ବ୍ୟକ୍ତିଙ୍କ ହାତରେ ବୋତଲ ଦେଖି ଅଟକିଗଲା ଶୋଷିଲା ଗୁଣ୍ଡୁଚିମୂଷା, ହାତ ଯୋଡି ଏମିତି ମାଗିଲା ପାଣି

ସୋସିଆଲ ମିଡିଆରେ ଗୁଣ୍ଡୁଚି ମୂଷାର ଏକ ହୃଦୟ ଛୁଇଁଦେବା ଭଳି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଚେହେରାରେ ବି ଖୁସିର ହସ ଆସିଯିବ। ଆଉ ଆଖିରେ ଖୁସିର ଲୁହ ବି ବୋହିଯିବ। ଶୋଷିଲା ଗୁଣ୍ଡୁଚିମୂଷା ବୁଲୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋଟଲ ଦେଖିଲା। ଏହାଦେଖି ସେ ସିଧା ସେହି ବ୍ୟକ୍ତିଙ୍କ ପାଖରେ ପହଁଚିଲା ଏବଂ ହାତ ଉଠାଇ ମାଗିବାକୁ ଲାଗିଲା। ବ୍ୟକ୍ତି ଗୁଣ୍ଡୁଚିମୂଷାକୁ ଏମିତି ବିକଳ ହେଉଥିବା ଦେଖି ବୋଟଲ ତଳକୁ କରିବାରୁ ପାଣି ବୋତଲଟିକୁ ହାତରେ ଧରି ଢ଼କ ଢ଼କ କରି ପିଇ ଚାଲିଲା।

squrrelଭିଡିଓରେ ଆପଣ ଦେଖିପାରିବେ ଯେ ଭୀଷଣ ଶୋଷିଲା ଥିବା ଗୁଣ୍ଡୁଚିମୂଷା ବ୍ୟକ୍ତିଙ୍କ ପାଖରେ ପହଁଚିଲା। ଆଉ ହାତ ଦେଖାଇ ତାଙ୍କୁ ପାଣି ପିଆଇବା ପାଇଁ ଇସାରା କଲା ଏକଦମ୍‌ ମଣିଷଙ୍କ ଭଳି। ଗୁଣ୍ଡୁଚିମୂଷାଟି ତଳ ଆଡକୁ ବସି ଦୁଇ ଗୋଡରେ ପାଣି ପିଇବା ପାଇଁ ଛିଡା ହୋଇଗଲା। ଆଉ ପୂରା ମୁହଁ ଭର୍ତ୍ତୀ କରି ଆନନ୍ଦରେ ପାଣି ପିଇବାକୁ ଲାଗିଲା। ଏହି ସୁନ୍ଦର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ଏହି ଭିଡିଓକୁ ଟ୍ଵିଟରର ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.