ଦୁନିଆର ସବୁଠୁ ବଡ଼ ଅଣ୍ଡା ଦେଇଥାଏ ଏହି କୁକୁଡ଼ା, ଗୋଟିଏରୁ ବାହାରିଥାଏ ୩ ଛୁଆ, ଜାଣନ୍ତୁ କେତେ ଏହାର ଦାମ୍‌

ସମସ୍ତେ ଜାଣନ୍ତି, ଓଟପକ୍ଷୀ ଅଣ୍ଡା ଦୁନିଆର ସବୁଠୁ ବଡ଼ ଅଣ୍ଡା ହୋଇଥାଏ। କିନ୍ତୁ ଏବେ ଚର୍ଚ୍ଚାରେ ଅଛି ଏମିତି ଏକ କୁକୁଡ଼ା, ଯାହା ସବୁଠୁ ବଡ଼ ଅଣ୍ଡା ଦେଇଥାଏ। ଯଦି ଏହି କୁକୁଡ଼ାର ଅଣ୍ଡାକୁ ଅନ୍ୟ କୁକୁଡ଼ାଙ୍କ ଅଣ୍ଡା ସହିତ ତୁଳନା କରାଯାଏ, ତେବେ ଏହାର ଆକାର ତିନି ଗୁଣା ଅଧିକ ହେବ।

ଇଂଲଣ୍ଡର ସାଉଥ୍‌ ୟାର୍କଶାୟରରେ ରହୁଥିବା ୭୧ ବର୍ଷୀୟ ଜେନିସ୍‌ ଶାର୍ପ କିଣିକି ଆଣିଥିବା ଏହି ଅଣ୍ଡାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଏଠାକାର ଲୋକାଲ ପୋଲଟ୍ରି ଫାର୍ମରୁ ଅଣ୍ଡାର ଏକ ଟ୍ରେ କିଣିଥିଲେ। ସେଥିମଧ୍ୟରୁ ଗୋଟିଏ ଅଣ୍ଡା ବାକି ଅଣ୍ଡା ତୁଳନାରେ ତିନି ଗୁଣା ବଡ଼ ଥିଲା। ଯେତେବେଳେ ଜେନିସ୍‌ ଏହି ଅଣ୍ଡାକୁ ଭାଙ୍ଗିଲେ, ତ ସେଥିରୁ ତିନିଟି ଏଗ୍‌ ୟୋକ୍‌ ବାହାରିଥିଲା। ଏହି ସମୟରେ ସେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ।

ଏହି ଅଣ୍ଡା ଉକ୍ତ ଫାର୍ମ ହାଉସ୍‌ର ଏକ କୁକୁଡ଼ା ‘ପେପ୍ପା’ର । ପେପ୍ପର୍ସ ଫିଲ୍ଡ ମାଲିକ କୁହନ୍ତି, ପେପ୍ପା ତାଙ୍କ ପୋଲଟ୍ରିର ରାଣୀ। ତା’ର ଅଣ୍ଡା ସବୁବେଳେ ହିଁ ବଡ଼ ହୋଇଥାଏ। ପେପ୍ପା ବର୍ତ୍ତମାନ ୩ ବର୍ଷର। ତାଙ୍କ ଫାର୍ମରେ ହଜାର ହଜାର କୁକୁଡ଼ା ଅଛନ୍ତି, କିନ୍ତୁ ପେପ୍ପାର ପରିଚୟ ବିଲ୍‌କୁଲ ଅଲଗା।

ଫାର୍ମରେ ପେପ୍ପାର ଅଣ୍ଡା ବହୁତ ପ୍ରସିଦ୍ଧ। ଏହା ଅନ୍ୟ କୁକୁଡ଼ାଙ୍କ ଅଣ୍ଡା ତୁଳନାରେ ଅଧିକ ଦାମ୍‌ରେ ବିକ୍ରି ହୋଇଥାଏ। ଅଣ୍ଡାକୁ ଡର୍ଜନ ପିଛା ୩୧୨ ଟଙ୍କାରେ ବିକ୍ରି କରାଯାଏ। ବ୍ରିଟିଶ ଏଗ୍‌ ଇନ୍‌ଫର୍ମେଶନ ସେଣ୍ଟର ମୁତାବକ, ଗୋଟିଏ ଅଣ୍ଡାରୁ ୩ଟି ଏଗ୍‌ ୟୋକ୍‌ ବାହାରିବାର ସମ୍ଭାବନା ୨୫ ମିଲିୟନ କେସ୍‌ରେ ଗୋଟିଏ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.