ଜଣେ ରାଣୀ ଓ ରାଜାଙ୍କ ଅସୀମ ପ୍ରେମର ପ୍ରତୀକ ଛତିଶ ଗଡ଼ର ଏହି ମନ୍ଦିର, ଜାଣନ୍ତୁ ଏହା ପଛର କାହାଣୀ

ପତ୍ନୀ ମମତାଜ ମହଲଙ୍କ ପାଇଁ ଶାହାଯାହାନ ଆଗ୍ରାରେ ତାଜ ମହଲ ବନାଇଥିବା କଥା ତ ସମସ୍ତେ ଜାଣନ୍ତି । ଏମିତିକି ଏହା ସମଗ୍ର ବିଶ୍ୱଐତିହ୍ୟ ରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିଛି । ଏହା ବାଦ ଭାରତରେ ଆହୁରି କେତେ ଗୁଡିଏ ଆଶ୍ଚର୍ଯ୍ୟ ଜନକ ଐତିହ୍ୟ ଥିଲେ ମଧ୍ୟ ଏହା ସେତେଟା ଲୋକ ଲୋଚନକୁ ଆସି ପାରିନାହିଁ । ତାଜ ମହଲ ଠାରୁ ଏ ଗୁଡିକ କୌଣସି ଗୁଣରେ ହୁଏତ କମ ହୋଇନଥିଲେ ମଧ୍ୟ ଏଗୁଡିକ ଏବେବି ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ପଡିରହିଛନ୍ତି । ସେମିତି ହିଁ ଏକ ସ୍ମାରକ ସମ୍ପର୍କରେ ଆମେ ଏଠାରେ କହିବାକୁ ଯାଉଛୁ । ଭାରତର ମଧ୍ୟବର୍ତ୍ତୀ ପ୍ରାନ୍ତରେ ଅବସ୍ଥିତ  ଛତିଶଗଡ ରାଜ୍ୟର ସିରପୁର ଠାରେ ଥିବା ଲକ୍ଷ୍ମଣ ମନ୍ଦିର ସମ୍ପର୍କରେ ହୁଏତ ଖୁବ ଲୋକଙ୍କୁ ଜଣା ।କିନ୍ତୁ ଏହାର ପ୍ରାୟ ୧୦୦୦ ବର୍ଷ ପୂର୍ବରୁ ପ୍ରେମର ଆଉ ଏକ ସ୍ମାରକୀ ତିଆରି ହୋଇଥିଲା ।  ସେସମୟର ରାଣୀ ବାସଟା ଦେବୀ ନିଜ ପତି ହର୍ଷ ଗୁପ୍ତଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ମ୍ରିୟମାଣ ହୋଇଯାଇଥିଲେ । ତେଣୁ ୬୦୦ ଖ୍ରୀଷ୍ଟାବ୍ଦରେ ମସିହାରେ ସେ ଏହାକୁ ନିର୍ମାଣ କରିଥିଲେ ।

 

ଛତିଶଗଡ ରାଜ୍ୟର ବର୍ତ୍ତମାନର ରାଜଧାନୀ ରାୟପୁର ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ମହାନଦୀ କୂଳ ଜଙ୍ଗଲ ଭିତରେ ସିରପୁର ଅବସ୍ଥିତ । ପ୍ରାଚୀନ କାଳରେ ଶ୍ରୀପୁର ସୋମବଂଶୀ ରାଜା ମାନଙ୍କର ରାଜଧାନୀ ମଧ୍ୟ ଥିଲା । ଶୈବ,ବୈଷ୍ଣବ,ବୌଦ୍ଧ,ଜୈନ ଧର୍ମର ବିଭିନ୍ନ ପ୍ରତିମା ଗୁଡିକର ଭଗ୍ନାବଶେଷ ଗୁଡିକ ଏହି ଅଂଚଳର ଖନନରୁ ମିଳିଛି । ଯାହାକି ସିରପୁରର ସର୍ବ ଧର୍ମ ସମାନତା ସମ୍ପର୍କରେ ସୂଚନା ଦେଇଥାଏ ।

ଏଠାକାର ସ୍ଥାନୀୟ ଅଧିବାସୀଙ୍କ ଅନୁଯାୟୀ ଏହି ସ୍ମାରକଟି ଏଯାବତ ବହୁ ପ୍ରାକୃତିକ ବିପର୍ଯୟ ଗୁଡିକର ସାମ୍ନା କରିଥିଲେ ମଧ୍ୟ ଏହା ସେତେଟା କ୍ଷତିଗ୍ରସ୍ତ ହୋଇ ପାରିନାହିଁ । ୧୨୦୦ ଶତାବ୍ଦୀରେ ଏକ ଭୟଙ୍କର ଭୂମି କମ୍ପରେ ଶିରପୁର ସହର ମାଟିରେ ମିଶି ଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ମଧ୍ୟ ଏହା ସ୍ମାରକର କିଛି ହେଲେ କରି ପାରିନଥିଲା । ଏମିତିକି ୧୪୦୦ ଖ୍ରୀଷ୍ଟାବ୍ଦର ମହାନଦୀର  ଏକ ପ୍ରଳୟଙ୍କାରୀ ବନ୍ୟା ମଧ୍ୟ ଏହି ମନ୍ଦିରଟିର କିଛି ହେଲେ କରିପାରିନଥିଲା । ଜଣେ ୟୁରୋପୀୟ ସାହିତ୍ୟକାର ଏଡ଼ବିନ ଏରାଲଡ଼ ଙ୍କ ଅନୁଯାୟୀ ଏହି ମନ୍ଦିରଟିର ନିର୍ମାଣ ଶୈଳୀ ସମଗ୍ର ବିଶ୍ବରେ ଅଦ୍ଵିତୀୟ ଓ ଅଦ୍ଭୁତ ଅଟେ । ଏଠାକୁ ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ।

ଏହା ସହ ପଢନ୍ତୁ:

ଶାରୀରିକ ସମ୍ପର୍କ ରଖି ପୁରୁଷଙ୍କୁ ଜିଅନ୍ତା ଜାଳି ଦେଉଥିଲେ ଏହି ରାଣୀ

ସମ୍ପୂର୍ଣ ଲାଲ ଇଟାରେ ନିର୍ମିତ ଏହି ମନ୍ଦିରଟିର ନିର୍ମାଣ ଶୈଳୀ ସମସ୍ତଙ୍କୁ ଯେପରି ବାନ୍ଧି କରି ରଖିଥାଏ । ଏହା ସହ ଏହାର କାରୁକାର୍ଯ୍ୟର ଯେତେ ପ୍ରଂଶସା କଲେ ମଧ୍ୟ ହୁଏତ ତାହା କମ ପଡିବ । ମନ୍ଦିରର ପ୍ରବେଶ ଦ୍ୱାରରେ ଥିବା ନାରାୟଣଙ୍କ ଦଶାବତାର ଆକର୍ଷଣର ପ୍ରମୁଖ କେନ୍ଦ୍ର ବିନ୍ଦୁ ପାଲଟିଥାଏ । ଛତିଶ ଗଡର ବୈଭବକୁ ନିଜ ଗର୍ଭ ମଧ୍ୟରେ ରଖିଥିବା ଶିରପୁର ସେତେଟା ଲୋକ ଲୋଚନକୁ ଆସିପାରିନାହିଁ ସତ । କିନ୍ତୁ ଏହା ଅନ୍ୟାନ ଐତିହ୍ୟ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ । ଏପର୍ଯ୍ୟନ୍ତ ଏହାକୁ ବିଶ୍ୱ ଐତିହ୍ୟର ପରିଚୟ ମଧ୍ୟ ମିଳିପାରିନାହିଁ । ଶିରପୁରରେ ସମୟ ସାଥିରେ ଶାସକ ସିନା ବଦଳିଲେ । ପ୍ରତି ଥର ଏହା ନାରୀ ମାନଙ୍କର ସେହି ଅମର ପ୍ରେମର ମୌନ ସାକ୍ଷୀ ହୋଇଚାଲିଲା ସିନା କିନ୍ତୁ କିଛି ହେଲେ ଲାଭ ହେଲା ନାହିଁ । ପୁରୁଷ ପ୍ରଧାନ ସମାଜରେ ଜଣେ ନାରୀ ଦ୍ୱାରା ନିର୍ମିତ ହୋଇଥିବାରୁ ହୁଏତ ଏହି ସ୍ମାରକଟିକୁ ସେପରି ମର୍ଯ୍ୟାଦା ମିଳିପାରିଲା ନାହିଁ । ଲକ୍ଷ୍ମଣ ମନ୍ଦିରର ନିର୍ମାଣ ୫୨୫ ରୁ ୫୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ହିଁ କରାଯାଇଥିଲା । ଏହାକୁ ପ୍ରାୟ ୧୫୦୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଆଜି ବି ବିଶ୍ବ ଐତିହ୍ୟର ମାନ୍ୟତା ପାଇବା ପାଇଁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.