ପାଣି ଭିତରେ ତୁଫାନ ଭଳି ଡ୍ୟାନ୍ସ କରୁଛନ୍ତି ଜୟଦୀପ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୃତ୍ୟ ଏବଂ ସଂଗୀତକୁ ନେଇ ଅନେକ ଯୁବପିଢୀଙ୍କ ପାଖରେ ଉତ୍ସାହ ଦେଖିବାକୁ ମିଳିଥାଏ। ଏନେଇ ଗୁଜୁରାଟ ନିବାସୀ ଜଣେ ଯୁବକ ଆଶ୍ଚର୍ଯ୍ୟକର ଡ୍ୟାନ୍ସ କରି ଦେଖିଛନ୍ତି। ସେ ପୁଣି କୌଣସି ଖାଲି ସ୍ଥାନ କିମ୍ବା ଚଟାଣରେ ନୁହେଁ ବରଂ ପାଣି ଭିତରେ ଦେଖାଇଛନ୍ତି ଡ୍ୟାନ୍ସର କମାଲ୍। ଆଜ୍ଞା ହଁ ଏକଥା ବିଲକୁଲ୍ ସତ। ସୂଚନା ମୁତାବକ ଗୁଜୁରାଟ ସ୍ଥିତ ଜୟଦୀପ ପାଣି ଭିତରେ ଡ୍ୟାନ୍ସ କରି ଦେଖିଛନ୍ତି। ଏହି ଭିଡିଓ ଦେଖିଲେ ମଧ୍ୟ ଜାଣିପାରିବେ କିଭଳି ଭାବେ ଜୟଦୀପ ପାଣି ଭିିତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଯାହାର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଜୟଦୀପ ନିଜ ନାଁ ଇନଷ୍ଟାଗ୍ରାମରେ ହାଇଡ୍ରୋମ୍ୟାନ ଲେଖିଛନ୍ତି। ଆପଣମାନେ ମଧ୍ୟ ଜୟଦୀପଙ୍କ ଇନଷ୍ଟାଗ୍ରାମ ପେଜ୍ କୁ ଯାଇ ଭିଡିଓ ଦେଖିବା ପରେ ସତରେ କହିବେ, ଇଏ ହିଁ ପ୍ରକୃତରେ ହାଇଡ୍ରୋମ୍ୟାନ। ତାଙ୍କ ଇନଷ୍ଟାଗ୍ରାମରେ ୩ ଲକ୍ଷ ୩୯ ହଜାର ଫଲୋର୍ସ ରହିଛନ୍ତି। ଜୟଦୀପଙ୍କ ଇନଷ୍ଟାଗ୍ରାମ ପେଜ୍ ଅନୁଯାୟୀ ସେ ଭାରତର ପ୍ରଥମ ଅଣ୍ଡର ଓ୍ଵାଟର ଡ୍ୟାନ୍ସର। କେବଳ ଏତିକି ନୁହେଁ ଜୟଦୀପ ପାଣି ଭିତରେ ଗୀତାର ବଜାଇ ମଧ୍ୟ ଡ୍ୟାନ୍ସ କରିଥାନ୍ତି।
View this post on Instagram
India Waale..🇮🇳..#hydroman #feelkaroreelkaro #feelitreelit #underwaterdance
ଜୟଦୀପଙ୍କ ଏଭଳି ଚମତ୍କାର ପ୍ରତିଭା ସାମ୍ନାକୁ ଆଣିବା ପାଇଁ ପାଣି ଭିତରୁ ଜଣେ କ୍ୟାମେରା ମ୍ୟାନ ଯାଇଥାନ୍ତି। ଏଥିରୁ ଆପଣମାନେ ନିଶ୍ଚୟ ଜାଣିପାରୁଥିବେ ଦୁନିଆରେ ସବୁକିଛି ସମ୍ଭବ କିଛି ଅସମ୍ଭବ ନୁହେଁ।