ଯୁବତୀଙ୍କ ଲେସ୍ ଲଗା ଅନ୍ତଃବସ୍ତ୍ର ଚୋରାଇଥାଏ ଏହି ବିଲେଇ, ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ସୌଖିନ ଚୋରଣୀ

ଦୁନିଆରେ ଅନେକ ପ୍ରକାର ଅଜବ ଘଟଣା ଦେଖିବାକୁ ମିଳିଥାଏ। କିଛି ଜିନିଷ ଏତେ ନିଆରା ହୋଇଥାଏ ଯେ ତାହା ଉପରେ ସହଜରେ ବିଶ୍ୱାସ ହିଁ କରି ହୁଏ ନାହିଁ। କ’ଣ ଆପଣ କେବେ କୌଣସି ଚୋରଣୀ ବିଲେଇ ଦେଖିଛନ୍ତି କି? ଯଦି ନୁହେଁ, ତ ଆଜି ଆମେ ଆପଣଙ୍କୁ ଏକ ଦକ୍ଷ ଚୋରଣୀ ବିଲେଇ ବିଷୟରେ କହିବାକୁ ଯାଉଛୁ। ଏହି ବିଲେଇ ସବୁ ଜିନିଷ ଚୋରି କରେ ନାହିଁ। ଆଉ ଏହା ହିଁ ହେଉଛି ତା’ର ଏକ ଖାସ୍ ବିଶେଷତ୍ୱ। ଏହି ବିଲେଇର ନଜର କେବଳ ଖାସ୍ ଜିନିଷଗୁଡ଼ିକ ଉପରେ ହିଁ ରହିଥାଏ। ଯଦି ଆମେ ଏହି ବିଲେଇର ଚୋରି ତାଲିକା ବିଷୟରେ କହିବୁ, ତ ଆପଣ ହସି ହସି ଗଡ଼ିଯିବେ।
ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ରହୁଥିବା କ୍ୟାଥ୍ ନାମକ ବିଲେଇ ଗତ ତିନି ବର୍ଷ ଧରି ଚୋରି କରି ଆସୁଛି। ସେ ଖାସ୍ ଜିନିଷଗୁଡ଼ିକୁ ଚୋରି କରିଥାଏ। ଏଥିରେ ଡ୍ରଗ୍ସଠାରୁ ଆରମ୍ଭ କରି ମହିଳାଙ୍କ ବ୍ରା ପର୍ଯ୍ୟନ୍ତ ସବୁକିଛି ସାମିଲ ରହିଛି। ଖବର ମୁତାବକ, ଏହି ବିଲେଇ ନିଜ ଅଞ୍ଚଳରେ ବୁଲିଥାଏ ଏବଂ ଲୋକଙ୍କ ଘରୁ ଜିନିଷ ଚୋରାଇ ନେଇ ଆସିଥାଏ। ଏବେ ପୂରା ଅଞ୍ଚଳ ଏହି ଚୋରଣୀ ବିଲେଇ ବିଷୟରେ ଜାଣି ଯାଇଛି।
କ୍ୟାଥର ମାଲିକ ଡେଭିଡ୍ ଓ ଜିନି ରମ୍ବୋଲ୍ଡ ନିଜ ଘର ବାହାରେ ଏକ ବାକ୍ସ ରଖି ଦେଇଛନ୍ତି। ଏଥିରେ କ୍ୟାଥ୍ ଦ୍ୱାରା ଚୋରା ଯାଇଥିବା ସମସ୍ତ ଜିନିଷକୁ ସଂଗ୍ରହ କରି ରଖା ଯାଇଥାଏ, ଯଦ୍ଦ୍ଵାରା ଲୋକେ ଆସି ନିଜର ଜିନିଷପତ୍ର ଧରି ଯାଇପାରିବେ। କ୍ୟାଥ୍ ଲୋକଙ୍କ ଘରୁ ଡ୍ରଗ୍ସ ଏବଂ ଝିଅମାନଙ୍କ ଅନ୍ତଃବସ୍ତ୍ର ଚୋରାଇ ଆଣିଥାଏ। ସବୁଠାରୁ ଖାସ୍ କଥା ହେଉଛି, କ୍ୟାଥ୍ କେବଳ ଲେସ୍ ଲାଗିଥିବା ଅନ୍ତଃବସ୍ତ୍ର ହିଁ ଚୋରି କରିଥାଏ। ଷ୍ଟଫ୍ ନାମକ ୱେବସାଇଟକୁ ଏକ ସାକ୍ଷାତକାରରେ କ୍ୟାଥ୍ର ମାଲିକ କହିଛନ୍ତି ଯେ ଭଲ ହୋଇଥାଆନ୍ତା ଯଦି ତାଙ୍କ ବିଲେଇ ହୀରା ଅଳଙ୍କାର ଚୋରି କରି ଆଣି ଥାଆନ୍ତା। କିନ୍ତୁ ତା’ର ଧ୍ୟାନ ତ କେବଳ ଡ୍ରଗ୍ସ ଏବଂ ଅନ୍ତଃବସ୍ତ୍ର ଉପରେ ରହିଛି।
ଡେଭିଡ ଓ ଜିନି ରମ୍ବୋଲ୍ଡଙ୍କୁ ସେମାନଙ୍କ ବିଲେଇର ଚୋରି ଅଭ୍ୟାସ ତିନି ବର୍ଷ ପୂର୍ବେ ଜଣା ପଡ଼ିଥିଲା। କ୍ୟାଥ ପାଖ ପୋଖରୀରୁ ମାଛ ଧରି ମଧ୍ୟ ଘରେ ଆଣି ଲୁଚାଇ ଦେଇଥାଏ। ଏହାର ମାଲିକ ଘର ବାହାରେ ଦୁଇଟି ବାକ୍ସ ରଖିଛନ୍ତି, ଯେଉଁଥିରେ କ୍ୟାଥ ଦ୍ୱାରା ଚୋରି ଜିନିଷଗୁଡ଼ିକୁ ରଖା ଯାଇଥାଏ। କ୍ୟାଥ୍ ମାଲିକ କହିଥିଲେ କି, ଥରେ ତାଙ୍କ ବିଲେଇ ଜଣେ ବ୍ୟକ୍ତିଙ୍କ ବ୍ରାଣ୍ଡେଡ୍ ଜୋତା ଚୋରାଇ ଆଣିଥିଲା। ଏହି ଜୋତା କ୍ୟାଥର ଓଜନଠାରୁ ବି ଅଧିକ ଥିଲା। ବର୍ତ୍ତମାନ ଲୋକମାନେ ଏହି ଚୋରଣୀ ବିଲେଇ ବିଷୟରେ ବହୁତ ଚର୍ଚ୍ଚା କରୁଛନ୍ତି।