଳା ମଧ୍ୟ ହୋଇଯାଇଥାଏ । ସୂଚନା ଅନୁଯାୟୀ ଭାରତରେ ଏହା ତୃତୀୟ ଘଟଣା ଅଟେ । ଦିଲ୍ଲୀ ପୂର୍ବରୁ ଏହା ମହାରାଷ୍ଟ୍ର ଏବଂ ନାଗପୁରରେ ମଧ୍ୟ ଦେଖାଯାଇଥିଲା । ଏହା ବ୍ୟତୀତ ଭାରତର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏପରି ଚାରୋଟି କେସ ଦେଖାଯାଇଛି ।