ଜାଣନ୍ତୁ ଏକ ଅଜବ ମଇଁଷି ବିଷୟରେ ଯାହାର ଓଜନ ୧୬୦୦ କିଲୋ, ପ୍ରତିଦିନ ପିଏ ୧୦ ଲିଟର କ୍ଷୀର ଓ ଖାଏ ୨ ଡଜନ କଦଳୀ

ପ୍ରତିବର୍ଷ ହାଇଦରାବାଦରେ ଆୟୋଜିତ ହେଉଥିବା ପଶୁମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଗୃହ ପାଳିତ ପଶୁଙ୍କୁ ଅଣାଯାଇଥାଏ । କିନ୍ତୁ ଏହି ବର୍ଷ ହରିୟାଣାରୁ ଆସିଥିବା ସରତଜ ନାମକ ମଇଁଷି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥିଲା । ତାର ବଳିଷ୍ଠ ଚେହେରା ସମସ୍ତଙ୍କୁ ଆଶ୍ଚର୍ୟ କରିଥିଲା । ତାର ଉଚ୍ଚତା ୭ ଫୁଟ ଥିବା ବେଳେ ଏହାର ମୁଣ୍ଡ ଠାରୁ ଲାଞ୍ଜ ପର୍ଯ୍ୟନ୍ତର ଲମ୍ବା ୧୫ ଫୁଟ ।ହାଇଦରାବାଦର ନାରାୟଣଗୁଡାରେ ଆୟୋଜିତ ଏହି ମେଳାରେ ସରତାଜକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ବହୁ ଲୋକ ଆସୁଛନ୍ତି । ଏମିତିକି ହାଇଦରାବାଦ କମିଶନର ଅଂଜନୀ କୁମାର ବି ଏହି ମଇଁଷିର ଅଦ୍ଭୁତ ଚେହେରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

buffalo

ସେ ଏହି ମଇଁଷି ସହ ଫଟୋ ମଧ୍ୟ ଉଠାଇଛନ୍ତି । ସୂଚନା ଅନୁଯାୟୀ ସରତାଜ ଗତ ବର୍ଷ ୧ ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ପାଇପାରିଥିଲା । ଏହା ସହ ସରତାଜ କେବଳ ହରିୟାଣାରେ ହିଁ ପ୍ରାୟ ୨୫ ଗୋଟି ପୁରସ୍କାର ଜିତି ସାରିଲାଣି । ପ୍ରତିବର୍ଷ ମେଳାର ଆୟୋଜକ ସରତାଜ ପରି ମଇଁଷି ମାନଙ୍କୁ ଆଣିବାକୁ ଚେଷ୍ଟା କରିଥାନ୍ତି । ପ୍ରତି ବର୍ଷ ଏହି ମେଳାକୁ ବିଶେଷ ଗୁଣ ରଖୁଥିବା ପଶୁଙ୍କୁ ଅଣାଯାଇଥାଏ । ଗତ ବର୍ଷ ଏହି ମେଳାକୁ ଯୁବରାଜ, ଶେହେନସା ଓ ପରି ବିଶେଷ ଗୁଣ ଥିବା ମଇଁଷି ମାନଙ୍କୁ ଅଣାଯାଇଥିଲା । ଯେଉଁ ମାନେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟି ପାରିଥିଲେ ।

ଏହା ସହ ପଢନ୍ତୁ: ଏହି ଜାଗାକୁ ସୁନ୍ଦରୀ କନ୍ୟା ଖୋଜିବାକୁ ଆସନ୍ତି ଯୁବକ, ଦେବାକୁ ପଡ଼େ ଲକ୍ଷ ଲକ୍ଷ ଟଙ୍କା!

ସରତାଜର ପ୍ରକୃତ ଦେଖାଶୁଣା କରୁଥିବା ଶଙ୍କର ଯାଦବ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ସେମାନେ ସରତାଜକୁ ପ୍ରତିଦିନ ୭ ପ୍ରକାରର ଡାଲି, ୧ କିଲୋ ଡ୍ରାଏ ଫ୍ରୁଟ, ୧୦ ଲିଟର କ୍ଷୀର ଓ ୨ ଡର୍ଜନ କଦଳୀ ଖାଇବାକୁ ଦେଇଥାନ୍ତି । ଏବେ ସରତାଜର ଓଜନ ୧୬୦୦ କେହି ବା ୧.୬ ଟନ ରହିଛି । ଏହା ସହ ପ୍ରତିଦିନ ଏହାକୁ ପ୍ରାୟ ୫ କିଲୋମିଟର ରାସ୍ତା ପରିଭ୍ରମଣ କରାଯାଇଥାଏ । ଶଙ୍କର ଯାଦବ ଏହା ମଧ୍ୟ କହିଛନ୍ତିକି ଦିନକୁ ୨ ଥର ଏହାକୁ ତେଲରେ ମାଲିସ କରାଯାଇଥାଏ । ସରତାଜ କୁ କିଣିବା ପାଇଁ ଲୋକଙ୍କ ଭିଡ ଜମୁଥିଲେ ମଧ୍ୟ ଶଙ୍କର ଏହାକୁ ବିକି ବାକୁ ଚାହୁଁନାହାନ୍ତି ।

video courtesy: PM News 24

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.