୨୧ ବର୍ଷର ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ, ଏହା ଶୁଣିବାକୁ ବିଲକୁଲ୍ ଅସମ୍ଭବ ଲାଗିଲେ ମଧ୍ୟ ସତ। କେବଳ ଏତିକି ନୁହେଁ ଯୁବକ ଜଣକ ନିଜକୁ ଭଗବାନ ରାମଙ୍କ ବଂଶଜ ବୋଲି ମଧ୍ୟ କହୁଛନ୍ତି। ଏହି ଯୁବକ ଜଣଙ୍କର ନାଁ ହେଉଛି ପଦ୍ମନାଭ ସିଂହ ଏବଂ ସେ ଜୟପୁର ରାଜବଂଶର ସମ୍ପର୍କୀୟ। ସେ ଜୟପୁରର ଶାହୀ ପରିବାରର ୩୦୩ତମ ବଂଶଜ। ଏଥିସହ ପଦ୍ମନାଭ ଜଣେ ମଡେଲର୍, ପୋଲୋ ଖେଳାଳୀ ଏବଂ ଟ୍ରାଭେଲର ମଧ୍ୟ। ସେ ବୁଲିବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି। ବୁଲିବାରେ ହିଁ ସେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି।
ଏହାସହ ପଢନ୍ତୁ: ଏହି ଦେଶର କମ୍ପାନୀ ମହିଳାମାନଙ୍କୁ ଚଷମା ଲଗାଇବାକୁ କଲା ବାରଣ, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ
ରିପୋର୍ଟ ଅନୁଯାୟୀ ଜୟପୁରର ପୂର୍ବ ମହାରାଜା ଭବାନୀ ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ତମ ବଂଶଜ ଥିଲେ। ଏହି ରାଜ ପ୍ରାସାଦ ସହ ସମ୍ପର୍କ ଥିବା ପଦ୍ମନୀ ଦେବୀ ନିଜେ ଏକ ସାକ୍ଷାତକାର ମାଧ୍ୟମରେ ଜଣାଇଥିଲେ। ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ପଦ୍ମନାଭ ସିଂହଙ୍କର ଜୟପୁରରେ ରାମ ନିବାସ ମହଲରେ ନିଜର ରାଜପ୍ରାସାଦ ଭଳି ଆପାର୍ଟମେଣ୍ଟ ମଧ୍ୟ ରହିଛି। ଏହି ଆପାର୍ଟମେଣ୍ଟରେ ଗୋଟିଏ ବଡ ବେଡ୍ ରୁମ୍, ବାର୍ଥ ରୁମ୍, ଡ୍ରେସିଂ ରୁମ୍, ପ୍ରାଇଭେଟ୍ ଡାଇନିଂ ରୁମ୍, ପ୍ରାଇଭେଟ୍ କିଚେନ୍ ଏବଂ ପୁଲ୍ ମଧ୍ୟ ରହିଛି। ଗତ ୨୦୧୧ ମସିହାରେ ଏହି ରାଜପ୍ରାସାଦର ସମୁଦାୟ ସମ୍ପତ୍ତି ୬୨୧.୮ ମିଲିୟନ ବା ୪୪ ଶତକୋଟି ଠାରୁ ଅଧିକା ଥିଲା। ଯାହା ବର୍ତ୍ତମାନ ବୃଦ୍ଧି ପାଇ ୪୮ ଶତ କୋଟିରୁ ଅଧିକ ହୋଇଛି।