ସାଙ୍ଗ ବାହାଘରରେ ନାଚିଲେ ମୁର୍ଗା ଡ୍ୟାନ୍ସ , ଆଶ୍ଚର୍ଯ୍ୟ ହେଲେ ଅତିଥି

ଯଦି ଆପଣଙ୍କୁ ପଚାରାଯାଏ କେବେ ଆପଣ ବାହାଘରରେ ପରିବାର ଓ ଆତ୍ମିୟସ୍ବଜ୍ଜନଙ୍କୁ ଛାଡିଲା ପରେ ସବୁଠାରୁ ଖୁସି କିଏ ହୋଇଥାଏ ? ତାହେଲେ ନିଶ୍ଚତ ଭାବରେ ଆପଣଙ୍କ ଉତ୍ତର ସାଙ୍ଗ ହେବ । ବର ହେଉ କିମ୍ବା କନ୍ୟା । ଦୁହିଁଙ୍କ ସାଙ୍ଗମାନେ ବାହାଘରରେ ଖୁବ ଧମାଲ ସଷ୍ଟି କରିଥାନ୍ତି ଓ ମସ୍ତି କରିଥାନ୍ତି ।
ଏପରିକି କନ୍ୟାଙ୍କ ସାଙ୍ଗସାଥୀମାନେ ହେବାକୁ ଯାଉଥିବା ଜ୍ବାଇଙ୍କ ସାଙ୍ଗ ମାନଙ୍କ ସହ ଖୁବ ମସ୍ତି କରିବା ସହ ସେମାନଙ୍କୁ ହଇରାଣ ଓ ଅସୁବିଧା କରିବାକୁ ପଛଘୁଞ୍ଚା ମଧ୍ୟ ଦେଇନଥାନ୍ତି । କିନ୍ତୁ ବରର ସାଙ୍ଗସାଥୀ ମାନେ ମଧ୍ୟ କମ ନଥାନ୍ତି । ସେମାନେ ଏମିତି କିଛି ଭିନ୍ନ ଢଙ୍ଗରେ କାମ କରନ୍ତି ଯାହାକି ସାରା ବର୍ଷ ପାଇଁ ମନେ ରହିଥାଏ । ଆମେ ଆଜି ଆପଣଙ୍କୁ ଏକ ମଜାଦାର କଥା ଜଣାଇବୁ ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ।
ବାହାଘରରେ ବରର ସାଙ୍ଗମାନେ ଚିକେନ ବିରିୟାନୀ ଖାଇବା ପରିବର୍ତେ ସେମାନେ ମୁର୍ଗା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କର ଏହିଭଳି ଡ୍ୟାନ୍ସ ଦେଖି ଅତିଥୀମାନେ ଆଶର୍ଯ୍ୟ ହୋଇଯାଇଥିଲେ । ଏହି ଭାଇରାଲ ଫଟୋରେ ଆପଣ ଦେଖୁଛନ୍ତି ବରର ବାହାଘରରେ ବରର ସାଙ୍ଗମାନେ ପହଞ୍ଚିଛନ୍ତି । ସମସ୍ତେ କିଛି ଚିନ୍ତା କରୁଥିବା ନଜର ଆସିଛି ।
ସେମାନେ କିଛି ଭିନ୍ନ ଭାବରେ ଡ୍ୟାନ୍ସ କରିବା ପାଇଁ ସ୍ଥିର କରିଛନ୍ତି । ତାର କିଛି ସମୟ ପରେ ସ୍ଥିର ହୋଇ ଯାଇଛି କି ସେମାନେ ମୁର୍ଗା ଡ୍ୟାନ୍ସ କରିବାକୁ ଯାଉଛନ୍ତି । ଏହାପରେ ବ୍ୟାକ ଗ୍ରାଉଣ୍ଡରେ ମୁର୍ଗାର ସାଉଣ୍ଡ ଶୁଣିବାକୁ ମିଳୁଛି । ଧଳାରଙ୍ଗର ସାର୍ଟ ପିନ୍ଧିଥିବା ପୁଅର ହଠାତ ରଙ୍ଗ ଢଙ୍ଗ ବଦଳି ଯାଇଥିଲା ।
ସେ ମୁର୍ଗୀଭଳି ସାଉଣ୍ଡ କରିବା ସହ ନାଚିବାକୁ ଲାଗିଲା ଏହାପରେ ଖୁବ ଜୋରରେ ମ୍ୟୁଜିକ ବାଜିଥିଲା । ଏହାପରେ ବରର ସାଙ୍ଗ ମାନେ ସେହି ବିଟରେ ନାଚିବାକୁ ଆରମ୍ଭ କରି ଦେଇଥିଲେ । ଯାହାକି ଖୁବ ମଜାଦାର ଥିଲା ।